ଓଡିଶା

odisha

ETV Bharat / bharat

ପିଲାଚୋର ସନ୍ଦେହରେ ସାଧୁଙ୍କୁ ନିସ୍ତୁକ ପିଟିଲେ ଲୋକେ

ଛତିଶଗଡ ଦୁର୍ଗରେ ପିଲାଚୋର ସନ୍ଦେହରେ ସାଧୁଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ ଗ୍ରାମବାସୀ । ସ୍ପଷ୍ଟ ହୋଇନି ସାଧୁଙ୍କ ପରିଚୟ (Monks beaten by Mob in durg Chhattisgarh) । ଅଧିକ ପଢନ୍ତୁ

ପିଲାଚୋର ସନ୍ଦେହରେ ସାଧୁଙ୍କୁ ସଙ୍ଘବଦ୍ଧ ଆକ୍ରମଣ
ପିଲାଚୋର ସନ୍ଦେହରେ ସାଧୁଙ୍କୁ ସଙ୍ଘବଦ୍ଧ ଆକ୍ରମଣ

By

Published : Oct 6, 2022, 3:39 PM IST

ରାୟପୁର:ଭିଡ ହିଂସାର ଶିକାର ହେଲେ ସାଧୁ (Monks beaten by Mob in durg Chhattisgarh)। ଛତିଶଗଡ ଦୁର୍ଗରେ 3ସାଧୁଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସାଧୁମାନେ ପିଲାଚୋରି ପାଇଁ ଗ୍ରାମକୁ ଆସିଥିବା ସନ୍ଦେହରେ ଗ୍ରାମବାସୀ ତାଙ୍କୁ ନିସ୍ତୁକ ମାଡ ମାରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଗର ଏକ ଅଞ୍ଚଳରେ ସାଧୁ ବେଶରେ ଥିବା ବ୍ୟକ୍ତିମାନେ ଏକ ଗ୍ରାମକୁ ଯାଇଥିଲେ । ସେମାନେ ସ୍ଥାନୀୟ କିଛି ପିଲାଙ୍କ ସହ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ସେମାନଙ୍କ ଗତିିବିଧି ନେଇ ସନ୍ଦେହ ପ୍ରକାଶ କରିଥିଲେ ଗ୍ରାମବାସୀ । ସେମାନଙ୍କୁ ଅଟକ ରଖିବା ସହ ପଚରା ଉଚରା କରିଥିଲେ । ଉତ୍ତରରୁ ଗ୍ରାମବାସୀଙ୍କ ମନରେ ଏମାନେ ପିଲାଚୋରି କରିବା ପାଇଁ ଆସିଥିବା ସନ୍ଦେହ ବଢିଥିଲା । ଗ୍ରାମରେ ଏହି କଥା ପ୍ରଚାରିତ ହେବା ପରେ ଗ୍ରାମବାସୀ ଏକାଠି ହୋଇ 3 ସାଧୁଙ୍କୁ ନିସ୍ତୁକ ମାଡ ମାରିଥିଲେ (Monks beaten by Mob in durg Chhattisgarh)।

ତେବେ ଏନେଇ ସ୍ଥାନୀୟ ପୋଲିସ ଅଧୀକ୍ଷକ ସୂଚନା ଦେଇ କହିଛନ୍ତି, ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । କିନ୍ତୁ ଗ୍ରାମବାସୀ ଯାହା କରିଛନ୍ତି ତାହା ଅନୁଚିତ । ଆଇନକୁ ହାତକୁ ନେବାରେ କୌଣସି ନାଗରିକଙ୍କ ଅଧିକାର ନାହିଁ । ଏପରି କାଣ୍ଡରେ ସାମିଲ ଥିବା ସମସ୍ତଙ୍କ ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ସମ୍ପୃକ୍ତ 3 ସାଧୁଙ୍କ ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳିପାରିନାହିଁ । ସେମାନେ କିଏ ଓ କେଉଁ ଉଦ୍ଦେଶ୍ୟରେ ଗ୍ରାମରେ ପ୍ରବେଶ କରିଥିଲ, ତାହା ମଧ୍ୟ ସ୍ପଷ୍ଟ ହୋଇନି । ଗତ କିଛି ବର୍ଷ ପୂର୍ବରୁ ମଧ୍ୟ ଏପରି ଏକ ଘଟଣା ମହାରାଷ୍ଟ୍ରର ପାଲଘରରେ ଦେଖିବାକୁ ମିଳିଥିଲା । କିଛି କାର୍ଯ୍ୟରେ ଯାଇଥିବା ସାଧୁଙ୍କୁ ଚୋର ସନ୍ଦେହରେ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ଫଳରେ 3 ସାଧୁଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details