ଓଡିଶା

odisha

ETV Bharat / bharat

successful landing: ରାଷ୍ଟ୍ରପତିଙ୍କ ଶୁଭେଚ୍ଛା, ‘ମହତ୍ବପୂର୍ଣ୍ଣ ଅବସର ଦେଶକୁ ଗର୍ବିତ କରିଛି’

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ । ଇସ୍ରୋକୁ ଛୁଟୁଛି ବିଶ୍ବବ୍ୟାପୀ ଶୁଭେଚ୍ଛା । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ ହେଲା ଭାରତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 23, 2023, 8:15 PM IST

Updated : Aug 23, 2023, 8:21 PM IST

successful landing: ରାଷ୍ଟ୍ରପତିଙ୍କ ଶୁଭେଚ୍ଛା,‘ ଦେଶ ପାଇଁ ମହତ୍ବପୂର୍ଣ୍ଣ ଅବସର’
successful landing: ରାଷ୍ଟ୍ରପତିଙ୍କ ଶୁଭେଚ୍ଛା,‘ ଦେଶ ପାଇଁ ମହତ୍ବପୂର୍ଣ୍ଣ ଅବସର’

ନୂଆଦିଲ୍ଲୀ:140 କୋଟି ଭାରତୀୟଙ୍କ ଚନ୍ଦ୍ରକୁ ଛୁଇଁବାର ସ୍ବପ୍ନ ଆଜି ସତ ହୋଇଛି । ମହାକାଶ ଗବେଷଣାରେ ଇତିହାସ ସୃଷ୍ଟି କରିଛି ଭାରତ । ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ଭାରତ । ଐତିହାସିକ ସଫଳତା ପରେ ସାରା ଦେଶରେ ଆରମ୍ଭ ହୋଇଛି ଉତ୍ସବ ପାଳନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ମହତ୍ବପୂର୍ଣ୍ଣ ଅବସର ସମଗ୍ର ଦେଶକୁ ଗର୍ବିତ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଲ୍ୟାଣ୍ଡିଂର ସିଧାପ୍ରସାରଣ ଦେଖିବା ପରେ ରାଷ୍ଟ୍ରପତି ଏକ ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି,‘‘ ଚନ୍ଦ୍ରଯାନ-3 କୁ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରାଇ ବୈଜ୍ଞାନିକମାନେ ଇତିହାସ ସୃଷ୍ଟି କରିଛନ୍ତି । ISROକୁ ଅଭିନନ୍ଦନ ଜଣାଉଛି । ଚନ୍ଦ୍ରଯାନ ମିଶନ ସହ ଜଡିତ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଏବଂ ସେମାନଙ୍କୁ ଆହୁରି ବଡ଼ ସଫଳତା ହାସଲ କରନ୍ତୁ ଏହା ହିଁ କାମନା କରୁଛି ।’’

ଲ୍ୟାଣ୍ଡିଂ ପ୍ରକ୍ରିୟା ଜାରି ରହିଥିବା ବେଳେ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଇସ୍ରୋ ମିଶନ କଣ୍ଟ୍ରୋଲ ସହ ଯୋଡି ହୋଇଥଲେ । ଲ୍ୟାଣ୍ଡିଂର ଲାଇଭ୍‌ ଟେଲିକାଷ୍ଟ ଦେଖିଥିଲେ । ଲ୍ୟାଣ୍ଡିଂ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲି ଦେଶକୁ ସମ୍ବୋଧିତ କରିବା ସହ ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ :-Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ପୃଥିବୀରୁ 3 ଲକ୍ଷ 80 ହଜାର କିଲୋମିଟର ଦୂରରେ ଗୋଟିଏ ପରେ ଗୋଟିଏ ପ୍ରକ୍ରିୟା ଦେଇ ଆଗକୁ ବଢୁଥିଲା ଲ୍ୟାଣ୍ଡର । ସମଗ୍ର ଦେଶ ଦେଖୁଥିଲା ସିଧାପ୍ରସାରଣ । ଲ୍ୟାଣ୍ଡିଂ ସଫଳ ହେବା ପରେ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଏନେଇ ଆନୁଷ୍ଠାନିକ ଘୋଷଣା କରିଥିଲେ । ବେଙ୍ଗାଲୁରୁ ସ୍ଥିତି ଇସ୍ରୋର ମିଶନ କଣ୍ଟ୍ରୋଲ କମ୍ପଲେକ୍ସ କରତାଳିରେ କମ୍ପିଥିଲା । ଟିଭି ସ୍କ୍ରିନରେ ଏହି ଐତିହାସିକ କ୍ଷଣର ସାକ୍ଷୀ ରହିଥିବା ଦେଶବାସୀ ମଧ୍ୟ ଉତ୍ସବ ପାଳନ ଆରମ୍ଭ କରିଦେଇଛନ୍ତି । ଏବେ ଭାରତର ଚନ୍ଦ୍ର ଅଭିଯାନର ଆଗାମୀ ପଦକ୍ଷେପ ଉପରେ ସମଗ୍ର ବିଶ୍ବର ନଜର ରହିଛି । ପୂର୍ବରୁୁ ବିଶ୍ବର 3 ବିକଶିତ ରାଷ୍ଟ୍ର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ବେଳେ ଏହି ତାଲିକାରେ ଭାରତର ନାମ 4ର୍ଥ ଦେଶ ଭାବେ ଯୋଡି ହୋଇଛି । ଅନ୍ୟପଟେ ଏପର୍ଯ୍ୟନ୍ତ କୌଣସି ଦେଶ ଦକ୍ଷିଣ ମେରୁରେ ଅବତରଣ କରିନଥିଲେ । ଏହି ସଫଳତାରେ ଭାରତ ବିଶ୍ବର ପ୍ରଥମ ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 23, 2023, 8:21 PM IST

ABOUT THE AUTHOR

...view details