ଓଡିଶା

odisha

ETV Bharat / bharat

ଜଳ ଶକ୍ତି ବିଭାଗ ଦାୟିତ୍ବ ନେଲେ ବିଶେଶ୍ବର ଟୁଡୁ

ଜଳ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ଜଳ ଶକ୍ତି ବିଭାଗ ଦାୟିତ୍ବ ନେଲେ ବିଶେଶ୍ବର ଟୁଡୁ
ଜଳ ଶକ୍ତି ବିଭାଗ ଦାୟିତ୍ବ ନେଲେ ବିଶେଶ୍ବର ଟୁଡୁ

By

Published : Jul 8, 2021, 4:37 PM IST

Updated : Jul 8, 2021, 5:15 PM IST

ନୂଆଦିଲ୍ଲୀ:ଓଡିଶା ମୟୂରଭଞ୍ଜ ଜିଲ୍ଲା ସାଂସଦ ବିଶେଶ୍ବର ଟୁଡୁ ଜଳ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ କରିବା ପରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ତାଙ୍କୁ ସ୍ବାଗତ କରିଛନ୍ତି ।

ଏହାସହିତ ଟୁଡୁଙ୍କ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମଧ୍ୟ ମିଳିଛି । ଆଦିବାସୀ ନେତା ଭାବରେ ତାଙ୍କର ଓଡିଶାରେ ସ୍ବତନ୍ତ୍ର ସ୍ଥାନ ରହିଛି । 2019 ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢି ସେ ବିଜୟ ହାସଲ କରିଥିଲେ । 56 ବର୍ଷୀୟ ସାଂସଦ ବିଶେଶ୍ବର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି । ନିଜ ରାଜନୈତିକ କ୍ୟାରିଅର ଆରମ୍ଭ ପର୍ବରୁ ଟୁଡୁ ସାମାଜିକ ସଂଗଠନ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS)ର ଶାଖା ବିଦ୍ୟାଭାରତୀ ସହ ଜଡିତ ଥିଲେ ।

ଟୁଡୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ଓଡିଶା ତଥା ଦେଶର ଆଦିବାସୀଙ୍କ ବିକାଶ ଚାହୁଁଥିବା ବାର୍ତ୍ତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରୟାସ କରିଛନ୍ତି । କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଟୁଡୁଙ୍କୁ ସ୍ବାଗତ ଜଣାଇଛନ୍ତି । ଏ ସମ୍ପର୍କରେ ଟୁଡୁ ନିଜ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହିତ ଦାୟିତ୍ବ ଗ୍ରହଣ କରିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2021, 5:15 PM IST

ABOUT THE AUTHOR

...view details