ଓଡିଶା

odisha

ETV Bharat / bharat

'ଆଧୁନିକ ମହିଳା ଏକାକୀ ରହିବାକୁ ଚାହୁଁଛନ୍ତି, ବିବାହ ପରେ ପ୍ରସବ ପାଇଁ ହେଉଛନ୍ତି ଅଗ୍ରାହ୍ୟ'

ଆଧୁନିକ ମହିଳାମାନେ ନିଜ ପିତାମାତାଙ୍କ ସହିତ ରହିବାକୁ ଚାହୁଁନାହାନ୍ତି । ଏହାସହିତ ବିବାହ ପରେ ମଧ୍ୟ ସନ୍ତାନ ଜନ୍ମ କରିବା ପରିବର୍ତ୍ତେ ସରୋଗେସୀ ପଦ୍ଧତିକୁ ଆପଣେଉଛନ୍ତି । ଧୀରେ ଧୀରେ ଭାରତୀୟ ମହିଳା ବିଦେଶୀ ପ୍ରଥାକୁ ଆପଣେଉଛନ୍ତି ବୋଲି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Oct 10, 2021, 9:08 PM IST

'ଆଧୁନିକ ମହିଳା ଏକାକୀ ରହିବାକୁ ଚାହୁଁଛନ୍ତି, ବିବାହ ପରେ ପ୍ରସବ ପାଇଁ ହେଉଛନ୍ତି ଅଗ୍ରାହ୍ୟ'
'ଆଧୁନିକ ମହିଳା ଏକାକୀ ରହିବାକୁ ଚାହୁଁଛନ୍ତି, ବିବାହ ପରେ ପ୍ରସବ ପାଇଁ ହେଉଛନ୍ତି ଅଗ୍ରାହ୍ୟ'

ବେଙ୍ଗାଲୁରୁ:ଆଧୁନିକ ମହିଳାଙ୍କୁ ନେଇ ଏକ ବଡ଼ ଅଭିଯୋଗ କରିଛନ୍ତି କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. କେ ସୁଧାକାର । ଆଜିର ଆଧୁନିକ ଭାରତୀୟ ମହିଳାମାନେ ଏକାକୀ ରହିବାକୁ ଚାହୁଁଥିବାବେଳେ ବିବାହ ପରେ ମଧ୍ୟ ସନ୍ତାନ ଜନ୍ମ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଏବଂ ସରୋଗେସୀ ମାଧ୍ୟମରେ ପିଲା ଜନ୍ମ କରିବା ପାଇଁ ବେଶୀ ଆଗ୍ରହୀ ହେଉଛନ୍ତି । ଆଧୁନିକ ମହିଳାଙ୍କ ବିରୋଧରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ନେସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲଥ ଆଣ୍ଡ ନ୍ୟୁରୋଲୋଜିକାଲ ସାଇନ୍ସ(NIMHANS) ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ରଖିଛନ୍ତି ।

ରବିବାର ୱାର୍ଲ୍ଡ ମେଣ୍ଟାଲ ହେଲ୍‌ଥ ଡେ' ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ଆଧୁନିକ ମହିଳାଙ୍କ ମାନସିକତା ସମ୍ପର୍କରେ ଏପରି କିଛି ମନ୍ତବ୍ୟ ରଖିବା ପୂର୍ବରୁ ପ୍ରଥମେ କ୍ଷମା ପ୍ରାର୍ଥନା କରିଥିଲେ ଓ ତା'ପରେ କହିଥିଲେ ଯେ ଆଜିକାଲିର ମହିଳାମାନେ ଏକାକୀ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । ଏମିତି କି ସେମାନେ ବିବାହ କରିବା ପରେ ମଧ୍ୟ ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି । ବରଂ ସରୋଗେସୀ ଉପାୟରେ ପିଲା ଜନ୍ମ କରିବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି । ଯାହାକି ଧୀରେ ଧୀରେ ସମାଜର ଏକ ଭାବନାରେ ବିରାଟ ପରିବର୍ତ୍ତନ ଆସିଛି, ଏହା ଭଲ ନୁହେଁ ବୋଲି ସେ କହିଛନ୍ତି । ଆମ ଭାରତୀୟ ସମାଜକୁ ବିଦେଶୀ ଚିନ୍ତାଧାରା ପ୍ରଭାବିତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପିଲାମାନେ ନିଜ ପିତାମାତାଙ୍କ ସହିତ ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଦୁର୍ଭାଗ୍ୟବଶତଃ ଆମେମାନେ ବର୍ତ୍ତମାନ ଚାଲିଥିବା ବିଦେଶୀ ଚାଲିଚଳଣିକୁ ଆପଣେଇବାରେ ଲାଗିଛୁ । ନିଜ ପିତାମାତାଙ୍କ ସହିତ ଜେଜେ ମା' ଜେଜେ ବାପାଙ୍କ ସହିତ ମଧ୍ୟ ରହିବାକୁ ଅନିଚ୍ଛା ପ୍ରକାଶ କରୁଛୁ । ଭାରତରେ ପ୍ରାୟ ପ୍ରତି ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳାଙ୍କ ଯେକୌଣସି ପ୍ରକାରର ମାନସିକ ସମସ୍ୟା ଦେଖିବାକି ମିଳିଥାଏ । ଯାହାକି ସାମାନ୍ୟ ଧରଣରୁ ଆରମ୍ଭ ହୋଇ ଗମ୍ଭୀର ସ୍ଥିତି ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଅବସାଦକୁ ପରିଚାଳନା କରିବା ଏକ ପ୍ରକାର କଳା ଏବଂ ଭଆରତ ଏହି କଳାକୁ ଶିଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।

@PTI

ABOUT THE AUTHOR

...view details