ଲକ୍ଷ୍ନୌ: ଧୁମଧାମରେ ସରିଲା ବିବାହ । ବିଦାଇ ବେଳକୁ ଜ୍ବାଇଁ ଆଗରେ ୩ଟି ସର୍ତ୍ତ ରଖିଲେ ଶ୍ବଶୁର । ୨ଟି ସର୍ତ୍ତ ମାନିଥିବା ଜ୍ବାଇଁ ୩ୟ ସର୍ତ୍ତ ଶୁଣି ତାର ହୋସ ଉଡ଼ି ଯାଇଥିଲା । ଏହି ସର୍ତ୍ତ ପୂରଣ କରିବାକୁ ମନା କରିବା ପରେ ଭାଙ୍ଗିଲା ବିବାହ । ଏଭଳି ଏକ ବିରଳ ଓ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶ ଝାନ୍ସି ଜିଲ୍ଲାରେ ଘଟିଛି । ଝିଅ ବିଦା କରିବାକୁ କନ୍ୟା ପକ୍ଷ ରାଜି ନହେବାରୁ ଥାନାର ଦ୍ବାରସ୍ଥ ହୋଇଛି ବର ।
ମିଳିଥିବା ସୂଚନା ଅନୁସାରେ ଝାନ୍ସି ଜିଲ୍ଲା ବରୁଆ ସାଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାକାର ଜଣେ ଯୁବକଙ୍କ ବିବାହ ପାଖ ଗାଁର ଯୁବତୀଙ୍କ ସହ ଠିକ ହୋଇଥିଲା । ଏହି ବିବାହକୁ ନେଇ ବର ପକ୍ଷ ବେଶ ଖୁସିଥିଲେ । ଜୁନ ୬ ତାରିଖ ବିବାହ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ପୂର୍ବ ଯୋଜନା ମୁତାବକ ଉଭୟ ବର ଓ କନ୍ୟା ପକ୍ଷ ବିବାହ ମଣ୍ଡପରେ ପହଞ୍ଚିଥିଲେ । ସମ୍ପର୍କୀୟମାନେ ବରଯାତ୍ରୀ ସହିତ ପହଞ୍ଚି ଭୋଜି ଖାଇଥିଲେ । ଜାକଜକମର ସହିତ ବିବାହ ମଧ୍ୟ ହୋଇଥିଲା । ବିବାହ ପର ଦିନ ଅର୍ଥାତ ଜୁନ ୭ ତାରିଖରେ ଝିଅର ବିଦାଇ ଥିଲା । ହେଲେ ଏହି ସମୟରେ ଘଟିଲା ଅଘଟଣ । ହଠାତ ବିଦାଇ ସମୟରେ ୩ଟି ସର୍ତ୍ତ ରଖିଥିଲେ କନ୍ୟାର ପିତା ।
କଣ ଥିଲା ସର୍ତ୍ତ?:- ପ୍ରଥମ ସର୍ତ୍ତ ଥିଲା ବର ଓ କନ୍ୟା ପରସ୍ପର ମଧ୍ୟରେ ଶାରୀରିକ ସମ୍ବନ୍ଧ ରଖିବେ ନାହିଁ । ୨ୟ ସର୍ତ୍ତ ଥିଲା କନ୍ୟା ସହିତ ତାର ଛୋଟ ଭଉଣୀ ଶାଶୂ ଘର ଯିବ । ଆଉ ୩ୟ ସର୍ତ୍ତ ଥିଲା ଯେ ନବବଧୂର ଧରମ ପିତା ଯେତେବେଳେ ଇଚ୍ଛା କନ୍ୟାର ଶ୍ବଶୁର ଘରକୁ ଯିବା ଆସିବା କରିବ । ତାକୁ କେହି ଅଟକାଇପାରିବେ ନାହିଁ । ଏହି ସର୍ତ୍ତ ଶୁଣିବା ପରେ ବର ପକ୍ଷ ଚିନ୍ତିତ ହୋଇ ପଡ଼ିଥିଲେ । ବିବାହ ସରିଥିବାରୁ ପ୍ରଥମ ଓ ଦ୍ବିତୀୟ ସର୍ତ୍ତ ନେଇ ବର ସମ୍ମତି ପ୍ରକାଶ କରିଥିଲା । ହେଲେ ତୃତୀୟ ସର୍ତ୍ତ ପାଇଁ ବର ସମ୍ପୂର୍ଣ୍ଣ ଅସମର୍ଥନ କରିଥିଲା ।
ଏହା ବି ପଢନ୍ତୁ-Manipur Violence: SIT ଟିମ ଗଠନ କଲା ସିବିଆଇ, ହିଂସାକାଣ୍ଡରେ ୬ ମାମଲା ରୁଜୁ
ହେଲେ ଯେତେବେଳେ କନ୍ୟା ପକ୍ଷ ୩ୟ ସର୍ତ୍ତକୁ ମାନିବାକୁ ମନା କରିଥିଲେ, ଏହାପରେ ନବବଧୂ ଶାଶୂ ଘର ଯିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲା । ବିଦାଇ ନହେବା ପରେ ବର ପକ୍ଷ ବରୁଆ ସାଗର ଥାନାରେ ପହଞ୍ଚିଥିଲେ । ବର ପକ୍ଷ ୧୦ ଲକ୍ଷ ଖର୍ଚ୍ଚ କରିବା ସହିତ ଅଳଙ୍କାର ଲାଗି ୩ ଲକ୍ଷ ଖର୍ଚ୍ଚ କରିଥିଲେ । ଏହାର କ୍ଷତିପୂରଣ ଦାବି କରିଥିଲେ । ସେପଟେ ଅଳଙ୍କାର ନେଇ ନବବଧୂର ଧରମ ପିତା ଚମ୍ପଟ ମାରିଥିବା ଜଣା ପଡ଼ିଛି । ବରୁଆସାଗର ଥାନା ଅଧିକାରୀ ଅଜମେର ସିଂଙ୍କ କହିବା ଅନୁସାରେ ବର ସର୍ତ୍ତ ନମାନିବାରୁ କନ୍ୟା ନିଜ ପରିବାର ସହିତ ଚାଲିଯାଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।