ଓଡିଶା

odisha

ETV Bharat / bharat

ବଢୁଛି ଅଡୁଆ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ଜୁବୈର - ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ମହମ୍ମଦ ଜୁବେର

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମହମ୍ମଦ ଜୁବୈର । ବିବାଦୀୟ ଟ୍ବିଟ୍‌ କରି ଗିରଫ ହୋଇଥିବା ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ସିଦ୍ଧ ଦର୍ଶାଇଲେ ପଟିଆଲା ହାଉସ କୋର୍ଟ । ଅଧିକ ପଢ଼ନ୍ତୁ

ବଢ଼ୁଛି ଅଡ଼ୁଆ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମହମ୍ମଦ ଜୁବେର
ବଢ଼ୁଛି ଅଡ଼ୁଆ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମହମ୍ମଦ ଜୁବେର

By

Published : Jul 14, 2022, 7:41 PM IST

ନୂଆଦିଲ୍ଲୀ: ବିବାଦୀୟ ଟ୍ବିଟ୍‌ କରି ଗିରଫ ହୋଇଥିବା ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ସିଦ୍ଧ ଦର୍ଶାଇଲେ ପଟିଆଲା ହାଉସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମହମ୍ମଦ ଜୁବୈର । ଉତ୍ତର ପ୍ରଦେଶର ତାଙ୍କ ବିରୋଧରେ ଦାଖଲ ହୋଇଥିବା ୬ଟି ଏତଲାକୁ ଅସିଦ୍ଧ ଦର୍ଶାଇବାକୁ ଅପିଲ୍‌ କରିଛନ୍ତି ମହମ୍ମଦ ଜୁବୈର ।

ଖାଲି ସେତିକି ନୁହେଁ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା SIT ତଦନ୍ତକୁ ଅମୂଳକ ବୋଲି କହିଛନ୍ତି ମହମ୍ମଦ । ବିବାଦୀୟ ଟ୍ବିଟ୍‌ ନେଇ ଜୁବୈରଙ୍କ ବିରୋଧରେ ସୀତାପୁର, ଲଖିମପୁର ଖେରୀ, ମୁଜାଫରପୁରରେ ଗୋଟିଏ ଲେଖାଏଁ ଏତଲା ହୋଇଥିବା ବେଳେ ଗାଜିଆବାଦ ଓ ହାଥରସରେ ଦୁଇଟି ଲେଖାଏଁ FIR ହୋଇଛି । ଏହି ୬ଟି ମାମଲାର ତଦାରଖ କରୁଛି ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା SIT ।

ଏହାପୂର୍ବରୁ ଜାମିନ ଆବେଦନ ଶୁଣାଣି ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୁବୈର । ତେବେ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ତାଙ୍କୁ ୫ ଦିନ ଅନ୍ତରୀଣ ଜାମିନ ମିଳିଥିଲା । ତେବେ ଏହି ଜାମିନ କେବଳ ସୀତାପୁରରେ ଦାଖଲ ହୋଇଥିବା ମାମଲାକୁ ନେଇ ପ୍ରଦାନ କରାଯାଇଥିଲା । ବାକି ମାମଲା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କୋର୍ଟ କହିଥିଲେ । ସେପଟେ ହାଥରସ କୋର୍ଟ ଜୁବୈରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପଠାଇ ଦେଇଥିଲେ ।

ଦିନକୁ ଦିନ ଜୁବେରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ତାଙ୍କୁ ଜାମିନ ମିଳିବା ବଦଳରେ ସେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ସେ ଅଧିକ ଫସିବାରେ ଲାଗିଛନ୍ତି । ୨୦୧୮ରେ ହିନ୍ଦୁ ଦେବାଦେବୀଙ୍କୁ ଏକ ବିବାଦୀୟ ଟ୍ବିଟ୍‌ କରିଥିଲେ । ଏହାକୁ ନେଇ ଦୀପକ ଶର୍ମା ନାମକ ଜଣେ ଆଇନଜୀବୀ ପ୍ରଥମେ ଅଭିଯୋଗ କରିଥିଲେ । ଏହାପରେ ଜୁନ ୨୭ ତାରିଖରେ ତାଙ୍କୁ ପୋଲିସ ଗିରଫ କରିଥିଲା ।

For All Latest Updates

TAGGED:

ABOUT THE AUTHOR

...view details