ନୂଆଦିଲ୍ଲୀ:ଦେଶର ପଛୁଆ ବର୍ଗ (ଓବିସି) ବର୍ଗର ଲୋକଙ୍କ ପାଇଁ ଆଜି କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ଆଉ ଏକ ବଡ ପଦକ୍ଷେପ । ଆଜି ବସିବାକୁ ଥିବା କ୍ୟାବିନଟେ ବୈଠକରେ ସମ୍ବିଧାନ ସଂଶୋଧନ ବିଲକୁ ମିଳିପାରେ ମଞ୍ଜୁରୀ । ବିଲ କ୍ୟାବିନେଟର ମଞ୍ଜୁର ପରେ ସରକାର ଏହାକୁ ସଂସଦରେ ଗୃହିତ କରାଇବା ପାଇଁ ଚଳିତ ଅଧିବେଶନରେ ହିଁ ଆଗତ କରିବେ । ବିଲ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହେଲେ ରାଜ୍ୟ ସରକାର ମାନେ ନିଜ ନିଜ ଓବିସି ବର୍ଗ ସର୍ଭେ ସହ ଓବିସି ଗଣନା କରିପାରିବେ ।
ସୁପ୍ରିମକୋର୍ଟ ଏହି ପ୍ରସଙ୍ଗକୁ ନେଇ ବିଗତ ମେ’ ୫ ରେ ଦେଇଥିଲେ କଡା ଟିପ୍ପଣୀ । ପୂର୍ବରୁ ଦାୟର ହୋଇଥିବା ମାମଲାର ଶୁଣାଣି କରି କହିଥିଲେ କି କେବଳ କେନ୍ଦ୍ର ସରକାର ହିଁ ଓବିସି ବର୍ଗର ଗଣଣା ଓ ସର୍ଭେ କରିପାରିବେ । ଯାହାକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ଏବେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଯାଇ ସମ୍ବିଧାନ ସଂଶୋଧନ କରି କେନ୍ଦ୍ର ସରକାର ନିଜ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
ସମ୍ବିଧାନର ଅନୁଛେଦ ୩୪୨-A ଓ ୩୬୬(୨୬) C ଅନୁସାରେ ଏହି ସଂଶୋଧନ ସଂସଦରେ ଗୃହିତ ହେଲେ ରାଜ୍ୟ ମାନେ ନିଜ ନିଜ ଓବିସି ତାଳିକା ପ୍ରସ୍ତୁତ କରିପାରିବେ । ଏହାବାଦ ଓବିସି ବର୍ଗଙ୍କୁ ନେଇ ଯେକୌଣସି ନିଷ୍ପତି ରାଜ୍ୟ ସରକାର ମାନେ ମଧ୍ୟ ନେଇ ପାରିବେ ।