ଓଡିଶା

odisha

ETV Bharat / bharat

Parliament Row: ବିରୋଧୀଙ୍କ ବର୍ଜନକୁ ଦୁର୍ଭାଗ୍ୟଜନକ କହିଲେ ମାୟାବତୀ - ନୂଆ ସଂସଦ ଭବନ

ସଂସଦ ଭବନ ଲୋକାର୍ପଣ କାର୍ଯ୍ୟକ୍ରମକୁ ବିରୋଧୀ ବର୍ଜନ କରିବା ଦୁର୍ଭାଗ୍ୟଜନକ କହିଲେ ମାୟାବତୀ । କହିଲେ ସରକାର ନିକଟରେ ରହିଛି ଲୋକାର୍ପଣ କରିବାର କ୍ଷମତା । ଏହାକୁ ଆଦିବାସୀ ସମ୍ମାନ ରାଜନୀତି କହି କଲେ ସମାଲୋଚନା । ଅଧିକ ପଢନ୍ତୁ

ସଂସଦ ଲୋକାର୍ପଣ ବିବାଦ, ବିରୋଧୀଙ୍କ ବର୍ଜନକୁ ଦୁର୍ଭାଗ୍ୟଜନକ କହିଲେ ମାୟାବତୀ
ସଂସଦ ଲୋକାର୍ପଣ ବିବାଦ, ବିରୋଧୀଙ୍କ ବର୍ଜନକୁ ଦୁର୍ଭାଗ୍ୟଜନକ କହିଲେ ମାୟାବତୀ

By

Published : May 25, 2023, 7:37 PM IST

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଲୋକାର୍ପଣ ବିବାଦ ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ଲୋକାର୍ପଣକୁ ଆଉ ମାତ୍ର ଦୁଇ ଦିନ ଥିବା ବେଳେ 19ଟି ବିରୋଧୀ ଦଳ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହାକୁ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ନାପସନ୍ଦ କରିଛନ୍ତି ।

ଟ୍ବିଟ୍‌ କରି ମାୟାବତୀ କହିଛନ୍ତି, "ସଂସଦ ଭବନ ଲୋକାର୍ପଣ ସମାରୋହକୁ ବର୍ଜନ ଦୁର୍ଭାଗ୍ୟଜନକ । ସରକାର ଏହାକୁ ନିର୍ମାଣ କରିଛନ୍ତି, ତେଣୁ ଏହାର ଲୋକାର୍ପଣ ସରକାର କରିପାରିବେ । ଲୋକାର୍ପଣକୁ ବର୍ଜନ କରିବା ଓ ଏହାକୁ ଜଣେ ଆଦିବାସୀ ମହିଳାଙ୍କ(ରାଷ୍ଟ୍ରପତି)ସମ୍ମାନ ସହ ଯୋଡିବା ଦୁର୍ଭାଗ୍ୟଜନକ ।" ଆହୁରି ମଧ୍ୟ ମାୟାବତୀ କହିଛନ୍ତି ଯେ, ତାଙ୍କ ଦଳ ବହୁଜନ ସମାଜବାଦୀ ପାର୍ଟି ଏହି ସମାରୋହରେ ସାମିଲ ହେବ । ବିଏସପି ସର୍ବଦା ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ଜାତୀୟ ପ୍ରସଙ୍ଗ କିମ୍ବା ଦେଶର ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ଥିର କରିଛି ।

ମାୟାବତୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଦ୍ବାରା ଏହା ଲୋକାର୍ପିତ ନହେବାକୁ ନେଇ କାର୍ଯ୍ୟକ୍ରମକୁ ବର୍ଜନ କରିବା ଆଦୌ ଉଚିତ ନୁହେଁ, ସରକାର ଏହାକୁ ନିର୍ମାଣ କରିଛନ୍ତି, ତେଣୁ ଏହାକୁ ସରକାର ଲୋକାର୍ପିତ କରିପାରିବେ । ଜଣେ ଆଦିବାସୀ ମହିଳାଙ୍କ ସମ୍ମାନ ସହ ଏହି ପ୍ରସଙ୍ଗକୁ ଯୋଡାଯିବା ମଧ୍ୟ ଦୁର୍ଭାଗ୍ୟଜନକ । ଯେଉଁମାନେ ଏପରି ଚିନ୍ତା କରୁଛନ୍ତି, ସେମାନେ ନିର୍ବାଚନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବୀ ଛିଡା କରିବା ସମୟରେ ଏକଥା ଭାବିବାର ଥିଲା । ତାଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ହେଲେ ସେ ପୂର୍ବ ନିର୍ଦ୍ଧାରିତ କିଛି କର୍ଯ୍ୟକ୍ରମ କାରଣରୁ ସମାରୋହରେ ଉପସ୍ଥିତ ହୋଇପାରିବେ ନାହିଁ ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପ୍ରତି ଅପମାନ ବୋଲି କହି କଂଗ୍ରେସ ଏହାକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପରେ ଅନ୍ୟ କିଛି ବିରୋଧୀ ଦଳ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସୁଦ୍ଧା ମୋଟ 19 ବିରୋଧୀ ରାଜନୈତିକ ଦଳ ଏହାକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି । 28 ତାରିଖ (ରବିବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିବେ । ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରି ସାରିଛନ୍ତି । ତାରିଖ ଘୋଷଣା ସରିବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details