ବେଙ୍ଗାଲୁରୁ:କର୍ଣ୍ଣାଟକର ହାଭେରୀରେ ଆଉ ଏକ ନୂତନ ଶାଖା ଖୋଲିଲା ଦେଶର ଅଗ୍ରଣୀ ଚିଟ୍ ସଂସ୍ଥା ‘ମାର୍ଗଦର୍ଶୀ ଚିଟଫଣ୍ଡ’ । ଏହି ନୂତନ ଶାଖା ସହ ରାଜ୍ୟରେ ସଂସ୍ଥାର ଶାଖା ସଂଖ୍ୟା 23 ଓ ସମଗ୍ର ଦେଶରେ 110 କୁ ବୃଦ୍ଧି ପାଇଛି । ଆଜି ଏହି ନୂତନ ଶାଖାକୁ ସଂସ୍ଥାର ନିର୍ଦ୍ଦେଶକ ପି.ଲକ୍ଷ୍ମଣ ରାଓ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିର୍ଦ୍ଦେଶକ ରାଓ କହିଛନ୍ତି,‘‘ ଆଜି ଏହି ଶାଖା ସହ ରାଜ୍ୟରେ 23ତମ ଓ ଦେଶରେ 110 ତମ ଶାଖାରେ ପହଞ୍ଚିଛୁ । ଏବେ କର୍ଣ୍ଣାଟକର ହାଭେରୀବାସୀ ମାର୍ଗଦର୍ଶୀଠାରୁ ସର୍ବୋତ୍ତମ ଚିଟ୍ ସେବା ସୁବିଧା ପାଇପାରିବେ ।’’
ଆହୁରି ମଧ୍ୟ ସେ କହିଛନ୍ତି, ‘‘ହାଭେରୀ ଶାଖା 15 କୋଟି ଟଙ୍କାର ଜମା ସଂଗ୍ରହ କରିଛି । ଏହି ମାସ ଶେଷ ସୁଦ୍ଧା ଏହି ରାଶିକୁ 20 କୋଟିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଶାଖାରେ ଲକ୍ଷେ ଟଙ୍କାରୁ ଆରମ୍ଭ କରି 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିଟ୍ ଭ୍ୟାଲୁ ଉପଲବ୍ଧ ରହିଛି । ସେହିପରି 2 ହଜାରରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ସବକ୍ରିପସନ ମଧ୍ୟ ରହିଛି । 25, 30, 40 ଓ 50 ମାସ ଅବଧି ବିଶିଷ୍ଟ ଚିଟ୍ ଭ୍ୟାଲୁ ମଧ୍ୟ ଏହି ଶାଖା ନିକଟରେ ଉପଲବ୍ଧ ରହିଛି ।’’
ନିର୍ଦ୍ଦେଶକ ରାଓ ଆହୁରି ମଧ୍ୟ କହିଛନ୍ତି, ‘‘କର୍ଣ୍ଣାଟକରେ 25ଟି ନୂତନ ଶାଖା ଖୋଲିବା ପାଇଁ ଆମର ପର୍ଯ୍ୟାପ୍ତ ସମ୍ବଳ ଅଛି । ଆଜି ଶାଖାକୁ ମିଶାଇ ରାଜ୍ୟରେ ସଂଖ୍ୟା 23କୁ ବୃଦ୍ଧି ପାଇଛି । ଏହାର ଏକ ଅଂଶ ଭାବରେ, ଆମେ ଚଳିତ ଆର୍ଥିକବର୍ଷ ଶେଷ ହେବା ପୂର୍ବରୁ କର୍ଣ୍ଣାଟକର ଆଉ ଦୁଇଟି ସ୍ଥାନକୁ ଶାଖା ବିସ୍ତାର କରିବାକୁ ଯାଉଛୁ । କର୍ଣ୍ଣାଟକବାସୀଙ୍କୁ ସର୍ବୋତ୍ତମ ଚିଟ୍ ସେବା ଯୋଗାଇବା ପାଇଁ ‘ମାର୍ଗଦର୍ଶୀ ଚିଟଫଣ୍ଡ’ ସର୍ବଦା ସେମାନଙ୍କର ବିଶ୍ୱସ୍ତ କମ୍ପାନୀ ଓ ଆର୍ଥିକ ଆବଶ୍ୟକତା ପାଇଁ ଏକ ଭଲ ସହଭାଗୀ ଭାବେ ରହି ଆସିଛି ।’’