ଓଡିଶା

odisha

By

Published : Nov 27, 2020, 6:50 PM IST

ETV Bharat / bharat

ମେହବୁବାଙ୍କୁ କରାଯାଇନାହିଁ ନଜରବନ୍ଦୀ, ସ୍ପଷ୍ଟ କଲା କାଶ୍ମୀର ପୋଲିସ

ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଓ ତାଙ୍କ ଝିଅ ଅଲ୍‌ଜିତା ମୁଫତିଙ୍କୁ ନଜରବନ୍ଦୀ କରାଯିବା ଖବରକୁ ଖଣ୍ଡନ କରିଛି କାଶ୍ମୀର ଜୋନ ପୋଲିସ । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ପୁଲୱାମା ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ...

ମେହବୁବାଙ୍କୁ କରାଯାଇନାହିଁ ନଜରବନ୍ଦୀ, ସ୍ପଷ୍ଟ କଲା କାଶ୍ମୀର ପୋଲିସ
ମେହବୁବାଙ୍କୁ କରାଯାଇନାହିଁ ନଜରବନ୍ଦୀ, ସ୍ପଷ୍ଟ କଲା କାଶ୍ମୀର ପୋଲିସ

ଶ୍ରୀନଗର: ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଓ ତାଙ୍କ ଝିଅ ଅଲ୍‌ଜିତା ମୁଫତିଙ୍କୁ ନଜରବନ୍ଦୀ କରାଯିବା ଖବରକୁ ଖଣ୍ଡନ କରିଛି କାଶ୍ମୀର ଜୋନ ପୋଲିସ । ତେବେ ପୋଲିସ ପକ୍ଷରୁ ଜାରି ଅଫିଲିଆଲ ବୟାନରେ କୁହାଯାଇଛି ଯେ ମେହବୁବା ମୁଫତିଙ୍କୁ ନଜରବନ୍ଦୀ କରାଯାଇନାହିଁ । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ପୁଲୱାମା ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି ।

ଶୁକ୍ରବାର ପିଡିପି ନେତ୍ରୀ ମେହବୁବା ଦାବି କରିଥିଲେ ଯେ ଶୁକ୍ରବାର ଝିଅ ଇଲତିଜାଙ୍କ ସହ ତାଙ୍କୁ ନଜରବନ୍ଦୀ କରାଯାଇଛି । ସେହିପରି ଦଳୀୟ ନେତା ୱାହିଦ ପର୍ରାଙ୍କ ବାସଭବନକୁ ଯିବାକୁ ତାଙ୍କୁ ଅନୁମତି ଦିଆଯାଉନଥିବା କୁହାଯାଇଛି ।

ମେହବୁବା ଟ୍ବିଟ କରି କହିଥିଲେ ଯେ, ମୋତେ ପୂନର୍ବାର ଅସମ୍ବିଧାନିକ ଭାବରେ ଗିରଫ କରାଯାଇଛି । ଦୁଇ ଦିନରୁ ଜମ୍ମୁ କାଶ୍ମୀର ପ୍ରଶାସନ ମୋତେ ପୁଲୱାମା ସ୍ଥିତ ୱାହିଦ ପର୍ରାଙ୍କ ପରିବାର ସହ ଭେଟିବାକୁ ଦିଆଯାଉନାହିଁ । ବିଜେପି ନେତା ମନ୍ତ୍ରୀଙ୍କୁ କାଶ୍ମୀରରେ ପ୍ରତ୍ୟେକ ସ୍ଥାନକୁ ଯିବା ଆସିବା ପାଇଁ ଅନୁମତି ରହିଥିବା ବେଳେ ମୋ କ୍ଷେତ୍ରରେ ସୁରକ୍ଷାର ସମସ୍ୟା ଉତ୍ପନ୍ନ ହେଉଥିବା କହିଛନ୍ତି ମେହବୁବା ।

ସେପଟେ ଆତଙ୍କାବାଦ ସଂଗଠନ ସହ ସମ୍ପର୍କ ଅଭିଯୋଗରେ ଗିରଫ ହୋଇଥିବା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(PDP) ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରହେମାନ ପର୍ରାକୁ 15 ଦିନିଆ ରିମାଣ୍ଡରେ ନେଇଛି ଜାତୀୟ ସୁରକ୍ଷା ଏଜେନ୍ସି (NIA) । ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଙ୍ଗଠନ ସହ ଲିଙ୍କ୍‌ ଥିବା ଅଭିଯୋଗରେ ପର୍ରାକୁ ବୁଧବାର ଗରିଫ କରିଥିଲା ଏନଆଇଏ ।

ABOUT THE AUTHOR

...view details