ଓଡିଶା

odisha

ETV Bharat / bharat

Eid Al Adha: ଏଠାରେ ଦେଖିବାକୁ ମିଳିଛି ସବୁଠାରୁ ଦାମୀ ଛେଳି

ଆଜି ଇସଲାମ ଧର୍ମର ମୁଖ୍ୟ ପର୍ବ ବକରା-ଇଦ ବା ଇଦ-ଉଲ୍‌-ଜୁହା। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ଛେଳି ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

By

Published : Jul 10, 2022, 3:39 PM IST

most expensive goat market in raipur
Eid Al Adha: ଏଠାରେ ଦେଖିବାକୁ ମିଳିଛି ସବୁଠାରୁ ଦାମୀ ଛେଳି

ରାୟପୁର: ଆଜି ଇସଲାମ ଧର୍ମର ପ୍ରମୁଖ ପର୍ବ ବକରା-ଇଦ ବା ଇଦ-ଉଲ-ଜୁହା । ଇସଲାମିକ କ୍ୟାଲେଣ୍ଡର ମୁତାବକ 12ତମ ମାସର 10 ତାରିଖ ଦିନ ବକରି ଇଦ୍‌ ପାଳନ କରାଯାଏ । ଏହାକୁ ଇଦ୍‌-ଉଲ୍‌-ଅଧା ମଧ୍ୟ କୁହାଯାଏ । ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ଛେଳି ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ରାୟପୁରର ଛେଳି ମଣ୍ଡିରେ ରବିବାର ଇସଲାମ ଧର୍ମଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ରାୟପୁରର ବୈଜନାଥପାରାର ସିରତ ମୈଦାନରେ ଏକ ଛେଳି ବଜାର ରହିଛି । ଯେଉଁଠିକୁ ଦେଶର ବିଭିନ୍ନ ଅଞ୍ଚଳର ଛେଳି ବ୍ୟବସାୟୀ ବକରା-ଇଦ ସମୟରେ ପହଞ୍ଚିଥାନ୍ତି । ମଧ୍ୟପ୍ରଦେଶର ଅନୁପପୁର ଛେଳିକୁ ନେଇ ବେଶ ଚର୍ଚ୍ଚା ଦେଖିବାକୁ ମିଳିଛି । ଏହାର ମୂଲ୍ୟ 70 ଲକ୍ଷ ଟଙ୍କା ରଖାଯାଇଛି । ଛେଳି ବ୍ୟବସାୟୀ କହିଛନ୍ତି, ରାୟପୁର ବଜାରରେ ଏପର୍ଯ୍ୟନ୍ତ ଏହାକୁ କିଣିବା ପାଇଁ କେହି ଆସିନାହାନ୍ତି । କିନ୍ତୁ ନାଗପୁରରୁ ଉକ୍ତ ଛେଳି କିଣିବାକୁ 22ଲକ୍ଷ ଟଙ୍କାର ଅଫର ଆସିଛି । ସେହିପରି ମଧ୍ୟପ୍ରଦେଶର ଅଗର ମାଲୱାରେ 11 ଲକ୍ଷ ଟଙ୍କାର ଛେଳି ବିକ୍ରି ହେଉଛି । ଛେଳିର ନାମ ହେଉଛି ସୁଲତାନ । ବ୍ୟବସାୟୀ ଦାବି କରିଛନ୍ତି, ଛେଳି ଶରୀରରେ ଆଲ୍ଲା ଓ ପ୍ରଫେଟ ମହମ୍ମଦଙ୍କ ନାଁ ଲେଖାହୋଇଛି । ତେଣୁ ଏହାର ମୂଲ୍ୟ ଅଧିକ ରହିଛି । ପ୍ରତିଦିନ ଛେଳି 100 ଗ୍ରାମ କାଜୁ ଏବଂ ବାଦାମ ଖାଏ। ତିନି ଫୁଟ ସୁଲତାନର ଓଜନ ପ୍ରାୟ 60 କେଜି ବୋଲି କୁହାଯାଇଛି।

ରାଜସ୍ଥାନର ଜୟପୁରରେ 2 ଲକ୍ଷ ଟଙ୍କାର ଛେଳି ବିକ୍ରି ହେଉଛି। ଏଠାରେ ଛେଳିଙ୍କ କାନ ଓ ପେଟରେ ଆଲ୍ଲା ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏମାନଙ୍କ ପିଠିରେ ଚନ୍ଦ୍ର ଚିହ୍ନ ରହିଥାଏ। ଯାହା ଜୟପୁର ବଜାରର ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ଛେଳିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details