ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ ହସ୍ପିଟାଲ ICUରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏବଂ ଅନ୍ୟ ୱାର୍ଡକୁ ଯେପରି ନିଆଁ ନବ୍ୟାପେ ସେନେଇ ନିଆଁ ଲିଭା କାର୍ଯ୍ୟ ମଧ୍ୟ ଜାରି ରହିଛି ।
ଅହମ୍ମଦନଗର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ରୋଗୀ ମୃତ - ଅଗ୍ନିକାଣ୍ଡ
ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ ହସ୍ପିଟାଲ ICUରେ ଭୟଙ୍କର ଅଗ୍ନିକାଣ୍ଡ । ୧୦ ରୋଗୀ ମୃତ । ଅଧିକ ପଢନ୍ତୁ...
ହସ୍ପିଟାଲ ICUରେ ଭୟଙ୍କର ଅଗ୍ନିକାଣ୍ଡ, ୫ରୋଗୀ ମୃତ, ୧୨ ଆହତ
ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲ ICUରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଏହି ସମୟରେ ICUରେ ୨୦ ଜଣ ରୋଗୀଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କରଥିଲା ଯେ ଏଥିରେ ୧୦ଜଣ ରୋଗୀ ପ୍ରାଣ ହରାଇଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।