ଓଡିଶା

odisha

By

Published : Jan 25, 2022, 8:29 AM IST

Updated : Jan 25, 2022, 12:31 PM IST

ETV Bharat / bharat

Maharastra Accident: ବିଧାୟକଙ୍କ ପୁଅ ସହ 6 ମେଡିକାଲ ଛାତ୍ର ମୃତ, ଓଡିଶାରୁ ଜଣେ

ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସିଲା କାର । ଅକାଳରେ ଚାଲିଗଲା ୭ ଜୀବନ । ଅଘଟଣରେ ପ୍ରାଣ ହରାଇଥିବା ସମସ୍ତେ ଡାକ୍ତରୀ ଛାତ୍ର ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ

ବ୍ରିଜ ତଳୁକୁ ଖସିଲା କାର
ବ୍ରିଜ ତଳୁକୁ ଖସିଲା କାର

ମୁମ୍ବାଇ: ମଧ୍ୟରାତ୍ରିରେ ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସିଲା କାର । ଅକାଳରେ ଚାଲିଗଲା ୭ ଜୀବନ । ମହାରାଷ୍ଟ୍ରର ୱାର୍ଦ୍ଧା ୟାବାତମାଲ ରୋଡରେ ଘଟିଛି ଏହି ଦୁର୍ଘଟଣା । ଅଘଟଣରେ ପ୍ରାଣ ହରାଇଥିବା ସମସ୍ତେ ଡାକ୍ତରୀ ଛାତ୍ର ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି ।

ମୃତକଙ୍କ ମଧ୍ୟରେ ନିତେଶ ସିଂ ଓଡିଶା ଝାରସୁଗୁଡାର ହୋଇଥିବା ଜଣାପଡିଛି । ୱାର୍ଦ୍ଧା ଜିଲ୍ଲା ସେତସୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏକ ଜାଇଲୋ କାର ଦେଓଲିରୁ ୱାର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ସିଧାସଳଖ ବ୍ରିଜ ତଳକୁ ଖସି ପଡିଥିଲା । ଫଳରେ କାରରେ ଥିଲା ସମସ୍ତ ୭ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ନିୟନ୍ତ୍ରଣ ହରାଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।

ସେହିପରି ଗୋଣ୍ଡିଆ ଜିଲ୍ଲା ତିରୋଡା ବିଧାୟକ ବିଜୟ ରାହଙ୍ଗଡେଲଙ୍କ ପୁଅ ଅଭିସ୍କର ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ୬ ଜଣ ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରୀ ପଢିବା ପାଇଁ ମହାରାଷ୍ଟ୍ର ଆସିଥିଲେ ।

ସମସ୍ତ ମୃତକ ହେଲେ ନୀରଜ ଚୌହାନ ପ୍ରଥମ ବର୍ଷ ଏମବିବିଏସ ଛାତ୍ର, ନିତେଶ ସିଂ 2015 MBBS ଇଣ୍ଟନ, ବିବେକ ନନ୍ଦନ 2018 MBBS ଶେଷ ବର୍ଷ ଛାତ୍ର , ପ୍ରତ୍ୟୁଷ ସିଂ 2017, MBBS ଶେଷବର୍ଷ ଛାତ୍ର, ଶୁଭମ ଜୈସୱାଲ 2017 MBBS ଶେଷବର୍ଷ ଛାତ୍ର, ପୱନ ଶକ୍ତି 2020 MBBS ଶେଷ ବର୍ଷ ଛାତ୍ର ।

ଏ ଭୟଙ୍କର ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୋଦି । ଏହା ସହ ମୃତକଙ୍କ ପରିବାରରୁ ପିଏମ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ସହୟତା ରାଶି ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : Jan 25, 2022, 12:31 PM IST

ABOUT THE AUTHOR

...view details