ଶିଲୋଙ୍ଗ:ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅଗ୍ନିପଥ ନିଯୁକ୍ତି(Agnipath scheme) ଯୋଜନାକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ଏହି ଯୋଜନା ଯବାନଙ୍କ ବିରୋଧୀ । ସେମାନଙ୍କ ଆଶା ଓ ଭରସା ସହ ଏକ ଧୋକା । 6ମାସ ତାଲିମ, 6 ମାସ ଛୁଟି ଏବଂ 3 ବର୍ଷର ଚାକିରୀ ପରେ ଯେବେ ଅଗ୍ନିବୀରମାନେ ଘରକୁ ଫେରିବେ ସେମାନଙ୍କ ବିବାହ ସୁଦ୍ଧା ହୋଇପାରିବ ନାହିଁ । ତେଣୁ ସରକାର ଏଥିପ୍ରତି ପୂନର୍ବାର ବିଚାର କରିବା ଉଚିତ ବୋଲି ସତ୍ୟପାଲ କହିଛନ୍ତି ।
Agnipath scheme: ଅଗ୍ନିପଥକୁ ଯବାନଙ୍କ ବିରୋଧୀ କହିଲେ ମେଘାଳୟ ରାଜ୍ୟପାଳ - ଅଗ୍ନିପଥ ନିଯୁକ୍ତି ସତ୍ୟପାଲ ମଲ୍ଲିକ ପ୍ରତିକ୍ରିୟା
ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅଗ୍ନିପଥ ନିଯୁକ୍ତି ଯୋଜନାକୁ(Agnipath scheme) ବିରୋଧ କରିଛନ୍ତି । ସେ କହିଛନ୍ତି ଏହି ଯୋଜନା ଯବାନଙ୍କ ବିରୋଧୀ । ସେମାନଙ୍କ ଆଶା ଓ ଭରସା ସହ ଏକ ଧୋକା । 6ମାସ ତାଲିମ, 6 ମାସ ଛୁଟି ଏବଂ 3 ବର୍ଷର ଚାକିରୀ ପରେ ଯେବେ ଅଗ୍ନିବୀରମାନେ ଘରକୁ ଫେରିବେ ସେମାନଙ୍କ ବିବାହ ସୁଦ୍ଧା ହୋଇପାରିବ ନାହିଁ । ଅଧିକ ପଢ଼ନ୍ତୁ
ସତ୍ୟପାଲ ମଲ୍ଲିକ (Meghalaya Governor Satyapal Mallik) ରବିବାର ୟୁପିର ବାଗପତସ୍ଥିତ ଖେକଡ଼ା ଗସ୍ତ କରିଥିଲେ । ବନ୍ଧୁ ଗଜେ ସିଂହ ଦହାମାଙ୍କ ଦେହାନ୍ତ ପରେ ସେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ । ଏହି ସମୟରେ ସତ୍ୟପାଲ ମଲ୍ଲିକ ଗଣମାଧ୍ୟମରେ ଉତ୍ତର ରଖିଛନ୍ତି ଯେ, "ପୂର୍ବରୁ ଚାଷୀଙ୍କ କଥା ରଖିଥିଲି । ବର୍ତ୍ତମାନ ଯବାନଙ୍କ କଥା ରଖୁଛି । ରାଜନୀତି କରି ନିର୍ବାଚନ ଲଢିବାକୁ ମୋର ଇଚ୍ଛା ନାହିଁ । ଚାଷୀ ଏବଂ ଯବାନଙ୍କ ପାଇଁ ସଂଘର୍ଷ କରିବି । ଅବସର ପରେ ମୁଁ ରାଜନୀତି କରିବି ନାହିଁ । ପଦମୁକ୍ତି ପରେ କାଶ୍ମୀର ଉପରେ ପୁସ୍ତକ ଲେଖିବି ।
ସୂଚନା ଥାଉକି, ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ଚାଲିଛି । କେତେକ ରାଜ୍ୟରେ ହିଂସା ଓ ପ୍ରତିବାଦର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍ଥଳସେନା ଓ ବାୟୁସେନାରେ ଅଗ୍ନିପଥ ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଯାଇଛି ।