ଓଡିଶା

odisha

ETV Bharat / bharat

ଅରୁଣାଚଳରେ ଚୀନର ଗାଁ, ବୈଦେଶିକ ମନ୍ତ୍ରଣାଳୟ ଦେଲା ଜବାବ - ଅରୁଣାଚଳ ଗାଁ

ଅରୁଣାଚଳ ପ୍ରଦେଶରେ ଚୀନ ଦ୍ବାରା ଗାଁ ବସାଇବାର ଖବରକୁ ନେଇ ସାମ୍ନାକୁ ଆସିଛି ବୈଦେଶିକ ମନ୍ତ୍ରଣାଳୟର ଜବାବ । ଅଧିକ ପଢନ୍ତୁ...

ଅରୁଣାଚଳରେ ଚୀନର ଗାଁ, ବୈଦେଶିକ ମନ୍ତ୍ରଣାଳୟ ଦେଲା ଜବାବ
ଅରୁଣାଚଳରେ ଚୀନର ଗାଁ, ବୈଦେଶିକ ମନ୍ତ୍ରଣାଳୟ ଦେଲା ଜବାବ

By

Published : Jan 18, 2021, 9:51 PM IST

ନୂଆଦିଲ୍ଲୀ: ପୂର୍ବତ୍ତୋର ଭାରତର ଅରୁଣାଚଳ ପ୍ରଦେଶରେ ଚୀନ ଦ୍ବାରା ଗାଁ ବସାଇବାର ଖବରକୁ ନେଇ ସାମ୍ନାକୁ ଆସିଛି ବୈଦେଶିକ ମନ୍ତ୍ରଣାଳୟର ଜବାବ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ମନ୍ତ୍ରଣାଳୟ କହିଛି ଯେ ଆମେ ଭାରତ ସହ ଲାଗିଥିବା ସୀମାରେ ଚୀନ ପକ୍ଷରୁ ନିର୍ମାଣର ଖବର ନେଇ ଅବଗତ ଅଛୁ । ଚୀନ ଏପରି ବିବାଦିତ ନିର୍ମାଣ ଗତିବିଧି ଗତ ଅନେକ ବର୍ଷରୁ କରିଆସୁଛି ।

ଏହାର ପ୍ରତି ଜବାବରେ ଭାରତ ପକ୍ଷରୁ ମଧ୍ୟ ସୀମାରେ ନିର୍ମାଣ କାର୍ଯ୍ୟ କରାଯାଉଛି । ଆମେ ସଡକ ପୋଲ ଆଦି ନିର୍ମାଣ କରୁଛୁ । ଏହାଦ୍ବାରା ସ୍ଥାନୀୟ ଲେକ ଲମ୍ବା ସମୟରୁ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିହେବ ।

ମନ୍ତ୍ରଣାଳୟ ଅନୁଯାୟୀ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର ରହିଛି ଏବଂ ଦେଶର ସାର୍ବଭୌମତ୍ବ ତଥା ସୀମାର ଅଖଣ୍ଡତା ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ସୀମା ଅଞ୍ଚଳରେ ନିର୍ମାଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଅଟନ୍ତି, ଯାହା ଦ୍ବାରା ସେଠାରେ ସ୍ଥାନୀୟ ଲୋକଙ୍କ ଜୀବନ ସୁରୁଖୁରୁରେ ଚାଲିପାରିବ। ଏହି ଅଞ୍ଚଳରେ ଅରୁଣାଚଳ ପ୍ରଦେଶ ମଧ୍ୟ ଅନ୍ତର୍ଭୁକ୍ତ।

ରିପୋର୍ଟ ଅନୁଯାୟୀ ଚୀନର ଏହି ଗାଁ ଭାରତର ସୁରକ୍ଷା ପାଇଁ ବଡ ବିପଦ । ଏହି ଗାଁ ସ୍ୟାରୀ ଚୁ ନଦୀ କୂଳରେ ଅବସ୍ଥିତ । ଏହା ସେହି ଅଞ୍ଚଳ ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲି ଆସୁଛି । ଏହି ଗାଁ ହିମାଳୟର ପୂର୍ବ ରେଞ୍ଜରେ ସେତେବେଳେ ନିର୍ମାଣ କରାଯାଇଛି ।

ABOUT THE AUTHOR

...view details