ଓଡିଶା

odisha

ETV Bharat / bharat

ଏକକାଳୀନ ଦୁଇ ହାତ ସହିତ ଦୁଇଟି ଭିନ୍ନ ଭାଷାରେ ଲେଖନ୍ତି ଆଦି ସ୍ବରୁପା

ଏକକାଳୀନ ଦୁଇଟି ଭିନ୍ନ ଭାଷାରେ ଲେଖିବା ସହିତ 20 ଟି ଭିନ୍ନ ଢଙ୍ଗରେ ଲେଖିପାରନ୍ତି କର୍ଣ୍ଣାଟକ ମାଙ୍ଗଲୋର ସହରର ଆଦି ସ୍ବରୁପା। ଅଧିକ ପଢନ୍ତୁ

mangalore girl
mangalore girl

By

Published : Mar 8, 2023, 8:04 AM IST

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ କିଛି ଲୋକ ଦୁଇ ହାତର ପ୍ରୟୋଗ କରି ଲେଖନ୍ତି । ଯାହା ଅଦ୍ଭୁତ ପ୍ରତିଭା ଅଟେ । କର୍ଣ୍ଣାଟକର ମାଙ୍ଗଲୋର ସହରରେ ଏଭଳି ଏକ ଅଦ୍ଭୁତ ପ୍ରତିଭା ଦେଖିବାକୁ ମିଳିଛି । ଜଣେ ଛାତ୍ରୀ ଏକା ସାଙ୍ଗରେ ଦୁଇ ହାତରେ ଲେଖି ବିଶ୍ବ ରେକର୍ଡ ହାସିଲ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଏକକାଳୀନ ଦୁଇଟି ଭିନ୍ନ ଭାଷାରେ ଲେଖିବା ସହିତ 20ଟି ଭିନ୍ନ ଢଙ୍ଗରେ ମଧ୍ୟ ଲେଖି ପାରୁଛନ୍ତି ।

mangalore girl

ଆଜ୍ଞା ହଁ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ସତ । ଆମେ କହୁଛୁ ମାଙ୍ଗଲୋରର ଆଦି ସ୍ବରୁପା କଥା । ପୂର୍ବରୁ ସେ ଦୁଇ ହାତରେ ଲେଖିବା ସହ 10ଟି ଭିନ୍ନଭିନ୍ନ ଉପାୟରେ ଲେଖିପାରୁଥିଲେ । କିନ୍ତୁ ବର୍ତ୍ତମାନ 20ଟି ଭିନ୍ନ ଉପାୟରେ ଏକକାଳୀନ ଲେଖିପାରୁଛନ୍ତି ଆଦି ସ୍ବରୁପା । ଯେପରିକି ୟୁନି ଡାଇରେକ୍ସନ, ଅପୋଜିଟ ଡାଇରେକ୍ସନ, ବାମ ହାତ, ଡାହାଣ ହାତ, ମିରର୍ ଇମେଜ, ଏକ୍ସେଚେଞ୍ଜ, ହେଟେରୋ ଟପିକ, ହେଟେରୋ ଲିଙ୍ଗୁଇଷ୍ଟିକ, ଡାନ୍ସିଂ, ବ୍ଲାଇଣ୍ଡ୍‌ ପୋଲ୍ଡ, ରିଭରସ ଲେଫ୍ଟ ହାଣ୍ଡ, ରିଭର୍ସ ବୋଥ ହାଣ୍ଡ ଆଦିରେ ଲେଖିପାରନ୍ତି ।

ଆଦି ସ୍ବରୁପା ଏହି ପ୍ରକାରର ଭିନ୍ନ ସଫଳତା ହାସଲ କରିଛନ୍ତି । ଦୁଇ ହାତରେ ଏକା ସାଙ୍ଗରେ ଦୁଇଟି ଭାଷା ଲେଖିବାର କୃତିତ୍ୱ ହାସଲ କରିଛନ୍ତି । ସେ କନ୍ନଡ-ଇଂରାଜୀ, ମାଲାୟାଲମ୍-ଟୁଲୁ, ଫ୍ରେଞ୍ଚ-କୋରିଆନ୍, ହିନ୍ଦୀ-ଇଂରାଜୀ ଭାଷାରେ ଏକକାଳୀନ ଲେଖିବାକୁ ଚେଷ୍ଟା କରିଛନ୍ତି । ଏପରି ଲେଖିବାକୁ ବର୍ଷେରୁ ଦେଢ ବର୍ଷ ଧରି ଅଭ୍ୟାସ କରିଛନ୍ତି ଆଦି ସ୍ବରୁପା । ସେ ଅନ୍ୟ ସମସ୍ତଙ୍କ ପରି ବିଦ୍ୟାଳୟକୁ ଯାଇ ନଥିଲେ । କିନ୍ତୁ ବିଦ୍ୟାଳୟକୁ ନ ଯାଇ ସେ ସ୍ବରୂପା ଅଧ୍ୟୟନ କେନ୍ଦ୍ରରେ ଭିଜୁଆଲ୍ ଆର୍ଟ ପଢିଥିଲେ । ଏଥିସହ ସେ SSLCରେ 91 ପ୍ରତିଶତ ମାର୍କ ରଖିଥିଲେ । ବର୍ତ୍ତମାନ NIOS (ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍)ରେ ଦ୍ୱିତୀୟ PUC ଅଧ୍ୟୟନ କରୁଛନ୍ତି ।

ତେବେ ଆଦି ସ୍ବରୁପା ଏହା ପୂର୍ବରୁ ରୁବିକ୍ କ୍ୟୁବ୍ ମୋସାଇକ୍ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିଲେ । ଏକା ସାଙ୍ଗରେ ଦୁଇ ହାତ ସହିତ ଗୋଟିଏ ମିନିଟରେ 45 ଶବ୍ଦ ଲେଖିବା ପାଇଁ ଏକ୍ସକ୍ଲୁସିଭ୍ ୱାର୍ଲ୍ଡ ରେକର୍ଡ, ଭିଜୁଆଲ୍ ଆର୍ଟ ଇନକ୍ରିଡିବଲ୍ ଭିଜୁଆଲ୍ ମେମୋରୀ ଆର୍ଟିଷ୍ଟ ରେକର୍ଡ, 2022 ମସିହାରେ ଦୁଇ ହାତରେ ଏକ ମିନିଟରେ 60ଟି ଶବ୍ଦ ଲେଖିବା ପାଇଁ ସ୍ୱତନ୍ତ୍ର ବିଶ୍ୱ ରେକର୍ଡ କରିଥିଲେ । ସେହିପରି ଏକ ମିନିଟରେ ଦର୍ପଣ ପ୍ରତିଛବିରେ 188 ଶବ୍ଦ ଲେଖି ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ ।

ଏନେଇ ଆଦି ସ୍ବରୁପା କହିଛନ୍ତି, "ମୁଁ ସ୍ବରୁପା ଅଧ୍ୟୟନ କେନ୍ଦ୍ର ମାଧ୍ୟମରେ ଏହା ହାସଲ କରିବା ପାଇଁ ସକ୍ଷମ ହୋଇଛି । ବିଦ୍ୟାଳୟକୁ ନଯାଇ ମୁଁ ସ୍ବରୁପା ଅଧ୍ୟୟନ କେନ୍ଦ୍ରରୁ ଭିଜୁଆଲ୍ ଆର୍ଟ ମାଧ୍ୟମରେ ବିଦ୍ୟାଳୟରେ ଯାହା ଶିଖିବା ଉଚିତ୍ ତାହା ଶିଖିଲି । ପୂର୍ବରୁ ମୋ ନାମରେ 5ଟି ବିଶ୍ୱ ରେକର୍ଡ ଅଛି ଏବଂ ମୋର ଆଉ 5 ରେକର୍ଡ କରିବାର ଆଗକୁ ଯୋଜନା ରହିଛି ।" ଏଥିସହ ସେ କହିଛନ୍ତି ଯେ, ସେ କେବଳ କନ୍ନଡ, ମାଲାୟାଲମ୍, ହିନ୍ଦୀ, ଇଂରାଜୀ ନୁହେଁ ବରଂ ଫ୍ରେଞ୍ଚ୍‌ ଏବଂ କୋରିଆ ଭଳି ବିଦେଶୀ ଭାଷା ମଧ୍ୟ ଶିଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details