ଓଡିଶା

odisha

ETV Bharat / bharat

ମେହବୁବା ମୁଫତି ଗୃହବନ୍ଦୀ - ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ସଭାପତି ମେହବୁବା ମୁଫତି

ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହବନ୍ଦୀ କରାଯାଇଛି । ଅଧିକ ପଢନ୍ତୁ

Mehbooba put under house arrest
Mehbooba put under house arrest

By

Published : Aug 22, 2022, 8:23 AM IST

ଶ୍ରୀନଗର: ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ସଭାପତି ମେହବୁବା ମୁଫତିଙ୍କୁ (Mehbooba Mufti) ପୁଣି ଥରେ ଗୃହବନ୍ଦୀ କରାଯାଇଛି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଶ୍ରୀନଗର ସ୍ଥିତ ତାଙ୍କ ବାସଭବନ ଫାଟକରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଏହା ସହ ଘର ସାମ୍ନାରେ ସିଆରପିଏଫ ଟିମ ମୁତୟନ ହୋଇଛନ୍ତି।

ଅଗଷ୍ଟ 16 ତାରିଖରେ ଆତଙ୍କବାଦୀଙ୍କ ଦ୍ବାରା ଟାର୍ଗେଟ କିଂଲିର ଶିକାର ହୋଇଥିହା କଶ୍ମୀର ପଣ୍ଡିତ ସୁନୀଲ କୁମାରଙ୍କ ପରିବାର ଭେଟିବାକୁ ବାହାରିଥିବା ସମୟରେ ତାଙ୍କୁ ଗୃହବନ୍ଦୀ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦୁର୍ବଳ ନୀତି ପାଇଁ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ମେହେବୁବା ମୁଫତି । ଘର ବାହାରେ ପଡିଥିବା ତାଲାର ଫଟୋ ଟ୍ବିଟରରେ ସେୟାର କରି ମେହେବୁବା ମୁଫତି ଲେଖିଛନ୍ତି,''କାଶ୍ମୀର ପଣ୍ଡିତ ସୁନୀଲ କୁମାରଙ୍କ ପରିବାରକୁ ସାକ୍ଷାତ ନ କରାଇ ଦେବା ଦୁର୍ଭାଗ୍ୟଜନକ । ପ୍ରଶାସନିକ ଅଧିକାରୀ ଉପତ୍ୟକାର ସବୁ ସ୍ଥାନକୁ ଯାଉ ପାରୁଥିବାବେଳେ ତାଙ୍କୁ କାହିଁକି ଯିବାକୁ ଅନୁମତି ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ।''

ଏହା ବି ପଢନ୍ତୁ...ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନାଁରେ ଆତଙ୍କବାଦୀ ମାମଲା ରୁଜୁ

ସେ ଆହୁରି କହିଛନ୍ତି, କଶ୍ମୀର ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ର ସରକାର ଦାୟୀ । କେନ୍ଦ୍ର ସରକାରଙ୍କ କଠୋର ନୀତି ଯୋଗୁଁ ଯେଉଁ କଶ୍ମୀର ପଣ୍ଡିତମାନେ ପଳାୟନ କରିବାକୁ ପସନ୍ଦ କରି ନଥିଲେ ସେମାନଙ୍କୁ ଟାର୍ଗେଟ କରାଯାଉଛି । ସରକାର ଆମକୁ ଶତ୍ରୁ ଭାବରେ ଦେଖୁଛନ୍ତି । ଯେଉଁଥିପାଇଁ ମୋତେ ଗୃହବନ୍ଦୀ କରି ରଖାଯାଇଛି ।'' ମେହେବୁବୁ ମୁଫତିଙ୍କ ଗୃହବନ୍ଦୀ ନେଇ ଜମ୍ମୁ ପ୍ରଶାସନ ପକ୍ଷରୁ କୌଣସି ବିବୃତ୍ତି ମିଳିନାହିଁ । ଧାରା 370 ଉଚ୍ଛେଦ ପରେ ଅନେକ ଥର ମେହେବୁବୁ ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି ।

ABOUT THE AUTHOR

...view details