ଓଡିଶା

odisha

ETV Bharat / bharat

Mann Ki Baat: ଜନତାଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି(ରବିବାର) ମନ୍ କି ବାତ କାର୍ଯ୍ୟକ୍ରମର ୮୨ ତମ ଏପିସୋଡ । ଏହି ସ୍ବତନ୍ତ୍ର ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

Mann Ki Baat: ଜନତାଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ
Mann Ki Baat: ଜନତାଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ

By

Published : Oct 24, 2021, 6:56 AM IST

ନୂଆଦିଲ୍ଲୀ: ଆଜି(ରବିବାର) ମନ୍ କି ବାତ କାର୍ଯ୍ୟକ୍ରମର ୮୨ ତମ ଏପିସୋଡ । ଏହି ସ୍ବତନ୍ତ୍ର ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ପ୍ରତି ମାସ ଶେଷ ରବିବାର ମନ କି ବାତ କାର୍ଯ୍ୟକ୍ରମ ହୋଇଥାଏ । ମାତ୍ର ଚଳିତ ମାସରେ ୨୪ ତାରିଖ ଅର୍ଥାତ ଆଜି ହେବା ନେଇ ପୂର୍ବରୁ ଟ୍ବିଟ କିର ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ସମସ୍ତଙ୍କ ନାଗରିକଙ୍କୁ ରେଡିଓ ମାଧ୍ୟମରେ ଯୋଡି ହେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ନମୋ ଆପ ଓ @mygovindia ଜରିଆରେ ନିଜ ନିଜ ମତାମତ ବାଣ୍ଟିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମ ସମସ୍ତ ନେଟୱାର୍କ ଯଥା ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଓ ମୋବାଇଲ ଆପରେ ପ୍ରସାରିତ ହେବ । ପୂର୍ବ ମନ କି ବାତ କାର୍ଯ୍ୟକ୍ରମରେ ବର୍ଷାଜଳର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ ମୋଦି । ଭାରତୀୟ ସଂସ୍କୃତିରେ ବର୍ଷା ଜଳ ସଂରକ୍ଷଣ ଗୁରୁତ୍ବକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦି ଜଳ-ଜିଲାନି ଏକାଦାଶୀ ଏବଂ ଛଟ ପାରମ୍ପାରିକ ପର୍ବକୁ ଜାତୀୟ ଜଳ ମିଶନ (NWM) ଅଭିଯାନ କ୍ୟାଚ ଦି ରେନ ସହିତ ତୁଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details