ପାଟନା:ସହରର ଫୁଲବାରୀର ଶରିଫ ଅଞ୍ଚଳରେ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରଯାଇଥିଲା । ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲେ । ଏହି ମାମଲାରେ ଆଉ ୩ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଆହୁରି ୨୦ ଜଣଙ୍କ ଖୋଜା ପଡ଼ିଛି ।
ଏହି ଘଟଣାରେ ପ୍ରଥମେ ମହମ୍ମଦ ଜଲ୍ଲାଲୁଦ୍ଦିନ ଓ ଅତହର ପରବେଜକୁ ଗିରଫ କରାଯାଇଥିଲା । ପ୍ରାଥମିକ ତଦନ୍ତ ବେଳେ ଏମାନେ PFI ସହ ଜଡ଼ିତ ବୋଲି ଜଣା ପଡ଼ିଥିଲା । ଏମାନଙ୍କଠାରୁ ଜବତ ବୁକ୍ଲେଟରୁ ଯେଉଁ ତଥ୍ୟ ମିଳିଥିଲା, ତାହା ପୁରା ଦେଶକୁ ଦୋହଲାଇ ରଖିଛି । ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ୍ ରାଷ୍ଟ୍ର କରିବାକୁ ବ୍ଲୁ୍ପ୍ରିଣ୍ଟ ପ୍ରସ୍ତୁତ କରିଛି PFI । ପ୍ରଥମେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବାଉର ଜେଲ୍ର ଅଲଗା ଅଲଗା କଠୋରୀରେ ରଖାଯାଇଛି । ଗିରଫ ଅଭିଯୁକ୍ତ ଶମିମ୍ ଅଖ୍ତର୍ ଗଜୱା-ଏ-ହିନ୍ଦ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଥିବା ନେଇ ତଥ୍ୟ ମିଳିଛି । ନାଳନ୍ଦାରୁ ଶମିମ୍କୁ ଗିରଫ କରାଯାଇଛି ।