ଓଡିଶା

odisha

By

Published : May 29, 2022, 4:59 PM IST

ETV Bharat / bharat

ଆଉ ରହିବନି ଟ୍ରାଫିକ ଚିନ୍ତା, ଦେଶର ପ୍ରଥମ Air Taxi ନିର୍ମାଣ କଲେ ଦିଲ୍ଲୀ ଝିଅ

ଆଗକୁ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି । କାରଣ ଦେଶର ପ୍ରଥମ ଏୟାର ଟାକ୍ସି ନିର୍ମାଣ କରିଛନ୍ତି ଦିଲ୍ଲୀ ଝିଅ ତଥା ଇଞ୍ଜିନିୟର ଶ୍ରେୟା ରସ୍ତୋଗି । ଏହାର ମଡେଲକୁ ଭାରତୀୟ ଡ୍ରୋନ ମହୋତ୍ସବର ଏକ କମ୍ପାନୀ ଦ୍ବାରା ଉପସ୍ଥାପିତ କରାଯାଇଛି । ଅଧିକ ପଢନ୍ତୁ

ଆଉ ରହିବନି ଟ୍ରାଫିକ ଚିନ୍ତା, ଦେଶର ପ୍ରଥମ Air Taxi ନିର୍ମାଣ କଲେ ଦିଲ୍ଲୀ ଝିଅ
ଆଉ ରହିବନି ଟ୍ରାଫିକ ଚିନ୍ତା, ଦେଶର ପ୍ରଥମ Air Taxi ନିର୍ମାଣ କଲେ ଦିଲ୍ଲୀ ଝିଅ

ନୂଆଦିଲ୍ଲୀ:ଏଣିକି ଆଉ ରହିବନି ଟ୍ରାଫିକ ସମସ୍ୟା । ବଡ଼ ବଡ଼ ସହରରେ ଟ୍ରାଫିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି । ଫଳରେ ନାନା ଅସୁବିଧାର ସମ୍ମୁଖୀନ ସହରବାସୀ । ମାତ୍ର ଏବେ ଏୟାର ଟାକ୍ସି(Air Taxi) ଏଥିରୁ ମୁକ୍ତି ଦେବ । ଏହି ଟାକ୍ସିକୁ ବାସ୍ତବ ରୂପ ଦେବାରେ ଲାଗିପଡ଼ିଛି ସ୍ବଦେଶୀ କମ୍ପାନୀ ଇ-ପ୍ଲେନ(E-Plane) । ରାଜଧାନୀ ଦିଲ୍ଲୀର ମୁରାଦାବାଦ ଜିଲ୍ଲାର ଶ୍ରେୟା ରସ୍ତୋଗି ଏହି ଟାକ୍ସି(e200) ନିର୍ମାଣ କରିଛନ୍ତି । ଇ-ପ୍ଲେନ କମ୍ପାନୀ ଭାରତ ଡ୍ରୋନ ମହୋତ୍ସବରେ ଏହାର ମଡେଲକୁ ଉପସ୍ଥାପିତ କରିଛି । ଶ୍ରେୟା ପୂର୍ବରୁ ନାସା(NASA) ସହିତ ମଧ୍ୟ କାମ କରିଛନ୍ତି ।

ଦେଶର ପ୍ରଥମ Air Taxi

ଶ୍ରେୟା ୨୦୧୮ ମସିହାରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଏରୋସ୍ପେସ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ନୂଆ ସ୍ପେସସୁଟ ସାମଗ୍ରୀ ବିକଶିତ କରିବା ପାଇଁ ନାସା ସହିତ କାମ କରିଥିଲେ । ଶ୍ରେୟା ଏବେ ଚେନ୍ନାଇରେ ରହୁଥିବା ବେଳେ ଦୁଇଟି ସିଟ୍‌ (Two Seater) ଥିବା ଟାକ୍ସି ନିର୍ମାଣ କରିଛନ୍ତି । ePlane କମ୍ପାନୀ ଏହି ଟାକ୍ସିକୁ ମହୋତ୍ସବରେ ଉପସ୍ଥାପିତ କରିଛି । ଖୁବଶୀଘ୍ର ଏହି ଟାକ୍ସିର ଚଳାଚଳ ଭାରତରେ ଆରମ୍ଭ ହେବ ବୋଲି ଆଶା କରାଯାଇଛି ।

ଶ୍ରେୟାଙ୍କ କହିବାନୁସାରେ ଏହି ଟାକ୍ସିର ଲମ୍ବ ଓ ଚଉଡା ୫-୫ ମିଟର ରହିଛି । ସେମାନେ ଏହାର ଏକ ଛୋଟ ମଡ଼େଲ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାର ଲମ୍ବ ଓ ଚଉଡ଼ା ୩-୩ ମିଟର ହେବ । ଏହି ଟାକ୍ସିରେ କୌଣସି ପାଇଲଟର ଆବଶ୍ୟକ ନାହିଁ । ଆସନ୍ତା ବର୍ଷ ତଥା ୨୦୨୩ ସୁଦ୍ଧା ଏହାର ପ୍ରଥମ ଟ୍ରାଏଲ ହେବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଟାକ୍ସି ପରେ ସେମାନେ ଏବେ ଉଡି ପାରୁଥିବା କାର(Flying Car) ମଧ୍ୟ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି ।

ଏହି କାରକୁ ଲୋକମାନେ ଚଲାଇବା ସହିତ ଉଡ଼ାଇ ମଧ୍ୟ ପାରିବେ । ଏହାସହିତ ଏହାକୁ ନିଜ ଘରର ଛାତ ଉପରେ ଲ୍ୟାଣ୍ଡ କରିପାରିବେ । ଆକାଶରେ ଉଡ଼ି ପାରୁଥିବା କାର ରେଞ୍ଜ ୨୦୦ କି.ମି ରହିବା ବେଳେ ଏହାର ବେଗ ପ୍ରତି ଘଣ୍ଟା ୧୬୦ କିଲୋମିଟର ରହିବ । ଏହାର ଆକାଶରେ ୩ ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details