ଓଡିଶା

odisha

ETV Bharat / bharat

ନିଆରା ଭାଲେଣ୍ଟାଇନ; ପତ୍ନୀଙ୍କ ଜୀବନ ବଞ୍ଚାଇବା ଲାଗି ନିଜ କିଡନୀ ଦାନ କଲେ ସ୍ବାମୀ

ଭାଲେଣ୍ଟାଇନ୍ସ ଡେ’ରେ ଅସୁସ୍ଥ ସ୍ତ୍ରୀକୁ ନିଜ କିଡନୀ ଦାନ କଲେ ଗୁଜରାଟର ଅହମ୍ମଦାବାଦ ନିବାସୀ ବିନୋଦ ପଟେଲ । ବିଶେଷ କଥା ହେଉଛି ଯେ ଦମ୍ପତି ବିବାହର ୨୩ ତମ ବିବାହ ବାର୍ଷିକୀ ମଧ୍ୟ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

ନିଆରା ଭାଲେଣ୍ଟାଇନ; ପତ୍ନୀଙ୍କ ଜୀବନ ବଞ୍ଚାଇବା ଲାଗି ନିଜ କିଡନୀ ଦାନ କଲେ ସ୍ବାମୀ
ନିଆରା ଭାଲେଣ୍ଟାଇନ; ପତ୍ନୀଙ୍କ ଜୀବନ ବଞ୍ଚାଇବା ଲାଗି ନିଜ କିଡନୀ ଦାନ କଲେ ସ୍ବାମୀ

By

Published : Feb 15, 2021, 9:41 AM IST

ଗାନ୍ଧୀନଗର: ଅଢେଇ ଅକ୍ଷରର ପ୍ରେମକୁ ପରିପ୍ରକାଶ କରିବାକୁ ବୋଧ ହୁଏ ଗୋଟିଏ ଦିନ କମ୍‌ ପଡିବ । କିନ୍ତୁ ପ୍ରେମ ସପ୍ତାହର ଭାଲେଣ୍ଟାଇନ୍ସ ଡେକୁ ପାଳିବା ପାଇଁ ପ୍ରେମିକ-ପ୍ରେମିକା ହୁଅନ୍ତୁ ଅବା ପତି-ପତ୍ନୀ କେହି ବି ଏହି ଦିନକୁ ହାତ ଛଡା କରନ୍ତି ନାହିଁ । ଆଉ ସଭିଁଏ ମନର ମଣିଷକୁ ଛୋଟବଡ ଉପହାର ଦିଅନ୍ତି । ଭାଲେଣ୍ଟାଇନ୍ସ ଡେକୁ ଚିରସ୍ମରଣୀୟ କରିବାକୁ ଅହମ୍ମବାଦର ଜଣେ ବ୍ୟକ୍ତି ଦେଇଛନ୍ତି ଏଭଳି ଏକ ଉପହାର ଯାହା ଆପଣ ଜାଣିଲେ ଚକିତ ହୋଇଯିବେ ।

ଗୁଜରାଟର ଅହମ୍ମଦାବାଦ ନିବାସୀ ବିନୋଦ ପଟେଲ ତାଙ୍କ ପତ୍ନୀଙ୍କୁ ନିଜର ଏକ କିଡ଼ନୀ ଉପହାର ଦେଇଛନ୍ତି । ବିନୋଦଙ୍କର ଏହି ଉଦାରତାକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ବିନୋଦ ପଟେଲ ଓ ରୀତା ପଟେଲଙ୍କ ବିବାହକୁ ୨୩ ବର୍ଷ ପୂରିଛି । ସେମାନେ 13 ଫେବୃଆରୀରେ ବିବାହ କରିଥିଲେ । କିନ୍ତୁ ଏବେ ପତ୍ନୀ କିଡନୀ ରୋଗରେ ପୀଡ଼ିତ ହେବା ପରେ ଭାଙ୍ଗି ପଡ଼ି ନାହାଁନ୍ତି ବିନୋଦ । ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜର ଏକ କିଡନୀ ଉପହାର ଦେଇଛନ୍ତି । ତାହା ପୁଣି ଭାଲେଣ୍ଟାଇନ୍‌ ଡେ’ ରେ । ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ହୁଏତ ଏହା ଠାରୁ ଆଉ ବଡ଼ ଉପହାର କିଛି ହୋଇ ନପାରେ ବୋଲି କହିଛନ୍ତି ବିନୋଦ । ତେବେ ପତ୍ନୀ ରୀତା ଗତ ତିନିବର୍ଷ ଧରି ଏହି ରୋଗରେ ପୀଡିତ ଥିଲେ ଏବଂ ଏକ ମାସ ପୂର୍ବରୁ ତାଙ୍କୁ ଡାଏଲିସିସରେ ରଖାଯାଇଥିଲା ।

ଏନେଇ ବିନୋଦ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ଦୁଃଖକୁ ଦେଖି ସେ ତାଙ୍କ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ‘ସବୁ ଭଲ ଏବଂ ଖରାପ ସମୟରେ ମୋ ପତ୍ନୀ ସବୁବେଳେ ମୋ ପାଖରେ ଛିଡା ହୋଇଛନ୍ତି | ବର୍ତ୍ତମାନ ସେ ଯନ୍ତ୍ରଣା ଭୋଗୁଛନ୍ତି, ଯାହା ମୋ ପାଇଁ ଦେଖିବା ଅତି କଷ୍ଟକର । ତେବେ ମୁଁ ସମାଜକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସମସ୍ତେ ନିଜ ସାଥୀଙ୍କୁ ସମ୍ମାନ ଦେବା ଉଚିତ ଏବଂ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ କରିବା ଉଚିତ୍ ।’ ସ୍ବାମୀଙ୍କୁ ଧନ୍ୟବାଦ ଦେଇ ରୀତା କହିଛନ୍ତି ଯେ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ।

ABOUT THE AUTHOR

...view details