ବେଙ୍ଗାଲୁରୁ: ଜେଲରେ ଥିବା ପୁଅକୁ ଡ୍ରଗ୍ସ ପଠାଉଥିବା ଅଭିଯୋଗରେ ଗିରଫ ହେଲେ ମାଆ । କୋନାନାକୁଣ୍ଟେ ପୋଲିସ ମହିଳାଙ୍କୁ ଗିରଫ କରି ପରପ୍ପନା ଆଗ୍ରାହାର ଜେଲରେ ରଖିଛି । ପୁଅ ଅହମ୍ମଦ ବିଲାଲଙ୍କ 11ଟି ଡକାୟତି ମାମଲାରେ ଗିରଫ ହୋଇ ଜେଲରେ ଅଛି । ହେଲେ ପୁଅକୁ ଦେଖିବା ବାହାନାରେ ଆସି ମାଆ ଡ୍ରଗ୍ସ ଦେଉଥିବା ଅଭିଯୋଗ ହୋଇଛି ।
ଜେଲରେ ପୁଅ, ଡ୍ରଗ୍ସ ଯୋଗାଇ ମାଆ ଗିରଫ - ଜେଲରେ ଥାଇ ପୁଅକୁ ଡ୍ରଗ୍ସ ପଠାଉଥିଲା ମାଆ
ଜେଲରେ ଥାଇ ପୁଅକୁ ଡ୍ରଗ୍ସ ପଠାଉଥିବା ଅଭିଯୋଗରେ ଗିରଫ ହେଲେ ମାଆ । କୋନାନାକୁଣ୍ଟେ ପୋଲିସ ମହିଳାଙ୍କୁ ଗିରଫ କରି ପରପ୍ପନା ଆଗ୍ରାହାର ଜେଲରେ ରଖିଛି। ଅଧିକ ପଢ଼ନ୍ତୁ
ସୂଚନା ଅନୁସାରେ, ମହିଳା ଜଣକ ନିଜ ପୁଅକୁ ଦେଖିବା ପାଇଁ ଜେଲକୁ ଆସୁଥିଲେ। ତେବେ ଜୁନ 13ରେ ପୁଅକୁ ଆସିବା ସମୟରେ ସାଙ୍ଗରେ ଏକ ବାକ୍ସ ସହ କିଛି କପଡ଼ା ଏବଂ ହଶିସ ତୈଳ ଆଣିଥିଲେ । ଯାହାର ଆମୁମାନିକ ମୂଲ୍ୟ 5 ଲକ୍ଷରୁ ଊର୍ଦ୍ଧ୍ବ ହେବ । ଜେଲ କର୍ମଚାରୀମାନେ ଯାଞ୍ଚ କରିବା ବେଳେ ଏହି ଡ୍ରଗ୍ସ ତୈଳ ମିଳିଥିଲା । ଏହାପରେ ତୁରନ୍ତ ଗିରଫ କରି ପୋଲିସ ମାମଲାର ତଦନ୍ତ କରୁଛି। ଉକ୍ତ ମହିଳାଙ୍କୁ ପୋଲିସ ପଚରାଉଚରା କରିବାରୁ 'କେହିଜଣେ ମୋତେ ଫୋନ କରି ଜେଲରେ ଥିବା ମୋ ପୁଅର ପୋଷାକ ବ୍ୟାଗ ଦେବାକୁ କହିଥିଲେ'। କିନ୍ତୁ ବ୍ୟାଗରେ ଡ୍ରଗ୍ସ ଥିବା ସେ ଜାଣି ନଥିବା ସେ ପୋଲିସକୁ କହିଛନ୍ତି । ତେବେ ମହିଳାଙ୍କ ବିବୃତ୍ତି ଆଧାରରେ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ