ଓଡିଶା

odisha

By

Published : Aug 10, 2022, 7:58 PM IST

ETV Bharat / bharat

Airfare cap ହଟିଲା, ସେପ୍ଟେମ୍ବର ପହିଲାରୁ ଘରୋଇ ବିମାନ ଭଡ଼ା ବଢିବା ଆଶଙ୍କା !

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳାୟର ହଟାଇଲା airfare cap । ଅଗଷ୍ଟ 31 ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । କୋଭିଡ ସଂକ୍ରମଣ ବେଳେ ଘରୋଇ ଉଡାଣ ଉପରେ ଲାଗୁ ହୋଇଥିଲା ନିୟମ । ଫଳରେ ବିମାନ କମ୍ପାନୀମାନେ ସ୍ବାଧୀନ ଭାବେ ଯାତ୍ରାର ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିପାରିବେ । ଅଧିକ ପଢନ୍ତୁ

ଘରୋଇ ଉଡାଣ ଉପରେ airfare cap ହଟାଇ ଦେଲା କେନ୍ଦ୍ର, ଏଣିକି ଭଡା ନିର୍ଦ୍ଧାରଣ କରିବେ ସମ୍ପୃକ୍ତ ବିମାନ କମ୍ପାନୀ
ଘରୋଇ ଉଡାଣ ଉପରେ airfare cap ହଟାଇ ଦେଲା କେନ୍ଦ୍ର, ଏଣିକି ଭଡା ନିର୍ଦ୍ଧାରଣ କରିବେ ସମ୍ପୃକ୍ତ ବିମାନ କମ୍ପାନୀ

ନୂଆଦିଲ୍ଲୀ: ସମସ୍ତ ଘରୋଇ ଉଡାଣ ଟିକେଟ ପ୍ରାଇସ ଉପରେ airfare cap ହଟାଇ ଦେଲେ କେନ୍ଦ୍ର ସରକାର । ଚଳିତ ମାସ (ଅଗଷ୍ଟ) 31 ତାରିଖ (31 August 2022)ରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଜ୍ଞପ୍ତି ଜାରି କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି,‘‘ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସମୀକ୍ଷା କରାଯିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିୟମ ଅଗଷ୍ଟ 31 ତାରିଖରୁ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ସମୟରେ ବିମାନ ଇନ୍ଧନର ମୂଲ୍ୟବୃଦ୍ଧିକୁ ବିଚାରକୁ ନେବା ପରେ ପୂର୍ବ ବ୍ୟବସ୍ଥାକୁ ହଟାଯାଇଛି ।’’

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି 2020 ମହିହାରେ ଏହି ନିୟମ ଲାଗୁ କରିଥିଲେ କେନ୍ଦ୍ର ସରକାର । ଡୋମେଷ୍ଟିକ ବିମାନ ଯାତ୍ରାକୁ ଉଡାଣ ସମୟ ଅବଧି ଅନୁସାରେ ଏକାଧିକ ପର୍ଯ୍ୟାୟରେ ବିଭକ୍ତ ମଧ୍ୟ କରାଯାଇଥିଲା । ଉଡାଣ ସମୟ ଅନୁସାରେ, ଯାତ୍ରା ପାଇଁ ସର୍ବନିମ୍ନ ଓ ସର୍ବାଧିକ ଭଡା ଦର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିମାନ ଇନ୍ଧନ ଦାମରେ ବୃଦ୍ଧି ହେବା ପରେ କମ୍ପାନୀମାନେ ମଧ୍ୟ କ୍ଷତି ସହୁଥିବା ଅଭିଯୋଗ ଆସିଥିଲା । ଏବେ ଏହି ନିୟମ ହଟିଯିବା ପରେ ଏବେ ବିମାନ କମ୍ପାନୀମାନେ ସ୍ବାଧୀନ ଭାବେ ଯାତ୍ରାର ଟିକେଟ ଦର ନିର୍ଦ୍ଧାରଣ କରିପାରିବେ ।

ତେବେ ଏପରି ସ୍ଥିତିରେ ଘରୋଇ ବିମାନ ଯାତ୍ରା ଅଧିକ ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି । କୋଭିଡ ସଂକ୍ରମଣ କାଳରେ ଏହି କଟକଣା କେବଳ ଘରୋଇ ବିମାନ କମ୍ପାନୀ ଉପରେ ଲଗାଇଥିଲେ କେନ୍ଦ୍ର ସରକାର । ଏହା ଅନ୍ତର୍ଜାତୀୟ ଉଡାଣ ପାଇଁ କାର୍ଯ୍ୟକାରୀ ହୋଇନଥିଲା । ତେଣୁ ଏପରି ନିୟମ ଆସିବା ପରେ ଘରୋଇ ବିମାନ ଯାତ୍ରା ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ ସାପେକ୍ଷ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details