ଓଡିଶା

odisha

ETV Bharat / bharat

MP Triple Murder: ପାରିବାରିକ ବିବାଦ ନେଲା ଉଗ୍ରରୂପ, ସ୍ତ୍ରୀ ଓ ଭାଇ-ଭଉଣୀକୁ ଗୁଳିକଲା ଯୁବକ

ଉଗ୍ରରୂପ ନେଲା ପାରିପାରିକ ବିବାଦ । ସ୍ତ୍ରୀ, ଭାଇ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

Man kills wife her two siblings
Man kills wife her two siblings

By

Published : Aug 21, 2023, 9:03 AM IST

ଭୋପାଳ: ମଧ୍ୟପ୍ରଦେଶରେ ଟ୍ରିପଲ ମର୍ଡର । ଉଗ୍ରରୂପ ନେଲା ପାରିପାରିକ ବିବାଦ । ତୁଚ୍ଛ ହେଲା ରକ୍ତ ସମ୍ପର୍କ । ସ୍ତ୍ରୀ, ଭାଇ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ଅଭିଯୁକ୍ତ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସାକୁ ନେଇ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଘଟିଛି ଏହି ହତ୍ୟାକାଣ୍ଡ । ତିନି ମୃତକ ହେଉଛନ୍ତି ହତ୍ୟାକାରୀରର ସ୍ତ୍ରୀ ରାକ୍ଷୀ, ଭଉଣୀ ଜୁଲି ତୋମାର ଓ ଭାଇ ଯୁବରାଜ ତୋମାର । ହତ୍ୟାକାରୀ ଜଣଙ୍କ ହେଉଛି ବାଗଚିନି ଗାଁର ବାସିନ୍ଦା ତ୍ରିଲୋକି ପରମାର ।

ପ୍ରଥମେ ଭଉଣୀ ଜୁଲି ତୋମାରଙ୍କ ଉପରକୁ ଗୁଳି ମାଡ କରିଥିବା ବେଳେ ପରେ ଭାଇ ଯୁବରାଜ ଓ ଶେଷରେ ସ୍ତ୍ରୀ ରାକ୍ଷୀକୁ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ପୋଲିସର କହିବା ଅନୁଯାୟୀ, ରାକ୍ଷୀ ଓ ତ୍ରିଲୋକି ପରମାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦର ସମାଧାନ କରିବାକୁ ଯୁବରାଜ ଓ ଜୁଲି ତ୍ରିଲୋକି ଘରକୁ ଆସିଥିଲେ । ଏହାପରେ ଅଭିଯୁକ୍ତଙ୍କ ସହ ଦୁଇ ଜଣଙ୍କର ଯୁକ୍ତିତର୍କ ହୋଇଥିଲା । ଯାହା ପରମୁହୂର୍ତ୍ତରେ ଉଗ୍ରରୂପ ଧାରଣା କରିଥିଲା । ଯୁବରାଜ ଓ ଜୁଲି ଯେତେବେଳେ ଘରକୁ ଫେରିବା ପାଇଁ ବସ ଷ୍ଟାଣ୍ଟରେ ଛିଡା ହୋଇଥିଲେ, ଏହି ସମୟରେ ଅଭିଯୁକ୍ତ ଭାଇ ଭଉଣୀକୁ ଗୁଳି କରି ହତ୍ୟା କରିଥିଲା । ସେଠାରେ ଉପସ୍ଥିତ ଥିବା ସ୍ତ୍ରୀ ରାକ୍ଷୀକୁ ମଧ୍ୟ ଗୁଳି କରିଥିଲା ତ୍ରିଲୋକି ।

ଏହା ମଧ୍ୟ ପଢନ୍ତୁ-Bengaluru: ମୃତଦେହ ସହ ତିନିଦିନ, ପତ୍ନୀ ଓ ଦୁଇ ଝିଅଙ୍କୁ ହତ୍ୟା ପରେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା !

ସୂଚନା ଥାଉକି, ଗତବର୍ଷ ଭିଣ୍ଡି ଜିଲ୍ଲାର ଆଟର ଗାଁର ବାସିନ୍ଦା ରାକ୍ଷୀଙ୍କୁ ବିବାହ କରିଥିଲା ଅଭିଯୁକ୍ତ ତ୍ରିଲୋକି ପରମାର । ପ୍ରଥମରୁ ଉଭୟଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା । କିନ୍ତୁ ପର ମୁହୂର୍ତ୍ତରେ କୌଣସି କାରଣକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣା କରିଥିଲା । ତିନି ଜଣଙ୍କୁ ହତ୍ୟା କିରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ନିକଟରେ ବେଙ୍ଗାଲୁରୁରୁ ଏକ ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଥିଲା । ଆନ୍ଧ୍ର ପ୍ରଦେଶର ଜଣେ ସଫ୍ଟୱେର ଇଞ୍ଜିନିୟର ନିଜ ପତ୍ନୀ ଓ 2 ଶିଶୁକନ୍ୟାଙ୍କୁ ହତ୍ୟା କରିବା ପରେ 3 ମୃତଦେହ ସହିତ 3 ଦିନ ରହିଥିଲେ । ପରେ ଅଗଷ୍ଟ ପହିଲାରେ ନିଜେ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଅଗଷ୍ଟ 3 ତାରିଖରେ ଏହି ସନ୍ଦେହଜନକ ମୁତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।

ABOUT THE AUTHOR

...view details