ଓଡିଶା

odisha

ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ମେଣ୍ଟର ସାଂସଦ: ପ୍ରଧାନମନ୍ତ୍ରୀ ମଣିପୁର ଯିବା ଉଚିତ୍ କହିଲେ ଖଡ୍‌ଗେ

ମଣିପୁରରୁ ଫେରିବା ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ଇଣ୍ଡିଆ ମେଣ୍ଟର ପ୍ରତିନିଧି ଟିମ୍ । ପ୍ରଧାନମନ୍ତ୍ରୀ ମଣିପୁର ଯିବା ଉଚିତ୍ କହିଲେ ଖଡ୍‌ଗେ । ଅଧିକ ପଢନ୍ତୁ

By

Published : Aug 2, 2023, 1:49 PM IST

Published : Aug 2, 2023, 1:49 PM IST

ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ସାଂସଦ
ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ସାଂସଦ

ନୂଆଦିଲ୍ଲୀ:ହିଂସା ପ୍ରବଣ ମଣିପୁରରେ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବିରୋଧୀ ମହାମେଣ୍ଟ ଇଣ୍ଡିଆର ପ୍ରତିନିଧି ଟିମ୍ ଆଜି (ବୁଧବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ବିରୋଧି ମେଣ୍ଟର ୨୧ ସାଂସଦ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି, ବିଶେଷକରି ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଶିବିରରେ ରହୁଥିବା ପୀଡିତଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ଏହାସହିତ ମଣିପୁରରେ ଜାରି ହିଂସା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିରୋଧି ସାଂସଦ । ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି,''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତ କରି ଏହି ହିଂସା ପ୍ରଭାବିତ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବା ଉଚିତ୍ ।''

'ଇଣ୍ଡିଆ'ର ପ୍ରତିନିଧି ଟିମ୍ ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ସାକ୍ଷାତ କରିଥିଲେ । ଏନେଇ ରାଜ୍ୟସଭା ବିରୋଧି ଦଳ ନେତା ଖଡ୍‌ଗେ କହିଛନ୍ତି ଯେ, ଆମେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ । ମଣିପୁରରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ଜଣାଇଛୁ । ଆମର ମୁଖ୍ୟ ଦାବି ହେଲା, ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ସେଠାରେ ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରନ୍ତୁ । ରାଷ୍ଟ୍ରପତି ମଧ୍ୟ ବିରୋଧି ନେତାମାନଙ୍କ ଦାବିର ବିଚାର କରିବେ ବୋଲି ଆଶ୍ବସନା ଦେଇଥିବା ସେ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Manipur Violence: ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ ‘ଇଣ୍ଡିଆ’ ଟିମ୍‌

ସେପଟେ ବିରୋଧି ସାଂସଦ ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ବିଜେପି ନେତା ସୁଶୀଲ ମୋଦି କଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସେମାନେ ମଣିପୁର ଯାଇପାରୁଛନ୍ତି, ଏମିତିକି ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟି ପାରୁଛନ୍ତି ହେଲେ ସଂସଦରେ ବିତର୍କରେ ଭାଗ ନେବାକୁ ଚାହୁଁ ନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ବିରୋଧି ମହାମେଣ୍ଟର ୨୧ ଜଣିଆ ପ୍ରତିନିଧି ମଣ୍ଡଳୀ ଜୁଲାଇ ୨୯ ଓ ୩୦ରେ ଦୁଇ ଦିନିଆ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଥିଲେ । ଏହି ପ୍ରତିନିଧି ଟିମ୍ ସହ ମେଣ୍ଟ ସହଯୋଗୀ ଦଳର ଫ୍ଲୋର ଲିଡରମାନେ ମଧ୍ୟ ସାମିଲ ଥିଲେ । ଏହି ଟିମ୍ ଏକାଧିକ ରିଲିଫ କ୍ୟାମ୍ପ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ‘ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ’: ଆସନ୍ତା ତାରିଖରେ ମଣିପୁର DGPଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

ABOUT THE AUTHOR

...view details