ଓଡିଶା

odisha

ETV Bharat / bharat

Eid-ul-Fitr: ଇଦ୍‌ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ - ଇଦ ଉଲ ଫିତର

ପବିତ୍ର ଇଦ ଉଲ-ଫିତର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Eid ul Fitr
Eid ul Fitr

By

Published : Apr 22, 2023, 10:04 AM IST

ନୂଆଦିଲ୍ଲୀ:ଆଜି ପବିତ୍ର ଇଦ୍ । ଯାହାକୁ ଇସଲାମ ଧର୍ମରେ ଇଦ୍ ଉଲ୍-ଫିତର ଭାବେ ପାଳନ କରାଯାଇଥାଏ । ଏହା ମୁସଲମାନଙ୍କର ସବୁଠୁ ବଡ ପର୍ବ ଅଟେ । ଇଦକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ସବୁ ମସଜିଦଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ମାସା ସାରା ମସଜିଦରେ ନମାଜ ପାଠ ହୋଇଥିଲା । ପ୍ରତିଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରଖିବା ସହ 5 ଇନ୍ଦ୍ରିୟରେ ସଂଯମ ରଖି ରୋଜା ପାଳିଥାନ୍ତି ମୁସଲିମ ସମ୍ପ୍ରଦାୟ । ଶେଷ ରାତିରେ ଜହ୍ନ ଦେଖିବା ପରେ ପରଦିନ ଧୁମଧାମରେ ଇଦ ପାଳନ କରନ୍ତି । ଆଉ ପରସ୍ପରକୁ ଜଣାନ୍ତି ଇଦ ମୁବାରକ । ଏହି ଅବସରରେ ଦେଶବାସୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ''ଇଦ-ଉଲ୍-ଫିତରରେ ସମସ୍ତଙ୍କୁ ଅଭିନନ୍ଦନ । ଆମ ସମାଜରେ ସୌହାର୍ଦ୍ଦ୍ୟ ଏବଂ କରୁଣାର ଭାବନାକୁ ଆଗକୁ ବଢାଯାଉ । ମୁଁ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି । ଇଦ ମୁବାରକ !''

ଅନ୍ୟପଟେ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଇଦ-ଉଲ୍-ଫିତର ଅବସରରେ ସମସ୍ତ ଦେଶବାସୀ ବିଶେଷ କରି ମୁସଲିମ ଭାଇଭଉଣୀକୁ ମୋର ଶୁଭେଚ୍ଛା ଜଣାଉଛି । କରୁଣାର ଏହି ଇଦ ପର୍ବ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆମକୁ ବାର୍ତ୍ତା ଦେଇଥାଏ । ସମସ୍ତେ ସମାଜରେ ଭାଇଚାରା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ବୃଦ୍ଧି ପଥରେ ଆଗକୁ ବଢିବା ପାଇଁ ପ୍ରତିଶୃତି ନେବାକୁ ମହାମହିମ ଆହ୍ବାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Chardham Yatra 2023: ଆଜିଠୁ ଚାରିଧାମ ଯାତ୍ରା, ପ୍ରଥମେ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦ୍ବାର

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଇଦ ଉଲ-ଫିତରରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା । ଆଲ୍ଲା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧତା ଏବଂ ଶାନ୍ତି ଆଣନ୍ତୁ । ସମସ୍ତଙ୍କୁ ଦୟା ଏବଂ ପ୍ରେମ ପଥରେ ଆଗେଇ ନିଅନ୍ତୁ ।"

ଇଦ୍ ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା । ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ । ଏଇଦିନ ସାରା ବିଶ୍ୱର ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି । ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷା ଦେଇଥାନ୍ତି । ଏହି ଦାନକୁ ଜକାତ ଉଲ-ଫିତ୍ର କହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details