ଜୟପୁର:ପୋଲିସ ହାତରୁ ହତ୍ୟା ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ତଥ୍ୟ ପ୍ରମାଣ ନେଇଗଲା ଏକ ମାଙ୍କଡ଼ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଜଣେ ହତ୍ୟା ଅଭିଯୁକ୍ତ ବିରୋଧରେ କୋର୍ଟ ପ୍ରମାଣ ମାଗିବା ପରେ ରାଜସ୍ଥାନ ପୋଲିସ କୋର୍ଟଙ୍କୁ ପ୍ରମାଣ ବ୍ୟାଗ୍ ମାଙ୍କଡ଼ ନେଇ ଯାଇଥିବା ନେଇ ଲିଖିତ ଆକାରରେ ଉତ୍ତର ରଖିଛି ।
ରାଜସ୍ଥାନର ଚାନ୍ଦୱାଜି ଥାନା ଅଞ୍ଚଳରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ୨୦୧୬ ମସିହାରେ ଜୟପୁରର ଚାନ୍ଦୱାଜି ଅଞ୍ଚଳରେ ଶଶିକାନ୍ତ ଶର୍ମା ନାମକଙ୍କ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ପୋଲିସ ଏହି ମାମଲାର ଅଧିକ ଛାନଭିନ୍ କରି ହତ୍ୟାକାଣ୍ଡର ମୁଖ୍ୟ ଦୁଇ ଅଭିଯୁକ୍ତ ରାହୁଲ କଣ୍ଡେରା ଓ ମୋହନ ଲାଲ୍ କଣ୍ଡେରାଙ୍କୁ ଗିରଫ କରିଥିଲା ।