ଭୋପାଳ:ରାମନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ରାଜ୍ୟର ଖରୋଗନ ଓ ବରୱାନି ଜିଲ୍ଲାରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ଅନେକ ଲୋକଙ୍କ ସମେତ ପୋଲିସ କର୍ମଚାରୀମାନେ ଆହତ ହୋଇଥିଲେ । ତେବେ ଏଥିରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ 1 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।
Khargone violence: ପ୍ରଭାବିତ ଲୋକଙ୍କୁ MP ସରକାରଙ୍କ 1 କୋଟିର ସହାୟତା ରାଶି - ମଧ୍ୟପ୍ରଦେଶରେ ସାମ୍ପ୍ରଦାୟିକ ହିଂସା ଘଟଣା
ରାମନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ଅଧିକ ପଢନ୍ତୁ
ମଧ୍ୟପ୍ରଦେଶ ସରକାର ଏକ କୋଟି ସହାୟତା ଘୋଷଣା ନେଇ ଖରୋଗନ ଜିଲ୍ଲା PRO ଶିବରାଜ ସିଂ ଚୌହାନଙ୍କ ନେତୃତ୍ବାଧୀନ ସାଂସଦ ଅଫିସିଆଲ ଟ୍ବିଟରରେ ନୋଟିସ ଜାରି କରି ସୂଚନା ଦେଇଛନ୍ତି । ସୂଚନା ଥାଉକି, ରାମ ନବମୀ ଶୋଭାଯାତ୍ରାବେଳେ ଖରୋଗନ ଏବଂ ବରୱାନି ଜିଲ୍ଲାର ସେନ୍ଧୱା ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ହିଂସା ଘଟାଇଲେ । ଶୋଭାଯାତ୍ରାରେ କିଛି ଲୋକ ଭିଡ଼ ଭିତରକୁ ପଥର ଫିଙ୍ଗିବା ସହ ଗାଡ଼ିରେ ନିଆଁ ଲଗାଇ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରାଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ ସେଠାରୁ କର୍ଫୁ ହଟିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ