ଓଡିଶା

odisha

ETV Bharat / bharat

MP: ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ବେଳେ ଯୁବକ ମୃତ, ସାଥୀ କଳାକାର ଆଣିଲେ ସଙ୍ଗୀନ ଅଭିଯୋଗ

ମଧ୍ୟ ପ୍ରଦେଶରେ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ବେଳେ ଯୁବକ ମୃତ । ସାଥୀ କଳାକାର ଆଣିଲେ ବଳପୂର୍ବକ ଷ୍ଟଣ୍ଟ ପ୍ରଦର୍ଶନ କରାଇବାର ଅଭିଯୋଗ । ଅଧିକ ପଢନ୍ତୁ

By

Published : Aug 6, 2023, 10:52 PM IST

MP: ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିପଦପୂର୍ଣ୍ଣ ଷ୍ଟଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ
MP: ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିପଦପୂର୍ଣ୍ଣ ଷ୍ଟଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ

ଭୋପାଲ:ମଧ୍ୟ ପ୍ରଦେଶ ଛତରପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିପଦପୂର୍ଣ୍ଣ ଫାଏର ଷ୍ଟଣ୍ଟ୍‌ ପ୍ରଦର୍ଶନ ବେଳେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଳାକାର ଜଣକ ପାଟିରେ କିଛି ଜ୍ବଳନଶୀଳ ପଦାର୍ଥ ସ୍ପ୍ରେ କରି ଫାଏର ଷ୍ଟଣ୍ଟ୍‌ ଦେଖାଉଥିଲେ । ମଞ୍ଚ ଉପରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ 30 ବର୍ଷୀୟ କବୀର ସିଂ ଓ ସେ ଉତ୍ତର ପ୍ରଦେଶ କାନପୁର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନାନୁସାରେ, ଘଟଣାଟି ଛତ୍ରପୁର ଜିଲ୍ଲାର ନାଉଗାଓଁ ଟାଉନରେ ଘଟିଛି । ଗତକାଲି(ଅଗଷ୍ଟ 5) ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଏକ ସଭା ଓ ରୋଡ୍‌ ସୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବିଜେପିର ଭିନ୍ନଭିନ୍ନ ଟିକେଟ ଆଶାୟୀଙ୍କ ଗୋଷ୍ଠୀ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଅଭିଯୋଗ ହୋଇଛି ଯେ ଏହି ସମୟ ମଧ୍ୟରେ ଜଣେ ବିଜେପି ନେତା ତାଙ୍କ ଷ୍ଟେଜ୍‌ରେ ଏକ ଷ୍ଟଣ୍ଟ ପ୍ରୋଗ୍ରାମ୍‌ ରଖିଥିଲେ । ଯେଉଁଥିରେ ଏହି ଯୁବକ ଜଣକ ଫାଏର ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଥିଲେ । ହଠାତ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା । ସାଥୀ କଳାକାରମାନେ ତାଙ୍କୁ ଭେଟିବା ପାଇଁ ପ୍ରୟାସ କରିବାରୁ ସେମାନଙ୍କୁ ସୁରକ୍ଷା କର୍ମୀମାନେ ବାଧା ଦେଇଥିଲେ । ବାଧ୍ୟତାମୂଳକ ଷ୍ଟଣ୍ଟ୍‌ ପ୍ରଦର୍ଶନ ଯୋଗୁଁ କଳାକାରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ସଦସ୍ୟ ଓ ସାଥୀ କଳାକାରମାନେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ବିନା ACରେ ଉଡିଲା ବିମାନ: ଗରମରେ ଯାତ୍ରୀ ଛଟପଟ, ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ

ମୃତକଙ୍କ ସାଥୀ କଳାକାରଙ୍କ ଅଭିଯୋଗ ଅନୁସାରେ, ବିଜେପି ନେତା ମାଣିକ ଚୌରାସିଆ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଉତ୍ତର ପ୍ରଦେଶର କାନପୁରରୁ 9 ଷ୍ଟଣ୍ଟ୍‌ମ୍ୟାନଙ୍କ ଏକ ଟିମ୍‌କୁ ମଞ୍ଚରେ ଷ୍ଟଣ୍ଟ ପ୍ରଦର୍ଶନ କରିବାକୁ କହିଥିଲେ । ମୃତ କଳାକାର କବୀର ସିଂ ପାଟିରେ ଡିଜେଲ ସ୍ପ୍ରେ କରି ଫାଏର ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ସମୟରେ ମଞ୍ଚରେ ଅସୁସ୍ଥ ହୋଇପଡିଥିଲେ ଓ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କୁ ଆଣିଥିବା ବିଜେପି ନେତା ଭିଡ଼ ବଢାଇବା ପାଇଁ ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ପ୍ରଦର୍ଶନ କରିବା ପାଇଁ ବାଧ୍ୟ କରୁଥିବା କଳାକାରମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗ ହେବା ପରେ ସ୍ଥାନୀୟ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି । ଆୟୋଜକ ବିଜେପି ନେତାଙ୍କ ପକ୍ଷରୁ ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

​ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details