ନୂଆଦିଲ୍ଲୀ: କୋରେନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଜାନୁୟାରୀ 16ରୁ ଆରମ୍ଭ ହୋଇଥିଲା ଟୀକାକରଣ । ତେବେ ଦେଶବ୍ୟାପୀ ଚାଲିଥିବା କୋଭିଡ ଟୀକାକରଣ କାର୍ଯ୍ୟକ୍ରମକୁ ୨୩ ଦିନ ପୁରି ଥିବା ବେଳେ ୫୮ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଟିକା ନେଇସାରିଲେଣି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ 28 ହଜାରରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଗତକାଲି 12 ଟି ରାଜ୍ୟ ଟୀକାକରଣର କାର୍ଯ୍ୟସୂଚୀ ବିଷୟରେ ଜଣାଇଥିଲେ। ରାଜ୍ୟଗୁଡ଼ିକ ହେଉଛି ଆସାମ, ବିହାର, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଣିପୁର, ଓଡିଶା, ରାଜସ୍ଥାନ, ତ୍ରିପୁରା ଏବଂ ଉତ୍ତରାଖଣ୍ଡ ।
କୋଭିଡ ଟୀକାକରଣକୁ ପୂରିଲା ୨୩ ଦିନ, 58 ଲକ୍ଷରୁ ଉର୍ଦ୍ଧ୍ବ ନେଲେଣି ଟିକା - 58 lakh people administered COVID-19 vaccination in country so far
ଦେଶବ୍ୟାପୀ ଚାଲିଥିବା କୋଭିଡ ଟୀକାକରଣ କାର୍ଯ୍ୟକ୍ରମକୁ ୨୩ ଦିନ ପୂରି ଥିବା ବେଳେ ୫୮ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ନେଇସାରିଲେଣି କୋଭିଡ ଟିକା । ଆମେରିକା ଏବଂ ବ୍ରିଟେନ ପରେ କୋଭିଡ ଟୀକାକରଣର ଅଧିକ ଡୋଜ ସହିତ ଭାରତ ବର୍ତ୍ତମାନ ତୃତୀୟ ସର୍ବୋଚ୍ଚ ଦେଶ । ଅଧିକ ପଢନ୍ତୁ...
କୋଭିଡ ଟିକାକରଣକୁ ପୁରିଲା ୨୩ ଦିନ, 58 ଲକ୍ଷରୁ ଉର୍ଦ୍ଧ୍ବ ନେଲେଣି ଟିକା
ତେବେ ସମୁଦାୟ ଟୀକାକରଣ ମଧ୍ୟରୁ 53 ଲକ୍ଷ 17 ହଜାର 760 ସ୍ବାସ୍ଥ୍ୟସେବା କର୍ମଚାରୀ ଏବଂ ଚାରି ଲକ୍ଷ 85 ହଜାର 857 ଫ୍ରଣ୍ଟଲାଇନ କର୍ମଚାରୀ ଅଟନ୍ତି । ଆମେରିକା ଏବଂ ବ୍ରିଟେନ ପରେ କୋଭିଡ ଟୀକାକରଣର ଅଧିକ ଡୋଜ ସହିତ ଭାରତ ବର୍ତ୍ତମାନ ତୃତୀୟ ସର୍ବୋଚ୍ଚ ଦେଶ ଅଟେ ।