ପାଟନା:ଆଜି ସମଗ୍ର ଦେଶ ପାଳୁଛି ଜନ୍ମାଷ୍ଟମୀ । ତେବେ ଏହି ପବିତ୍ର ଅବସରରେ ବିହାରରେ ଦେଖିବାକୁ ମିଳୁଛି ଏକ ଭିନ୍ନ ସଂଯୋଗ । ରାଜ୍ୟରେ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଛନ୍ତି ପ୍ରାୟ 5ଶହ ଶିଶୁ । ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ପ୍ରସବ ତଥ୍ୟରୁ ଏହି ସଂଖ୍ୟା ମିଳିଛି । ଏଥିରେ ରାଜଧାନୀ ପାଟନା ମଧ୍ୟ ଆଗରେ ରହିଛି । ପାଟନାର ବିଭିନ୍ନ ହସ୍ପିଟାଲରେ ପ୍ରାୟ 150ରୁ ଅଧିକ ଶିଶୁଙ୍କ ଜନ୍ମ ହୋଇଛି । ତେବେ ଏହି ସଂଖ୍ୟା ଅପରାହ୍ନ ସୁଦ୍ଧା 500 ପାର କରି ସାରିଥିବା ବେଳେ ରାତି ସୁଦ୍ଧା ଆହୁରି ବଢିପାରେ ବୋଲି ମଧ୍ୟା ଆଶା କରାଯାଉଛି ।
ତେବେ ଏପରି ଖବର ମଧ୍ୟରେ ଅନ୍ୟ ଅନ୍ୟ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏତେ ସଂଖ୍ୟକ ଶିଶୁ ଜନ୍ମ ହେବା ପଛରେ କେବଳ ସଂଯୋଗ ନାହିଁ ବରଂ ଏଥିରେ ଉଦ୍ଦେଶ୍ୟମୂଳକ ଭାବେ ମଧ୍ୟ କିଛି ମହିଳା ଡାକ୍ତରୀ ପରାମର୍ଶକ୍ରମେ ଜନ୍ମାଷ୍ଟମୀରେ ଅସ୍ତ୍ରପୋଚାର ମାଧ୍ୟମରେ ପ୍ରବସ କରିଛନ୍ତି । ଡାକ୍ତରୀ ପରାମର୍ଶ କ୍ରମେ ସେମାନେ ପ୍ରସବ ସମୟକୁ ଦିନେ କିମ୍ବା ଦୁଇ ଦିନ ଆଗ ପଛ କରି ଆଜି ପ୍ରସବ କରିଥିବା ସୂଚନା ମିଳିଛି ।
ରାଜଧାନୀ ପାଟନାରେ ମୋଟ 150 ରୁ ଅଧିକ ଶିଶୁଙ୍କ ଜନ୍ମ ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ସର୍ବାଧିକ ଶିଶୁଙ୍କ ଜନ୍ମ ହୋଇଛି । ଡାକ୍ତର ସାରିକା ରାୟଙ୍କ ଘରୋଇ କ୍ଲିନିକରେ ଆଜି ଏକାକାଳନୀନ 35ରୁ ଅଧିକ ଶିଶୁଙ୍କ ଜନ୍ମଗ୍ରହଣ କରିଛନ୍ତି । ସେହିପରି ପାଟନାର PMCH, NMCH ଏବଂ କୁର୍ଜି ହୋଲି ଫ୍ୟାମିଲି ହସ୍ପିଟାଲରେ 20 ଶିଶୁଙ୍କ ଜନ୍ମ ହୋଇଛି । PMCH ରେ 7ଜଣ ଶିଶୁ, NMCHରେ 4 ଶିଶୁ ଜନ୍ମଗ୍ରହଣ କରିଛନ୍ତି ।