ଓଡିଶା

odisha

By

Published : Aug 16, 2023, 12:30 PM IST

Updated : Aug 16, 2023, 12:52 PM IST

ETV Bharat / bharat

ମାଗିଥିଲେ ଚିକେନ, ମୂଷା ମାଂସ ତରକାରୀ ଖୁଆଇଲେ ରେସ୍ତୋରାଁ କର୍ମଚାରୀ !

ରେସ୍ତୋରାଁରେ ଚିକେନ ଅର୍ଡର କରିଥିଲେ ଯୁବକ । ମୂଷା ମାଂସ ତରକାରୀ ଖୁଆଇଲେ କର୍ମଚାରୀ । ଅଧିକ ପଢନ୍ତୁ

ଚିକେନ ତରକାରୀରୁ ବାହାରିଲା ମୂଷା ମାଂସ
ଚିକେନ ତରକାରୀରୁ ବାହାରିଲା ମୂଷା ମାଂସ

ମୁମ୍ବାଇ:ହୋଟେଲରେ ଖାଇବା କାହାକୁ ବା ପସନ୍ଦ ନୁହେଁ । ହୋଟେଲ ଓ ରେସ୍ତୋରାଁରେ ସ୍ବାଦିଷ୍ଟ ନନଭେଜ୍ ଖାଦ୍ୟର ଡିମାଣ୍ଡ ଅଧିକ ରହିଥାଏ । ବିଶେଷକରି ଚିକେନ୍ ଓ ମଟନର ନାନା ଆଇଟମ୍ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ହେଲେ ଯଦି ଚିକେନ୍ ବଦଳରେ ହୋଟେଲରେ ମୂଷା ମାଂସ ମିଳେ, ତାହାହେଲେ ଆପଣ କ'ଣ କରିବେ ? କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଘଟଣା ସାମ୍ନାକୁ ଆସିଛି ମୁମ୍ବାଇ ସହରରୁ । ଯାହା ଶୁଣିଲେ ହୁଏତ ଆପଣ ଆଜିଠୁ ହୋଟେଲରେ ଖାଇବାକୁ ସଙ୍କୋଚ କରିବେ । ମୁମ୍ବାଇର ଗୋଟିଏ ଲୋକପ୍ରିୟ ରେସ୍ତୋରାଁରେ ଗ୍ରାହକଙ୍କୁ ଚିକେନ ବଦଳରେ ମୂଷା ମାଂସ ତରକାରୀ ପରଷା ଯାଇଛି ।

ପୁରା ଘଟଣାଟି ହେଉଛି, ମଙ୍ଗଳବାର ଦିନ ଅନୁରାଗ ସିଂହ ନାମକ ଯୁବକ ନିଜ ସାଙ୍ଗ ସହ ବାନ୍ଦ୍ରା ଅଞ୍ଚଳର ଏକ ଜଣାଶୁଣା ରେସ୍ତୋରାଁ ଖାଇବାକୁ ଯାଇଥିଲେ । ଦୁଇ ସାଙ୍ଗ ଅର୍ଡରରେ ବ୍ରେଡ ସହ ଚିକେନ୍ ଓ ମଟନ ଥାଳି ମଗାଇଥିଲେ । ଖାଉଥିବା ବେଳେ ଚିକେନର ମାଂସ ତାଙ୍କୁ ଟିକିଏ ଅଲଗା ଲାଗିଲା । ପାଖରୁ ଦେଖିବାକୁ ତାହା ଚିକେନ୍ ନଥିଲା ବରଂ ମୂଷା ମାଂସ ଥିଲା ବୋଲି ଜଣା ପଡିଥିଲା । ଏ ସମ୍ପର୍କରେ ସେମାନେ ରେସ୍ତୋରାଁ ମ୍ୟାନେଜରକୁ ପଚାରିବାକୁ ସେ ଓଲଟା ପାଲଟା ଜବାବ ଦେଇଥିଲେ । ଏହାପରେ ଅନୁରାଗ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚି ରେସ୍ତୋରାଁ ବିରୋଧରେ ଏତଲା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: Watch Video: ମଟନ ତରକାରୀ ଭିତରୁ ବାହାରିଲା ମଲା ମୂଷା

ଅଭିଯୋଗ କ୍ରମେ ପୋଲିସ ଉକ୍ତ ରେସ୍ତୋରାଁ ମ୍ୟାନେଜର ବିଭିଆନ ଆଲର୍ବଟ ଶିକାବର, ହୋଟେଲର ସେଫ୍ ଏବଂ ଚିକେନ ଯାଉଥିବା ବ୍ୟକ୍ତି ବିରୋଧରେ ମାମାଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି କିଛି ଦିନ ତଳେ ପଞ୍ଜାବ ଲୁଧିଆନାରୁ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳର ଏକ ରେସ୍ତୋରାଁରେ ମଟନ ତରକାରୀରୁ ମଲା ମୂଷା ବାହାରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ପରେ ଖୁବ୍ ଚର୍ଚ୍ଚା ହୋଇଥିଲା । ତେବେ ଅନେକ ସମୟରେ ଖାଦ୍ୟ ଭିତରୁ ମଲା ଝିଟିପିଟି କିମ୍ବା ପୋକ ବାହାରୁଥିବା ଘଟଣା ଦେଖିବାକୁ ମିଳୁଛି ।

ଏହାମଧ୍ୟ ପଢନ୍ତୁ: ସମ୍ବରରୁ ବାହାରିଲା ଝିଟିପିଟି, ଥାନାରେ ଏତଲା ଦେଲେ ଗ୍ରାହକ

Last Updated : Aug 16, 2023, 12:52 PM IST

ABOUT THE AUTHOR

...view details