ଓଡିଶା

odisha

ETV Bharat / bharat

ମୁଫତିଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ - ମୁଫତିଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ

24 ଘଣ୍ଟା ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବେ ମେହେବୁବା ମୁଫତି ଓ ତିନି ପୂର୍ବତନ ବିଧାୟକ (Mehbooba Mufti asked to vacate govt accommodation)। ନୋଟିସ ଜାରି କଲା ଅନନ୍ତନାଗ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ମୁଫତିଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ
ମୁଫତିଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ

By

Published : Nov 27, 2022, 3:55 PM IST

ଶ୍ରୀନଗର:ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ । ମୁଫତିଙ୍କ ସହ ଅନ୍ୟ ତିନି ପୂର୍ବତନ ବିଧାୟକଙ୍କୁ ମଧ୍ୟ ସରକାରୀ ବଙ୍ଗଳା ଛାଡିବାକୁ କୁହାଯାଇଛି । ଦକ୍ଷିଣ କାଶ୍ମୀରରେ ଥିବା ଏହି ସମସ୍ତ ସରକାରୀ ବଙ୍ଗଳାକୁ 24 ଘଣ୍ଟା ମଧ୍ୟରେ ଛାଡିବାକୁ ସ୍ଥାନୀୟ ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ ନୋଟିସ ଜାରି କରିଛନ୍ତି (Mehbooba Mufti asked to vacate govt accommodation)।

ମେହେବୁବା ମୁଫତିଙ୍କ ସହ ଅନ୍ୟ ତିନି ପୂର୍ବତନ ବିଧାୟକ ହେଲେ, ମହମ୍ମଦ ଓତଲଫ ଓ୍ବାନି, ଅବଦ୍ଦୁଲ ମଜିଦ ଭଟ୍ଟ ଓ ଅବଦ୍ଦୁଲ ରହିମ ରାଠେର । ଏମାନେ ଅନନ୍ତନାଗରେ ଖାନାବାଲା ହାଉସିଂ କଲୋନିରେ ଥିବା ଏହି ସରକାରୀ ବଙ୍ଗଳାକୁ ଜବରଦଖଲ କରିଛନ୍ତି । 2014 ନିର୍ବାଚନରେ ନିର୍ବାଚିତ ହେବା ପରେ ସେମାନଙ୍କୁ ଏହି ସରକାରୀ ବଙ୍ଗଳା ଆବଣ୍ଟିତ ହୋଇଥିଲେ । ତେବେ କାର୍ଯ୍ୟକାଳ ସରିବା ପରେ ମଧ୍ୟ ମୁଫତିଙ୍କ ସମେତ ଏହି 3ପୂର୍ବତନ ବିଧାୟକ ସରକାରୀ ବଙ୍ଗଳା ଖାଲି କରିବା ପରିବର୍ତ୍ତେ ସେଠାରେ ରହିଆସୁଛନ୍ତି ।

ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏମାନଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ସ୍ଥାନୀୟ ପ୍ରଶାସନ ନୋଟିସ ଜାରି କରିଛି । ତେବେ ଏନେଇ ମୁଫତିଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସେ ଆଇନଗତ ଲଢେଇ ଲଢିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details