ଓଡିଶା

odisha

By

Published : Dec 12, 2022, 1:53 PM IST

ETV Bharat / bharat

ଅଚାନକ ଦିଲ୍ଲୀ ବିମାନ ବନ୍ଦର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ୩କୁ ଅଚାନକ ଗସ୍ତ କରିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Minister Jyotiraditya Scindia)। ବିମାନ ବନ୍ଦର ସିକ୍ୟୁରିଟି ଚେକିଂରେ ଯାତ୍ରୀମାନେ ହଇରାଣ ହେଉଥିବା ନେଇ ହୋଇଥିଲା ଅଭିଯୋଗ । ଅଧିକ ପଢନ୍ତୁ

ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ
ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ଅଭିଯୋଗ ପରେ ଆକ୍ସନ ମୁଡରେ ମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ୩କୁ ଅଚାନକ ଗସ୍ତ କରିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ(Minister Jyotiraditya Scindia) । ବିମାନ ବନ୍ଦର ସିକ୍ୟୁରିଟି ଚେକିଂରେ ଯାତ୍ରୀମାନେ ହଇରାଣ ହେଉଥିବା ନେଇ ହୋଇଥିଲା ଅଭିଯୋଗ । ଆଜି ମନ୍ତ୍ରୀଙ୍କ ଅଟାନକ ଗସ୍ତକୁ ନେଇ ଚକିତ ହୋଇଯାଇଥିଲେ ଏୟାରପୋର୍ଟ କର୍ମଚାରୀ ଏବଂ ଯାତ୍ରୀ ।

ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବେ କିଛି ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦର ଟର୍ମିନାଲ ୩ରେ ସାମ୍ନା କରିଥିବା ଅସୁବିଧା ବିଷୟରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାତ୍ରୀମାନେ କହିଥିଲେ, "ସୁରକ୍ଷା ଅଧିକାରୀମାନେ ଯାଞ୍ଚର ବାହାନାରେ ଅନାବଶ୍ୟକ ପ୍ରତିବନ୍ଧକ ଲଗାଉଛନ୍ତି । ଏହାସହ ସେମାନେ ଦୁବ୍ୟବାହ କରୁଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଆଜିଠୁ ପୁଣି ବ୍ଲୁ ଟିକ ସବସ୍କ୍ରିପସନ ଆରମ୍ଭ, ଦେବାକୁ ପଡିବ ଦେୟ

କିଛିଦିନ ପୂର୍ବରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ପରିଦର୍ଶନରେ ଯାଇଥିଲେ । ସୁକ୍ୟୁରିଟି ଗାର୍ଡଙ୍କ ବ୍ୟବହାର ଏବଂ ଯାତ୍ରୀମାନଙ୍କ ଲମ୍ବା ଧାଡିକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହାପରେ ମନ୍ତ୍ରୀ ଆଜି(ସୋମବାର) ସକାଳୁ ଅଚାନକ ଗସ୍ତକରି ଯାତ୍ରୀମାନଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି (Minister Jyotiraditya Scindia surprise visit to Terminal-3 । ତେବେ ବିମାନ ବନ୍ଦରରେ ଚାରିସୁତ୍ରୀ ଆକ୍ସନ ପ୍ଲାନ ଲାଗୁକରାଯିବା ନେଇ ଯୋଜନା କରାଯାଉଛି ।

ଦେଶର ବୃହତ୍ତମ ବିମାନ ବନ୍ଦର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ତିନୋଟି ଟର୍ମିନାଲ୍‌ ଟି୧, ଟି୨ ଓ ଟି୩ ରହିଛି । ଟର୍ମିନାଲ୍‌ ୩ରେ ସମସ୍ତ ଆନ୍ତର୍ଜାତିକ ବିମାନ ଯାତାୟାତ କରନ୍ତି । ଆକଳନ ଅନୁସାରେ ଦୈନିକ ୧.୯୦ ଲକ୍ଷ ଯାତ୍ରୀ ଓ ୧୨୦୦ ବିମାନ ଯାଆଆସ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details