ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ୍ ପଲିସି ସ୍କାମର ତଦନ୍ତ ଜାରି ରହିଛି । ଏହି ମାମଲାର ସଦ୍ୟତମ ଘଟଣା ଅନୁଯାୟୀ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଏକ୍ସାଇଜ୍ ମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ଓଏସଡି ମାଧ୍ୟମରେ ଏକ୍ସାଇଜ୍ କମିଶନଙ୍କ ଠାରୁ ଏକ୍ସାଇଜ୍ ପଲିସି (2021-22) ସମ୍ବନ୍ଧୀୟ ଫାଇଲ ମାଗିଛନ୍ତି । ସେପଟେ ନିଜ ବିଭାଗର ଫାଇଲ ପାଇବାରେ ବିଫଳ ହୋଇଛନ୍ତି ମନ୍ତ୍ରୀ ।
New Excise Policy: ଏକ୍ସାଇଜ୍ କମିଶନଙ୍କୁ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଚିଠି - ମନୀଷ ସିସୋଦିଆ
ନୂଆ ଏକ୍ସାଇଜ୍ ପଲିସି ନେଇ ଏକ୍ସାଇଜ୍ କମିଶନଙ୍କୁ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଚିଠି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଏକ୍ସାଇଜ୍ ମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ଓଏସଡି ମାଧ୍ୟମରେ ଏକ୍ସାଇଜ୍ କମିଶନଙ୍କ ଠାରୁ ଏକ୍ସାଇଜ୍ ପଲିସି (2021-22) ସମ୍ବନ୍ଧୀୟ ଫାଇଲ ମାଗିଛନ୍ତି । ଅଧିକ ପଢନ୍ତୁ
ଆଇନ ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ, ଇଡି ଏଜେନ୍ସି ଦ୍ୱାରା ଏକ୍ସାଇଜ୍ ସ୍କାମର ଯାଞ୍ଚ କରାଯାଉଛି । ତେଣୁ ଏକ୍ସାଇଜ୍ ପଲିସି ସହ ଜଡିତ ଦସ୍ତାବିଜ ଗୁଡ଼ିକର ନକଲ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଆଯିବା ଉଚିତ କି ନାହିଁ ସେ ସମ୍ପର୍କରେ ପରାମର୍ଶ ପାଇବା ପାଇଁ ଏକ୍ସାଇଜ୍ ବିଭାଗ ଆଇନ ବିଭାଗ ସହ ଯୋଗାଯୋଗ କରିଥିଲା । ତେବେ ଆଇନ ବିଭାଗ ତଦନ୍ତ ଦର୍ଶାଇ ଦସ୍ତାବିଜର କୌଣସି ଦଲିଲ ଦେବାକୁ ମନା କରିଦେଇଛି । ସିସୋଦିଆଙ୍କୁ ସିବିଆଇ ଦ୍ୱାରା ଅବକାରୀ ଦୁର୍ନୀତି ମାମଲାରେ ଜଡିତ ଥିବା ଅଭିଯୋଗ ହୋଇଛି ।
ସେପ୍ଟେମ୍ବର 30ରେ ଏକ୍ସାଇଜ୍ କମିଶନରଙ୍କ ନିକଟକୁ ପଠାଯାଇଥିବା ଚିଠିରେ ଫାଇଲ, କାଗଜପତ୍ର ଏବଂ ଡକ୍ୟୁମେଣ୍ଟ ପାଇ ଦାବି କରାଯାଇଛି ଯାହା ଏଜେନ୍ସିଗୁଡ଼ିକର ତଦାରଖରେ ଅଛି । ଫାଇଲ ଗୁଡ଼ିକୁ ସିବିଆଇ ଏବଂ ଏହାର ନକଲ ଯାଞ୍ଚ ପାଇଁ ରହିଛି । ପ୍ରକାଶ ଥାଉ କି, ଦିଲ୍ଲୀ ଅବକାରୀ ପିଲିସି ଦୁର୍ନୀତି ମାମଲାରେ (Delhi excise policy scam case) ସିସୋଦିଆଙ୍କୁ ଅକ୍ଟୋବର 17 ତାରିଖରେ 9 ଘଣ୍ଟା ଜେରା କରାଯାଇଥିଲା । କୌଣସି ଦୁର୍ନୀତିର ତଦନ୍ତ ନୁହେଁ ବରଂ ଅପରେସନ ଲୋଟସକୁ ସଫଳ କରିବା ପାଇଁ କାମ କରୁଛି ସିବିଆଇ ବୋଲି କହିଥିଲେ ମନୀଷ ସିସୋଦିଆ ।