ଓଡିଶା

odisha

Bihar Rape Case: 10 ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ତିନି ନାବାଳକ

By

Published : Feb 26, 2023, 11:18 AM IST

ବୌଦ୍ଧ ଗୟା ପୋଲିସ ଷ୍ଟେସନ ଅଞ୍ଚଳରେ ଲଜ୍ଜା ଜନକ ଘଟଣା । ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ତିନି ନାବାଳକ । ଅଧିକ ପଢନ୍ତୁ

minor girl molestation in gaya
minor girl molestation in gaya

ପାଟନା:ବିହାରର ଗୟାରେ ଲଜ୍ଜା । 10 ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ତିନି ନାବାଳକ । ଥାନାରେ ଅଭିଯୋଗ ପରେ ତିନି ନାବାଳକଙ୍କୁ ଥାନାରେ ଅଟକ ରଖିଲା ପୋଲିସ । ଗତ ଶୁକ୍ରବାର ଦିନ ବୋଦ୍ଧ ଗୟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ସୂଚନା ମିଳିଛି । ନାବାଳିକା ଜଣକ ରାସ୍ତାରେ ଯାଉଥିବା ବେଳେ ତିନି ନାବାଳକ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ପୀଡିତା ଘରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଛି ।

ଥାନାରେ ଅଭିଯୋଗ କଲେ ପୀଡିତାଙ୍କ ବାପା:ପରିବାର ଲୋକେ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିବା ଜାଣିବା ପରେ ବୋଦ୍ଧ ଗୟା ପୋଲିସ ଷ୍ଟେସନ ଓ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଦୁଷ୍କର୍ମ କରିଥିବା ସମସ୍ତ ନାବାଳକଙ୍କ ବୟସ 12ରୁ 13 ବର୍ଷ ହେବ ବୋଲି ଜଣାପଡିଛି । ଏକ ସ୍ବତନ୍ତ୍ର ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ନାବାଳକମାନଙ୍କୁ ଧରିବାରେ ସଫଳ ହୋଇଛି ।

ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଦିଆଯିବ ଦଣ୍ଡ: ଏହି ମାମଲାରେ ସ୍ୱତନ୍ତ୍ର ପୋଲିସ ଟିମ୍ ତିନି ନାବାଳକ ଅଭିଯୁକ୍ତଙ୍କୁ ଅଟକ ରଖିଛି । ମହିଳା ଥାନାକୁ ଏନେଇ ସୂଚନା ଦିଆଯାଇଥିବା ବେଳେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖୁବଶୀଘ୍ର କୋର୍ଟରେ ଏହି ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି ।

ସେହିପରି ଗତ 23 ତାରିଖରେ ହରିୟାଣାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ତାଙ୍କ ଇନଷ୍ଟାଗ୍ରାମ ବନ୍ଧୁ । ବାରମ୍ବାର ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା ଧମକ ଦେବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଗିରଫ ହୋଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇ ନାହିଁ।

ଗୁରୁଗ୍ରାମର ଅଭିଶେଖ ନାମକ ଜଣେ ଯୁବକଙ୍କ ସହ ଗତ 2020 ମସିହାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବନ୍ଧୁତା ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ । ଏହାପରେ ନମ୍ବର ଦିଆନିଆ ହେବା ପରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଗତ 2021 ମସିହାରେ ନାବାଳିକାଙ୍କୁ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏନେଇ କାହାରିକୁ କିଛି ନକହିବାକୁ ନାବାଳିକାଙ୍କୁ ଧମକ ଦେଇଥିଲା ।

ଜାନୁଆରୀ ମାସରେ ଉତ୍ତରପ୍ରଦେଶରେ ଜଣେ ଡ୍ୟାନ୍ସରକୁ ଗଣଦୁଷ୍କର୍ମ ଖବର ସାମ୍ନାକୁ ଆସିଥିଲା । ଜଣେ ବ୍ୟବସାୟୀ ତାଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରିବା ବେଳେ ତିନି ଜଣ ମହିଳା ଡ୍ୟାନ୍ସରଙ୍କୁ ଡ୍ୟାନ୍ସ କରିବାକୁ ଡକାଇଥିଲେ । ପାର୍ଟି ସରିବା ପରେ ତିନି ଜଣ ଯୁବକ ଜଣେ ଡ୍ୟାନ୍ସରଙ୍କୁ ଅପହରଣ କରି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ।

ABOUT THE AUTHOR

...view details