ବେଙ୍ଗାଲୁରୁ: ପ୍ରେମିକକୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ମହିଳା । ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ । ଏହି ହତ୍ୟା ଉଦ୍ୟମ 4 ଦିନ ପୂର୍ବରୁ କରାଯାଇଥିବା ଜଣାପଡିଛି । ହେଲେ 4 ଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କୁ ବିବେକନଗର ପୋଲିସ ଗିରଫ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ସଂପୃକ୍ତ ମହିଳାଙ୍କର ଯୋଗେଶ ନାମକ ଏକ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳା ଜଣକ ଆସାମର ହୋଇଥିବାବେଳେ ସେ ବେଙ୍ଗାଲୁରୁକୁ ଚାକିରି ଅନ୍ବେଷଣରେ ଆସିଥିଲେ । ଆଉ ବେଙ୍ଗାଲୁରୁରେ ସେ ଜଣେ ବ୍ୟକ୍ତିଙ୍କ ଘରେ କେଆର ଟେକର ଭାବରେ ରହି କାମ କରୁଥିଲେ । ସେପଟେ ଯୋଗେଶ ସେଠାରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟରତ ଥିଲା । ତେବେ ବେଙ୍ଗାଲୁରୁରେ ଉଭୟଙ୍କ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ମହିଳା ଜଣକ ବିବାହିତା ଥିଲେ ।
ଉଭୟ ଯୋଗେଶ ଏବଂ ତାଙ୍କ ପ୍ରେମିକା ବିବେକନଗର ଅଞ୍ଚଳରେ ରହୁଥିଲେ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯୋଗେଶ ନିଜ ପ୍ରେମିକାଙ୍କ ଠାରୁ ଅନେକ ଟଙ୍କା ପଇସା ମଧ୍ୟ ନେଇଥିଲା । ବାରମ୍ବାର ପ୍ରେମିକା ଜଣକ ପ୍ରେମିକ ଯୋଗେଶକୁ ତାର ଦାବି ମୁତାବକ ଟଙ୍କା ନିଜ ଉପାର୍ଜିତ ଅର୍ଥରୁ ଦେଇ ଆସୁଥିଲେ । ହେଲେ ଗତ କିଛି ଦିନ ହେବ ଯୋଗେଶ ନିଜ ପ୍ରେମିକାଙ୍କ ସହ ମିଳାମିଶା କମ କରିବାରେ ଲାଗିଥିଲା । ଯାହା ଫଳରେ ଧୀରେ ଧୀରେ ମହିଳାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।