ଓଡିଶା

odisha

ETV Bharat / bharat

ସ୍ୱାମୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲିଂ କରୁଥିଲା ପତ୍ନୀ, ଜାଣନ୍ତୁ କାରଣ

ଅର୍ଥ ହଡ଼ପ କରିବା ପାଇଁ ସ୍ବାମୀଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇଲେ ମହିଳା (Wife sent her nude photos to her husband with help of lover) । ଏଭଳି ଘଟଣା ମହାରାଷ୍ଟ୍ର ପୁଣେ ଠାରେ ଘଟିଛି । ଅଧିକ ପଢନ୍ତୁ

ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇଲେ ମହିଳା, ଥାନାରେ ଏତଲା
ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇଲେ ମହିଳା, ଥାନାରେ ଏତଲା

By

Published : Dec 15, 2022, 10:56 PM IST

ମୁମ୍ବାଇ: ମହାରାଷ୍ଟ୍ର ଅମ୍ବାଦ ପୋଲିସ ଷ୍ଟେସନରେ ଏକ ବିରଳ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ମହିଳା ନିଜର ଅଶ୍ଳୀଳ ଫଟୋ ସାହାଯ୍ୟରେ ନିଜ ସ୍ବାମୀଙ୍କୁ ବ୍ଲାକମେଲ କରିଛନ୍ତି (Wife sent her nude photos to her husband with help of lover) ଏବଂ ଫଟୋ ଭାଇରାଲ କରିବା ନାଁରେ ଅର୍ଥ ମଧ୍ୟ ହଡ଼ପ କରିଛନ୍ତି । ମହିଳା ଜଣକ ଏକ ପୁରୁଷ ବନ୍ଧୁ ସହିତ ମିଶି ଏପରି କାର୍ଯ୍ୟ କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ପୀଡ଼ିତ ସ୍ବାମୀ ଜାଣିବା ପରେ ପତ୍ନୀ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ପୀଡିତ ସ୍ବାମୀଙ୍କ କହିବାନୁସାରେ ଗତ କିଛି ଦିନ ତଳେ ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା । ବ୍ଲାକମେଲର ତାଙ୍କୁ କହିଥିଲା ଯେ ବିବାହ ପରେ ମଧ୍ୟ ତାଙ୍କ ପତ୍ନୀଙ୍କ ଅନ୍ୟ କୌଣସି ପୁରୁଷ ସହିତ ସମ୍ପର୍କ ରହିଛି । ଏହାସହିତ କିଛି ଅଶ୍ଳୀଳ ଫଟୋ ମଧ୍ୟ ପୀଡ଼ିତଙ୍କ ମୋବାଇଲକୁ ପଠାଇଥିଲା । ଏହାପରେ ଅର୍ଥ ଡିମାଣ୍ଡ କରିଥିଲା । ପୀଡିତ ସ୍ବାମୀ ଲୋକ ଲଜ୍ଜା ଭୟରେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ଲାକମେଲରକୁ ମଧ୍ୟ ଦେଇଥିଲେ । ମାତ୍ର ଏହି କାର୍ଯ୍ୟ ତାଙ୍କ ପତ୍ନୀ କରୁଥିବା ପରବର୍ତ୍ତୀ ସମୟରେ ସ୍ବାମୀ ଜାଣିବାକୁ ପାଇଥିଲେ । ପତ୍ନୀ ନିଜ ପୁରୁଷ ବନ୍ଧୁ ସହିତ ମିଶି ଟଙ୍କା ହଡ଼ପ କରୁଥିବା ସେ ଜାଣିବାକୁ ପାଇଥିଲେ ।

ଏହା ବି ପଢନ୍ତୁ- ୮ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ୧୪ବର୍ଷ ନାବାଳକ ଗିରଫ

ଏହାପରେ ପୀଡ଼ିତ ସ୍ବାମୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅମ୍ବାଦ ପୋଲିସ ଷ୍ଟେସନରେ ପତ୍ନୀଙ୍କ ପୁରୁଷ ବନ୍ଧୁ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅର୍ଥ ପାଇଁ ମହିଳା ଜଣକ ନିଜେ ନିଜର ଅଶ୍ଳୀଳ ଫଟୋକୁ ବ୍ୟବହାର କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଏହି ଘଟଣା ନେଇ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details