ଓଡିଶା

odisha

ETV Bharat / bharat

ସରକାରୀ ବଙ୍ଗଳା ଛାଡିଲେ ମୁଫତି, ଗତକାଲି ପାଇଥିଲେ ନୋଟିସ

24 ଘଣ୍ଟା ମଧ୍ୟରେ ସରକାରୀ ବଙ୍ଗଳା ଖାଲି କଲେ ମେହେବୁବା ମୁଫତି (Mehbooba Mufti asked to vacate govt accommodation)। ଗତକାଲି ନୋଟିସ ଜାରି କରିଥିଲା ଅନନ୍ତନାଗ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ସରକାରୀ ବଙ୍ଗଳା ଛାଡିଲେ ମୁଫତି, ଗତକାଲି ପାଇଥିଲେ ନୋଟିସ
ସରକାରୀ ବଙ୍ଗଳା ଛାଡିଲେ ମୁଫତି, ଗତକାଲି ପାଇଥିଲେ ନୋଟିସ

By

Published : Nov 28, 2022, 7:38 PM IST

ଶ୍ରୀନଗର: ଜିଲ୍ଲା ପ୍ରଶାସନର ନୋଟିସ ପରେ ଆଜି (ସୋମବାର) ସରକାରୀ ବଙ୍ଗଳା ଖାଲି କରିଛନ୍ତି ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି । ଗତକାଲି ଏନେଇ ତାଙ୍କୁ ନୋଟିସ ଜାରି କରାଯାଇ 24 ଘଣ୍ଟା ମଧ୍ୟରେ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା । ତେବେ ସେ ସରକାରୀ ଘର ଖାଲି କରିବା ପରେ ଖମ୍ବେରେ ତାଙ୍କ ପ୍ରାଇଭେଟ ଘରେ ରହିବେ ବୋଲି ସୂଚନା ମିଳିଛି ।

ଗତକାଲି ମୁଫତିଙ୍କ ସହ ଅନ୍ୟ ତିନି ପୂର୍ବତନ ବିଧାୟକଙ୍କୁ ମଧ୍ୟ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସରେ କୁହାଯାଇଥିଲା । ଦକ୍ଷିଣ କାଶ୍ମୀରରେ ଥିବା ଏହି ସମସ୍ତ ସରକାରୀ ବଙ୍ଗଳାକୁ 24 ଘଣ୍ଟା ମଧ୍ୟରେ ଛାଡିବାକୁ ସ୍ଥାନୀୟ ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ ନୋଟିସ ଜାରି କରିଥିଲେ (Mehbooba Mufti asked to vacate govt accommodation)।

ଏହା ମଧ୍ୟ ପଢନ୍ତୁ:-ମୁଫତିଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ

ମେହେବୁବା ମୁଫତିଙ୍କ ସହ ଅନ୍ୟ ତିନି ପୂର୍ବତନ ବିଧାୟକ ମହମ୍ମଦ ଓତଲଫ ଓ୍ବାନି, ଅବଦ୍ଦୁଲ ମଜିଦ ଭଟ୍ଟ ଓ ଅବଦ୍ଦୁଲ ରହିମ ରାଠେରଙ୍କୁ ମଧ୍ୟ ସାମାନ ନିର୍ଦ୍ଦେଶ ମିଳିଥିଲା । 2014 ନିର୍ବାଚନରେ ନିର୍ବାଚିତ ହେବା ପରେ ସେମାନଙ୍କୁ ଏହି ସରକାରୀ ବଙ୍ଗଳା ଓ କ୍ବାଟର୍ସ ଆବଣ୍ଟିତ ହୋଇଥିଲା । ତେବେ କାର୍ଯ୍ୟକାଳ ସରିବା ପରେ ମଧ୍ୟ ମୁଫତିଙ୍କ ସମେତ ଏହି 3ପୂର୍ବତନ ବିଧାୟକ ସରକାରୀ ବଙ୍ଗଳା ଖାଲି କରିବା ପରିବର୍ତ୍ତେ ସେଠାରେ ହିଁ ରହି ଆସୁଥିଲେ । ଗତକାଲି ନୋଟିସ ପାଇବା ପରେ ମୁଫତି ଆଜି ବଙ୍ଗଳା ଖାଲି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details