ଓଡିଶା

odisha

ETV Bharat / bharat

କୋରୋନା କବଳରେ ମୁମ୍ବାଇର ୩୦୦ ଡାକ୍ତର - କୋରୋନା କବଳରେ ମୁମ୍ବାଇର ୩୦୦ ଡାକ୍ତର

୩ ଦିନ ମଧ୍ୟରେ ମୁମ୍ବାଇର ବିଭିନ୍ନ ସରକାରୀ ହସ୍ପିଟାଲରେ କାମ କରୁଥିବା ୩୦୦ ଜଣ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଯାହା ବଡ ଚିନ୍ତାର କାରଣ ପାଲଟିଛି । ଅଧିକ ପଢନ୍ତୁ

କୋରୋନା କବଳରେ ମୁମ୍ବାଇର ୩୦୦ ଡାକ୍ତର
କୋରୋନା କବଳରେ ମୁମ୍ବାଇର ୩୦୦ ଡାକ୍ତର

By

Published : Jan 6, 2022, 10:57 AM IST

ମୁମ୍ବାଇ:ଦେଶରେ ପୁଣି ଆତଙ୍କ ମଚାଇଛି ମହାମାରୀ । ଲକ୍ଷେ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ମୁମ୍ବାଇରେ ଦୈନିକ ସଂକ୍ରମଣ ବଢ଼ୁଥିବାବେଳେ ଲୋକଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରମାନେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ୩ ଦିନ ମଧ୍ୟରେ ମୁମ୍ବାଇର ବିଭିନ୍ନ ସରକାରୀ ହସ୍ପିଟାଲରେ କାମ କରୁଥିବା ୩୦୦ ଜଣ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଯାହା ବଡ ଚିନ୍ତାର କାରଣ ପାଲଟିଛି ।

ମହାରାଷ୍ଟ୍ର ଆସୋସିଏସନ ଅଫ ରେସିଡେଣ୍ଟ ଡାକ୍ତର(ଏମଏଆରଡି)ର ସଭାପତି ଗଣେଷ ସୋଲାଙ୍କେ କହିଛନ୍ତି, କେନ୍ଦ୍ରୀୟ ମୁମ୍ବାଇରେ ଥିବା ସରକାରୀ ହସ୍ପିଟାଲ ଗୁଡ଼ିକର ୭୩ ଜଣ ଡାକ୍ତର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ୩ ଦିନ ମଧ୍ୟରେ ମୁମ୍ବାଇରେ ଥିବା ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ସଂକ୍ରମିତ ଡାକ୍ତରଙ୍କ ସହଖ୍ୟା ୨୩୦ରେ ପହଞ୍ଚିଛି। କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ୬୦ ଜଣ ରେସିଡେଣ୍ଟ ଡାକ୍ତର, ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲର ୮୦ ଜଣ, ଆରଏନ କୁପର ହସ୍ପିଟାଲର ୭ ଜଣ ଡାକ୍ତର କୋରୋନା କବଳରେ ପଡ଼ିଛନ୍ତି । ସମସ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।

ପ୍ରକାଶ ଥାଉ କି ଆଜି ଦେଶରେ 24 ଘଣ୍ଟା ଭିତରେ ଦେଶରୁ 90 ହଜାର 928 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲିର ସଂକ୍ରମଣ ତୁଳନାରେ 55% ବୃଦ୍ଧି ହୋଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 2 ଲକ୍ଷ 85 ହଜାର 401ଟି ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details