ଓଡିଶା

odisha

ETV Bharat / bharat

ଉନ୍ମୋଚିତ ହେଲା ଅଯୋଧ୍ୟା ମସଜିଦର ବ୍ଲୁପ୍ରିଣ୍ଟ

ଉତ୍ତରପ୍ରଦେଶ ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ (UPSCWB) ମସଜିଦର ବ୍ଲୁ ପ୍ରିଣ୍ଟ ଉନ୍ମୋଚନ କରିଛି। ଅଯୋଧ୍ୟାର ଧାନିପୁର ଗ୍ରାମରେ ଉତ୍ତରପ୍ରଦେଶ ସରକାର ଦେଇଥିବା ପାଞ୍ଚ ଏକର ଜମିରେ ନିର୍ମାଣ ହେବାକୁ ଥିବା ଅନ୍ୟାନ୍ୟ କୋଠା ସହିତ ଜଡିତ ବ୍ଲୁପ୍ରିଣ୍ଟ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

ଅଯୋଧ୍ୟା ମସଜିଦର ବ୍ଲୁପ୍ରିଣ୍ଟ
ଅଯୋଧ୍ୟା ମସଜିଦର ବ୍ଲୁପ୍ରିଣ୍ଟ

By

Published : Dec 20, 2020, 7:23 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ (UPSCWB) ମସଜିଦର ବ୍ଲୁ ପ୍ରିଣ୍ଟ ଉନ୍ମୋଚନ କରିଛି। ଅଯୋଧ୍ୟାର ଧାନିପୁର ଗ୍ରାମରେ ଉତ୍ତରପ୍ରଦେଶ ସରକାର ଦେଇଥିବା ପାଞ୍ଚ ଏକର ଜମିରେ ନିର୍ମାଣ ହେବାକୁ ଥିବା ଅନ୍ୟାନ୍ୟ କୋଠା ସହିତ ଜଡିତ ବ୍ଲୁପ୍ରିଣ୍ଟ ପ୍ରକାଶ କରାଯାଇଛି । ଯଦି ପ୍ରସ୍ତାବିତ ପ୍ରିଣ୍ଟ ଫୈଜାବାଦ ପଞ୍ଚାୟତ ଜିଲ୍ଲା ବୋର୍ଡରୁ ଆବଶ୍ୟକ ଅନୁମୋଦନ ପାଆନ୍ତି ତେବେ ଉକ୍ତ ସ୍ଥାନରେ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି।

ମସଜିଦ କମ୍ପ୍ଲେକ୍ସ ପ୍ରକଳ୍ପର ପରାମର୍ଶଦାତା ପ୍ରଫେସର ଏସ.ଏମ ଅଖତରଙ୍କ ସହ ଆଲୋଚନା ସମୟରେ ଏହି ଯୋଜନା ଏବଂ ଡିଜାଇନ୍ ପ୍ରଦର୍ଶନ କରାଯାଇଥିଲା। ଅବସରପ୍ରାପ୍ତ ଜେଏନୟୁ ପ୍ରଫେସର ପୁଷ୍ପପେସ୍ ପନ୍ତ ମଧ୍ୟ ଅଂଶଗ୍ରହଣ କରିଥିଲେ। ଧାନିପୁର ଗ୍ରାମରେ ଥିବା କମ୍ପ୍ଲେକ୍ସର ଆୟତାକାର ଲେଆଉଟରେ ଏକ ସ୍ବତନ୍ତ୍ର ହସ୍ପିଟାଲ୍, କମ୍ୟୁନିଟି ରୋଷେଇ ଘର ଏବଂ ବହୁ ମହଲା ବିଶିଷ୍ଟ ସଂଗ୍ରହାଳୟ ମଧ୍ୟ ଅନ୍ତର୍ଭୁକ୍ତ । ଏଥିରେ ଏକ ଶତାବ୍ଦୀ ପୁରୁଣା ସୁଫି ମନ୍ଦିର ମଧ୍ୟରେ ରହିବ ।

ମସଜିଜରେ ଏକ ସମୟରେ 2,000 ନମାଜୀ ରହିବାର ସୁବିଧା କରାଯିବ । ବାବ୍ରି ମସଜିଦ୍ ଠାରୁ ଚାରି ଗୁଣ ବଡ ହେବ । 300 ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କମ୍ପ୍ଲେକ୍ସ ମସଜିଦର ଆକାରଠାରୁ 6 ଗୁଣ ହେବ । ଜଳବାୟୁ ପରିବର୍ତ୍ତନ ଉପରେ ଏକ ବାର୍ତ୍ତା ପହଞ୍ଚାଇବା ପାଇଁ କୋଠାକୁ ଜିରୋ ଏନର୍ଜୀ ପ୍ରଣାଳୀରେ ନିର୍ମାଣ କରାଯିବ । ମସଜିଦରେ ଥିବା ସମସ୍ତ ବିଦ୍ୟୁତ୍ ଚାହିଦା ସୌର ପ୍ୟାନେଲ୍ ସାହାଯ୍ୟରେ ପୂରଣ ହେବ ଏବଂ ବିଦ୍ୟୁତ୍ ସଂଯୋଗ ରହିବ ନାହିଁ ।

ତେବେ ମସଜିଦର ନାମ ସ୍ଥିର ହୋଇନାହିଁ କିନ୍ତୁ ବୋର୍ଡ ଅନୁଯାୟୀ ଏହା ବାବର କିମ୍ବା ଅନ୍ୟ କୌଣସି ରାଜା, ସମ୍ରାଟ କିମ୍ବା ଶାସକଙ୍କ ନାମରେ ନାମିତ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। 2 ବର୍ଷ ମଧ୍ୟରେ ଏହାକୁ ନିର୍ମାଣ କରାଯିବ ।

ABOUT THE AUTHOR

...view details