ଓଡିଶା

odisha

ETV Bharat / bharat

MDH ମାଲିକ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ

ଏମଡିଏଚ ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ । 97 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ...

By

Published : Dec 3, 2020, 8:17 AM IST

Updated : Dec 3, 2020, 4:11 PM IST

ଏମଡିଏଚ ମାଲିକ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ
ଏମଡିଏଚ ମାଲିକ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦୁନିଆର ମସଲା କମ୍ପାନୀ ବାଦଶାହ କୁହାଯାଉଥିବା ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ । 97 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମାତା ଚନ୍ଦନ ଦେବୀ ହସ୍ପିଟାଲରେ ଆଜି(ଗୁରୁବାର) ସକାଳ ପାଖାପାଖି 6 ଟାରେ ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ୍‌ କରି ଶୋକପ୍ରକାଶ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି ।

ସୂଚନାଥାଉକି, ମହାଶୟ ଧର୍ମପାଲ ଗୁଲାଟୀଙ୍କ ବଂଶଧର ବିହାରରେ ରୁହନ୍ତି । ସାରା ଦୁନିଆରେ ନିଜର ମସଲା ବ୍ୟବସାୟ ପାଇଁ ସେ ସମସ୍ତଙ୍କ ନିକଟରେ ପରିଚିତ ହୋଇଛନ୍ତି । ଏମଡିଏଚ ମସଲାର ମାଲିକ ଥିବା ମହାଶୟ ଧର୍ମପାଲ ଗୁଲାଟୀ ନିଜର ଉନ୍ନତ ମାନର ମସଲା ପାଇଁ ଘରେ ଘରେ ପରିଚିତ ଥିଲେ ।

ମହାଶୟ ଧର୍ମପାଲଙ୍କ ପୁଅ

ତେବେ ଏହି ବ୍ୟବସାୟରେ ମଧ୍ୟ ତାଙ୍କୁ ଅନେକ ଉତଥାନ-ପତନ ଦେଇ ଗତି କରିବାକୁ ପଡିଛି । ଏମଡିଏଚ ମସଲାର ବିଜ୍ଞାପନରେ ଦେଖାଯାଉଥିବା ଧର୍ମପାଲ ଗୁଲାଟୀ ଜଣେ ଭଲ ଉଦ୍ୟୋଗପତି ଥିଲେ ।

ନିଜର ପ୍ରତିଷ୍ଠା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଛି । ତେବେ ମହାଶୟ ନାମରେ ପରିଚିତ ଥିବା ଧର୍ମପାଲ ଗୁଲାଟୀଙ୍କ ଜନ୍ମ 1923 ମସିହା ମାର୍ଚ୍ଚ 27 ତାରିଖରେ ପାକିସ୍ତାନର ସିୟାଲକୋର୍ଟରେ ହୋଇଥିଲା ।

MDH ମ୍ୟାନେଜର

ତାଙ୍କ ପିତାଙ୍କ ନାମ ମହାଶୟ ଚୁନିଲାଲ ଗୁଲାଟୀ ଯେକି, ଏମଡିଏଚର ଫାଉଣ୍ଡର ଥିଲେ । ତେବେ ସ୍ବାଧୀନ ପରେ ତାଙ୍କ ପରିବାର ଅମୃତସରର ଶରଣାର୍ଥୀ କ୍ୟାମ୍ପରେ ଥିବାବେଳେ ପରେ କାମ ଅନ୍ବେଷଣରେ ଦିଲ୍ଲୀ ଆସିଥିଲେ ।

ତେବେ ମହାଶୟ ଧର୍ମପାଲ ଗୁଲାଟୀଙ୍କୁ ଭାରତ ସରକାର 2019 ମସିହାରେ ପଦ୍ମ ଭୂଷଣରେ ସମ୍ମାନୀତ କରିଛନ୍ତି ।

Last Updated : Dec 3, 2020, 4:11 PM IST

ABOUT THE AUTHOR

...view details