ଓଡିଶା

odisha

କାଶ୍ମୀର ପଣ୍ଡିତଙ୍କ ପାଇଁ ମୁମ୍ବାଇ କବାଟ ସର୍ବଦା ଖୋଲା: ଆଦିତ୍ୟ ଠାକରେ

By

Published : Jun 6, 2022, 2:03 PM IST

ଅଶାନ୍ତ ହୋଇଛି ସୀମା । କାଶ୍ମୀର ଘାଟିରେ ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ । ପ୍ରବାସୀ ଶ୍ରମିକଙ୍କଠୁ ନେଇ ସ୍ଥାନୀୟ ଲୋକ ଆତଙ୍କୀ ଗୁଳିରେ ପ୍ରାଣ ହରାଉଛନ୍ତି । ସ୍ଥିତି ଏପରି ହେଲାଣି ଯେ କାଶ୍ମୀର ଛାଡିବାକୁ ବସିଲେଣି କାଶ୍ମୀର ପଣ୍ଡିତ । ଅଧିକ ପଢନ୍ତୁ

ଆଦିତ୍ୟ ଠାକରେ
ଆଦିତ୍ୟ ଠାକରେ

ମୁମ୍ବାଇ: ଅଶାନ୍ତ ହୋଇଛି ସୀମା । କାଶ୍ମୀର ଘାଟିରେ ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ । ପ୍ରବାସୀ ଶ୍ରମିକଙ୍କଠୁ ନେଇ ସ୍ଥାନୀୟ ଲୋକ ଆତଙ୍କୀ ଗୁଳିରେ ପ୍ରାଣ ହରାଉଛନ୍ତି । ଗତ କିଛି ଦିନ ଭିତରେ ଘାଟିରେ 5ଜଣରୁ ଅଧିକ ନୀରିହ ଜୀବନ ହାରିଲେଣି । ସ୍ଥିତି ଏପରି ହେଲାଣି ଯେ କାଶ୍ମୀର ଛାଡିବାକୁ ବସିଲେଣି କାଶ୍ମୀର ପଣ୍ଡିତ । କାଶ୍ମୀର ପଣ୍ଡିତଙ୍କ ଏପରି ଖରାପ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଆଦିତ୍ୟ ଠାକରେ । ମୁମ୍ବାଇ ଦ୍ବାର କାଶ୍ମୀର ପଣ୍ଡିତଙ୍କ ପାଇଁ ସର୍ବଦା ଖୋଲା ବୋଲି କହିଛନ୍ତି ଆଦିତ୍ୟ ।

ବର୍ତ୍ତମାନ କାଶ୍ମୀରେ ସ୍ଥିତି ଖରାପ ରହିଛି । ଏହି ଭୟଙ୍କର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିବା କହିଛନ୍ତି ଆଦିତ୍ୟ ଠାକରେ। ତେବେ କାଶ୍ମୀରୀ ପଣ୍ଡିତମାନଙ୍କ ପାଇଁ ମହାରାଷ୍ଟ୍ରର ଦ୍ବାର ସବୁବେଳେ ଖୋଲା ରହିଛି ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ। ଏହି ସ୍ଥିତି ଆଳରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି ଆଦିତ୍ୟ ଠାକରେ । କାଶ୍ମୀରର ବର୍ତ୍ତମାନର ଚିତ୍ର ଠିକ୍ ନୁହେଁ ବୋଲି କେନ୍ଦ୍ରକୁ ସୂଚିତ କରିଥିବା କହିଛନ୍ତି ।

ପରିବେଶ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କାଶ୍ମୀର ବିଷୟରେ ଏହି ଚିନ୍ତା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ କାଶ୍ମୀରକୁ ନେଇ ଉଦବେଗ ପ୍ରକାଶ କରିଥିଲେ । କାଶ୍ମୀର ପଣ୍ଡିତମାନଙ୍କ ପାଇଁ ଯାହା ସମ୍ଭବ ତାହା କରିବୁ, ଆମେ ସେମାନଙ୍କୁ ଅଡୁଆରେ ପକାଇବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ଶତାଧିକ ଭୟଭୀତ କାଶ୍ମୀର ପଣ୍ଡିତମାନେ ପଳାୟନ କରିବା ଆରମ୍ଭ କରିଛନ୍ତି । ଉପତ୍ୟକାରେ ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କାଶ୍ମୀର ପଣ୍ଡିତମାନଙ୍କୁ ଘରକୁ ଫେରିବାର ସ୍ବପ୍ନ ଦେଖାଯାଇଥିଲା କିନ୍ତୁ ସେମାନଙ୍କୁ ହତ୍ୟା କରାଯାଉଛି । ମହାରାଷ୍ଟ୍ର କାଶ୍ମୀର ପଣ୍ଡିତଙ୍କ ସହ ସର୍ବଦା ଅଛି ବୋଲି ନିଶ୍ଚିନ୍ତ କରିଛନ୍ତି ଉଦ୍ଧବ ଠାକରେ ।

ପ୍ରକାଶ ଥାଉ କି, କାଶ୍ମୀରରେ ଦୁଇ ସପ୍ତାହରେ ଆତଙ୍କ ଖେଳାଇଛନ୍ତି ଆତଙ୍କବାତୀ । ଜଣେ TV ଅଭିନେତ୍ରୀ, ତହସିଲ ଅଫିସ କର୍ମଚାରୀ, ବ୍ୟାଙ୍କ ମ୍ୟାନେଜର ଓ ଦୁଇ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ।

ABOUT THE AUTHOR

...view details