ଓଡିଶା

odisha

ETV Bharat / bharat

ପିଏମ ଆବାସ ହିତାଧିକାରୀଙ୍କୁ ମୋଦିଙ୍କ ଭାବପ୍ରବଣ ଚିଠି - ପିଏମ ଆବାସ ହିତାଧିକାରୀଙ୍କୁ ମୋଦିଙ୍କ ଚିଠି

ଆବାସ ଯୋଜନାରେ ପକ୍କା ଘର ମିଳିଥିବା ଜଣେ ହିତାଧିକାରୀଙ୍କୁ ଚିଠି ଲେଖିଲେ ମୋଦି। ମଧ୍ୟପ୍ରଦେଶ ସାଗର ଜିଲ୍ଲାର ସୁଧୀର କୁମାର ଜୈନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଧିକ ପଢ଼ନ୍ତୁ

modi writes to pmay beneficiary
ପିଏମ ଆବାସ ହିତାଧିକାରୀଙ୍କୁ ମୋଦିଙ୍କ ଭାବପ୍ରବଣ ଚିଠି

By

Published : Apr 12, 2022, 1:28 PM IST

ହାଇଦ୍ରାବାଦ:ଆବାସ ଯୋଜନାରେ ପକ୍କା ଘର ମିଳିଥିବା ଜଣେ ହିତାଧିକାରୀଙ୍କୁ ଚିଠି ଲେଖିଲେ ମୋଦି। ମଧ୍ୟପ୍ରଦେଶ ସାଗର ଜିଲ୍ଲାର ସୁଧୀର କୁମାର ଜୈନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଘର କେବଳ ଇଟା ସିମେଣ୍ଟରେ ପ୍ରସ୍ତୁତ ହୋଇଥିବା ଏକ ଢାଞ୍ଚା ନୁହେଁ । ଏହା ଆମ ଭାବନା । ଘର ସହ ଆମର ଆକାଂକ୍ଷା ଯୋଡ଼ି ହୋଇ ରହିଛି । ଏହାର ଚାରି କାନ୍ଥ ଆମକୁ ସୁରକ୍ଷା ପ୍ରଦାନ କରିବା ସହିତ ଆମ ମନରେ ଏକ ଉନ୍ନତ ଭବିଷ୍ୟତ ପାଇଁ ଭରସା ଓ ବିଶ୍ବାସ ଜାଗ୍ରତ କରିଥାଏ । ଏଭଳି କିଛି ଭାବପ୍ରବଣ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୁଧୀରଙ୍କୁ ପଠାଇଥିବା ଚିଠିରେ ମୋଦି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ନିଜ ପାଇଁ ଘରଟିଏ ତୋଳିବା ଆପଣଙ୍କର ସ୍ବପ୍ନ ସାକାର ହୋଇପାରିଛି । ଏହି ଉପଲବ୍ଧି ପରେ ଆପଣଙ୍କ ଭିତରେ ଯେଉଁ ସନ୍ତୋଷ ଭାବନା ଜାଗ୍ରତ ହୋଇଛି ତାହା ଆପଣ ଲେଖିଥିବା ପତ୍ରର ଶବ୍ଦରେ ଖୁବ ସହଜ ଭାବେ ପ୍ରତିଫଳିତ ହୋଇଛି । ଆପଣଙ୍କ ପରିବାରର ସମ୍ମାନପୂର୍ଣ୍ଣ ଜୀବନ ଏବଂ ଦୁଇ ପିଲାମାନଙ୍କର ଉନ୍ନତ ଭବିଷ୍ୟତ ପାଇଁ ଘର ଏକ ନୂତନ ଆଧାର ସଦୃଶ ଅଟେ। ନିଜର ଏକ ଘର ପାଇବାର ଖୁସି ଅମୂଲ୍ୟ ବୋଲି ପ୍ରଧାନମନ୍ତୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହିତ ମୋଦି ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏବେ ସୁଦ୍ଧା କୋଟି କୋଟି ହିତାଧିକାରୀଙ୍କୁ ନୂଆ ପକ୍କା ଘର ମିଳିସାରିଛି ।

ସରକାର ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ସରକାର ବିଭିନ୍ନ ଜନ-କଲ୍ୟାଣକାରୀ ଯୋଜନା ଜରିଆରେ ଦେଶବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଚ୍ଚୋଟ ପ୍ରୟାସ କରୁଛନ୍ତି । ସୁଧୀରଙ୍କ ଭଳି ହିତାଧିକାରୀଙ୍କ ଜୀବନରେ ଆସିଥିବା ସ୍ମରଣୀୟ ମୁହୂର୍ତ୍ତ ରାଷ୍ଟ୍ର ପାଇଁ ଅବିଶ୍ରାନ୍ତ ଭାବେ ତଥା ଅବିରାମ ଗତିରେ ନିରନ୍ତର କାର୍ଯ୍ୟ କରିବା ଲାଗି ପ୍ରେରଣା ଓ ଶକ୍ତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

କିଛି ଦିନ ପୂର୍ବରୁ ସୁଧୀରଙ୍କୁ ପିଏମ ଆବାସ ଯୋଜନା ଅଧୀନରେ ପକ୍କା ଘର ମିଳିଥିଲା । ଏଥିପାଇଁ ସୁଧୀର ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିବା ଚିଠିରେ ସୁଧୀର ଲେଖିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ବାସଗୃହ ଘର ନଥିବା ଗରିବ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେ ଭଡ଼ା ଘରେ ରହୁଥିଲେ । ନିଜ ଘର ନଥିବାରୁ ୬-୭ ଥର ଘର ବଦଳାଇ ସାରିଥିଲେ ବୋଲି ସୁଧୀର ନିଜ ଚିଠିରେ ଉଲ୍ଲେଖ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details