ଓଡିଶା

odisha

ଚାଷୀଙ୍କ ପାଇଁ ମାଙ୍କଡ଼ ଆଖିରେ ଲୁହ, ଦେଖନ୍ତୁ ଭିଡିଓ...

By ETV Bharat Odisha Team

Published : Sep 10, 2023, 3:37 PM IST

ଜଣେ ଚାଷୀଙ୍କ ଦେହାନ୍ତ ପରେ ଗୁମୁରୁଗୁମୁରି କାନ୍ଦିଛି ମାଙ୍କଡ଼ । ଯାହାର ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

monkey cried on the death of farmer
ଚାଷୀଙ୍କ ପାଇଁ ମାଙ୍କଡ଼ ଆଖିରେ ଲୁହ

ଚାଷୀଙ୍କ ପାଇଁ ମାଙ୍କଡ଼ ଆଖିରେ ଲୁହ

ଲକ୍ଷ୍ନୌ:ସ୍ବାର୍ଥପର ଏହି ଦୁନିଆରେ ଏବେ ବି ବଞ୍ଚିରହିଛି ପଶୁ ଏବଂ ମଣିଷ ଭିତରେ ଅନାବିଳ ସ୍ନେହ ସମ୍ପର୍କ । ସମୟ ଅନୁସାରେ ମଣିଷ ସିନା ସ୍ୱାର୍ଥପର ପାଲଟିଯାଏ, କିନ୍ତୁ ପଶୁମାନେ ପୂର୍ବ ପରି ବିଶ୍ବସ୍ତ ରହିଥାନ୍ତି । ସେହିଭଳି ନିସ୍ଵାର୍ଥପର ଭଲପାଇବାର ଏକ ଉଦାହରଣ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଲଖିମପୁର ଖେରୀରେ । ଚନ୍ଦନ ନାମକ ଜଣେ ଚାଷୀଙ୍କ ଦେହାନ୍ତ ପରେ ଗୁମୁରୁଗୁମୁରି କାନ୍ଦିଛି ମାଙ୍କଡ଼ । ଯାହାର ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ସବୁଠୁ ବଡ଼ କଥା ହେଲା ମାଙ୍କଡଟି ଗୃହପାଳିତ ନୁହେଁ । ତଥାପି ଚନ୍ଦନଙ୍କ ପ୍ରତି ତା'ର ରହିଥିଲା ଅନାବିଳ ସ୍ନେହ ଓ ଆଦର । କାରଣ ଗ୍ରାମବାସୀଙ୍କ କହିବା ଅନୁସାରେ, ଚନ୍ଦନ 3ରୁ 4 ବର୍ଷ ପୂର୍ବେ କ୍ଷେତକୁ ଯାଉଥିଲେ । ଆଉ ସେଠାରେ ସେ ମାଙ୍କଡମାନଙ୍କୁ ଖାଇବାକୁ ଦେଉଥିଲେ । ଯେଉଁ ଉପକାର ଆଜି ପର୍ଯ୍ୟନ୍ତ ମନେ ରଖିଛି ଏହି ମାଙ୍କଡ଼ । ଯାହାଠୁ ମୁଠାଏ ଆହାର ପାଇଛି ତାକୁ ବା ଭୁଲିଯିବ କେମିତି ? ସେଥିପାଇଁ ତ, ଚନ୍ଦନଙ୍କ ଦେହାନ୍ତ ପରେ ପରେ ଶେଷ ଦର୍ଶନ ପାଇଁ ଧାଇଁ ଆସିଛି ଏହି ମାଙ୍କଡ଼ । ତେବେ ଜଙ୍ଗଲରେ ରହୁଥିବା ଏହି ମାଙ୍କଡ଼ ଚନ୍ଦନଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଲା କେମିତି ? କିପରି ଖବର ପାଇଲା ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି ।

ଏହା ବି ପଢନ୍ତୁ...Unconditional love: ଗାଈର ନିଚ୍ଛକ ପ୍ରେମ, ବାଛୁରୀ ପରି ଶିଶୁକୁ କରୁଛି ସ୍ନେହ

ସୂଚନା ଅନୁସାରେ, ଭୀରା ଥାନା ଅଞ୍ଚଳରେ ଥିବା ଗୋନ୍ଧିଆ ଗାଁରେ ଚନ୍ଦନ ବର୍ମା ନାମକ ଜଣେ ଚାଷୀ ରହୁଥିଲେ । ସେ ପ୍ରତିଦିନ ଚାଷ କାମ ପାଇଁ ଚାଷ ଜମିକୁ ଯାଉଥିବାବେଳେ ମାଙ୍କଡ଼ମାନଙ୍କୁ ଏବଂ ଅନ୍ୟ ପଶୁମାନଙ୍କୁ ଖାଦ୍ୟ ଦେଇଥାଆନ୍ତି । ହେଲେ ଅସୁସ୍ଥତା କାରଣରୁ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ଶଯ୍ୟାଶାୟୀ ରହିଥିଲେ ଚନ୍ଦନ । ଆଉ ଶେଷରେ ତାଙ୍କର ଦେହାନ୍ତ ହୋଇଛି । ଯାହାକୁ ନେଇ ପରିବାରରେ ଶୋକାକୁଳ ପରିବେଶ ଥିବାବେଳେ ମାଙ୍କଡ଼ ବି ଆସି ଶୋକ ପାଳିଛି । ଏସବୁ ଦେଖିଲା ପରେ ଚନ୍ଦନଙ୍କ ପରିବାର ସମେତ ସ୍ଥାନୀୟଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ପୂର୍ବରୁ ସେମାନେ କେବେ ଗାଁରେ ଏହି ମାଙ୍କଡକୁ ଦେଖିନଥିବା କହିଛନ୍ତି ।

ତାଙ୍କ ଦେହାନ୍ତ ପରେ ହଠାତ ଜଙ୍ଗଲରୁ ଚାଲି ଆସି ମାଙ୍କଡ଼ଟି କାନ୍ଦୁଥିବାର ଦେଖିବାକୁ ମିଳିଥିଲା । କେତେବେଳେ ତାଙ୍କ ମୃତଦେହ ପାଖରେ ବସି ତ କେତେବେଳେ ଶୋଇ ରହି କାନ୍ଦୁଥିଲା ଏହି ମାଙ୍କଡ । ଖାଲି ସେତିକି ନୁହେଁ, ଚନ୍ଦନଙ୍କ ପରିବାରର ସମସ୍ତ ସଦସ୍ୟ କାନ୍ଦୁଥିବାବେଳେ ସେମାନଙ୍କ ପାଖରେ ଆଶ୍ୱସନା ଦେବା ଭଳି ଇଙ୍ଗିତ କରୁଥିଲା । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ABOUT THE AUTHOR

...view details