ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ପ୍ରତିଷ୍ଠା ହେବ Microsoftର ଡାଟା ସେଣ୍ଟର - hyderabad

ତେଲେଙ୍ଗାନାରେ ପ୍ରତିଷ୍ଠା ହେବ ମାଇକ୍ରୋସଫ୍ଟର ଡାଟା ସେଣ୍ଟର । ଯେଉଁଥିରେ 15000 କୋଟି ଟଙ୍କା ବିନିଯୋଗ କରାଯିବ । ଅଧିକ ପଢନ୍ତୁ...

Microsoft will establish a large data centre in hyderabad?
ତେଲେଙ୍ଗାନାରେ ପ୍ରତିଷ୍ଠା ହେବ ମାଇକ୍ରୋସଫ୍ଟର ଡାଟା ସେଣ୍ଟର

By

Published : Jul 22, 2021, 11:57 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରତିଷ୍ଠା ହେବ ମାଇକ୍ରୋସଫ୍ଟର ଡାଟା ସେଣ୍ଟର । ସାମସଦାବାଦ ଏୟାର ପୋର୍ଟ ନିକଟରେ ଏହି ଡାଟା ସେଣ୍ଟର ପ୍ରତିଷ୍ଠା ହେବ । ଯେଉଁଥିରେ 15000 କୋଟି ଟଙ୍କା ବିନିଯୋଗ କରାଯିବ । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ତେଲେଙ୍ଗାନା ସରକାରଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରୋଜେକ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରୋଜେକ୍ଟ ବିଷୟରେ ଆନୁଷ୍ଠାନିକ ଭାବରେ ଖୁବ ଶୀଘ୍ର ଘୋଷଣା କରାଯିବ । ଏହାସହ ଆହୁରି 3 ଟି କମ୍ପାନୀ ମଧ୍ୟ ତେଲେଙ୍ଗାନାରେ ନିଜ କମ୍ପାନୀ ନିର୍ମାଣ କରିବାକୁ ଆଗ୍ରହୀ ରହିଛନ୍ତି ।

ଶିଳ୍ପ ଉଦ୍ୟୋଗୀମାନେ ହାଇଦ୍ରାବାଦରେ ପୁଞ୍ଚି ନିବେଶ ଏବଂ କମ୍ପାନୀ ପ୍ରତିଷ୍ଠା ପାଇଁ ଅଧିକ ଧ୍ୟାନ ଦେଉଛନ୍ତି । କାରଣ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସହରରେ ବିଭିନ୍ନ ସୁଯୋଗ ଏବଂ ସୁବିଧା ରହିଛି । କନସଲର୍ଟିଂ ସର୍ଭିସିଂ JLL ପକ୍ଷରୁ କୁହାଯାଇଛି ଯେ, ଡାଟା ସେଣ୍ଟର୍ ମାର୍କେଟ୍ ଅପଡେଟ ଏବେ ନୂଆ ରୂପରେ ଆସିବ । ବର୍ତ୍ତମାନ ସୁଦ୍ଧା 30 ମେଗା ୱାଟ ବିଶିଷ୍ଟ ଡାଟା କେନ୍ଦ୍ର ଭାରତରେ ଉପଲବ୍ଧ । ଏହା 2023 ପର୍ଯ୍ୟନ୍ତ 96 ମେଗା ୱାଟରେ ପହଞ୍ଚିବ । ଅନ୍ୟ ସହର ଅପେକ୍ଷା ହାଇଦ୍ରାବାଦରେ ଉକୃଷ୍ଟ ଭିର୍ତ୍ତିଭୂମି ରହିଛି । ଯାହା କମ୍ପାନୀ ପାଇଁ ବେଶ ଉପଯୋଗୀ । ଦଶନ୍ଧିରୁ ହାଇଦ୍ରାବାଦରେ କଣ୍ଟ୍ରୋଲ୍ସ ଏସ ଏହି ଡାଟା କେନ୍ଦ୍ରଗୁଡିକ କରାଯାଉଥିଲା ।

ଆମାଜନ ଇଣ୍ଡିଆ ନିକଟରେ ଉଦଘାଟିତ ହୋଇଛି । ମାଇକ୍ରୋସଫ୍ଟ ସହ ଆହୁରି କିଛି କମ୍ପାନୀ ଏହି ତାଲିକାରେ ପ୍ରବେଶ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details