ଓଡିଶା

odisha

ETV Bharat / bharat

ପାରିବାରିକ କଳହର କରୁଣ ପରିଣତି, ୧୨ନଂ ପତ୍ନୀକୁ ସ୍ବାମୀର ହତ୍ୟା ଅଭିଯୋଗ

୧୨ ନମ୍ବର ପତ୍ନୀକୁ ସ୍ବାମୀ ହତ୍ୟା କଲା ସ୍ବାମୀ । ଉଭୟ ମଦ ପିଉଥିବା ବେଳେ ଉପୁଜିଥିଲା ବିବାଦ । ଅଧିକ ପଢନ୍ତୁ

man killed his 12th wife
man killed his 12th wife

By

Published : Apr 3, 2023, 9:01 PM IST

ରାଞ୍ଚି:ନିଜ ୧୨ ନମ୍ବର ପତ୍ନୀକୁ ସ୍ବାମୀ ହତ୍ୟା କରିଥିବା ନେଇ ଆସିଲା ଅଭିଯୋଗ । ପାରିବାରିକ କଳହରୁ ବ୍ୟକ୍ତି ଜଣକ ଏପରି କାଣ୍ଡ କରିଥିବା ନେଇ ଜଣାପଡ଼ିଛି । ନିଜ ପତ୍ନୀକୁ ଏକ ଲାଠି ସାହାଯ୍ୟରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲାର ତାରପୁର ଗ୍ରାମରେ ଘଟିଛି ଏହି ଘଟଣା । ପୋଲିସ ଅଭିଯୁକ୍ତକୁ କାବୁ କରିବା ସହିତ ଅଧିକ ପଚରାଉଚରା କରିବ ବୋଲି କହିଛି ।

ଅଭିଯୁକ୍ତ ସ୍ବାମୀର ନାମ ରାମଚନ୍ଦ୍ର ତୁରୀ ହୋଇଥିବା ବେଳେ ମୃତ ମହିଳାଙ୍କ ନାମ ସାବିତ୍ରୀ ଦେବୀ(୪୦) ବୋଲି ଜଣାପଡ଼ିଛି । ପୋଲିସର କହିବା ଅନୁସାରେ ମୃତ ମହିଳା ସାବିତ୍ରୀ ନିଜ ସ୍ବାମୀଙ୍କ ସହିତ ମଦ ପିଉଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହି ସମୟରେ ରାମଚନ୍ଦ୍ର ହଠାତ କ୍ରୋଧାନ୍ବିତ ହୋଇ ଏକ ଲାଠି ଆଣି ସାବିତ୍ରୀଙ୍କୁ ପିଟିଥିଲେ । ଏହାପରେ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ଖବର ପାଇବା ପରେ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହା ବି ପଢନ୍ତୁ-Kupwara Murder: ଆତ୍ମହତ୍ୟାରୁ ରୋକିବାର ଫଳ ଭୋଗିଲା ଝିଅ, ନିଜ ଝିଅକୁ ହତ୍ୟା କଲା ବାପା

ଏହାପରେ ଅଭିଯୁକ୍ତ ସ୍ବାମୀ ରାମଚନ୍ଦ୍ରକୁ ଗିରଫ କରିଥିଲା ପୋଲିସ । ଏହାପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ସଦର ହସ୍ପିଟାଲକୁ ପଠାଇଥିଲା । ପୋଲିସର କହିବା ଅନୁସାରେ ରାମଚନ୍ଦ୍ର ଏଯାବତ ୧୨ ଜଣ ମହିଳାଙ୍କୁ ବିବାହ କରିସାରିଥିବା ବେଳେ ସାବିତ୍ରୀ ୧୨ ନଂ ପତ୍ନୀ ଥିଲେ । ପୂର୍ବରୁ ୧୧ଜଣ ମହିଳା ତାଙ୍କ ଝଗଡ଼ା କରିବାର ପ୍ରବୃତ୍ତି ଯୋଗୁଁ ଛାଡ଼ି ପଳାଇଥିଲେ । ରାମଚନ୍ଦ୍ର ଅଧିକାଂଶ ସମୟ ଛୋଟଛୋଟ କଥାକୁ ନେଇ ପତ୍ନୀମାନଙ୍କ ସହିତ ଝଗଡ଼ା କରୁଥିଲେ ବୋଲି ପୋଲିସ କହିଛି ।

ରାମଚନ୍ଦ୍ରଙ୍କ ଆଚରଣକୁ ନେଇ ପୋଲିସକୁ ତାରପୁର ଗ୍ରାମର ୱାର୍ଡ ମେମ୍ବର ମଧ୍ୟ ସୂଚନା ଦେଇଛନ୍ତି । ରାମଚନ୍ଦ୍ରକୁ ଝଗଡ଼ା କରିବାର ପ୍ରବୃତ୍ତି ଯୋଗୁଁ ତାଙ୍କୁ ପୂର୍ବ ପତ୍ନୀମାନେ ଛାଡି ପଳାଇଥିଲେ । ପୂର୍ବ ପତ୍ନୀମାନଙ୍କଠାରୁ ରାମଚନ୍ଦ୍ରକୁ କୌଣସି ସନ୍ତାନ ପ୍ରାପ୍ତ ହୋଇନଥିଲା । ମାତ୍ର ସାବିତ୍ରୀ ପୂର୍ବ ବିବାହରୁ ୪ଟି ସନ୍ତାନର ମାଆ ଥିଲେ । ଏହାପରେ ସେ ରାମଚନ୍ଦ୍ରକୁ ବିବାହ କରିଥିଲେ । ପୋଲିସ ରାମଚନ୍ଦ୍ରକୁ ଅଧିକ ପଚରାଉଚରା କରିବ ବୋଲି କହିଛି । ଏହା ପୂର୍ବରୁ ବିହାରର ଔରଙ୍ଗାବାଦରେ ମଧ୍ୟ ଜଣେ ବ୍ୟକ୍ତି ନିଜର ତୃତୀୟ ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଯୌତକକୁ ନେଇ ଝଗଡ଼ା ହେବା ପରେ ଏପରି କାଣ୍ଡ ଘଟିଥିବା ଜଣାପଡ଼ିଥିଲା ।

ABOUT THE AUTHOR

...view details