ନୂଆଦିଲ୍ଲୀ:ଚାଷୀଙ୍କ ପାଇଁ ଖୁସି ଖବର । ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି ପୂର୍ବାନୁମାନ ।
ଚାଷୀଙ୍କୁ ଆଶ୍ବସ୍ତି, ଏଥର ସ୍ବାଭାବିକ ମୌସୁମୀ ବର୍ଷା - ମୌସୁମୀ ବର୍ଷା
ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି ପୂର୍ବାନୁମାନ । ଅଧିକ ପଢନ୍ତୁ...
ଚାଷୀଙ୍କୁ ଆଶ୍ବସ୍ତି, ଏଥର ସ୍ବାଭାବିକ ମୌସୁମୀ ବର୍ଷା
ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ 40 ପ୍ରତିଶତ ସ୍ବାଭାବିକ ବୃଷ୍ଟିପାତର ସମ୍ଭାବନା ରହିଛି । ଅନ୍ୟପକ୍ଷେ 98 ପ୍ରତିଶତ ପର୍ଯ୍ୟନ୍ତ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ହାରାହାରି ବୃଷ୍ଟିପାତ 96ରୁ 104 ପ୍ରତିଶତ ରହିପାରେ ।