ଓଡିଶା

odisha

By

Published : May 29, 2022, 12:45 PM IST

ETV Bharat / bharat

ପୁଅ ବିବାହ ନିମନ୍ତ୍ରଣ ପାଇଁ ଦିଲ୍ଲୀ ଆସିଥିଲେ ବାପା, ମିଳିଲା ମୃତଦେହ

ଦିଲ୍ଲୀର ବୁରାରୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶର ରାକେଶ କୁମାର ବୋଲି ଜଣାପଡିଛି । ପୁଅର ବିବାହରେ ଯୋଗଦେବାକୁ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ଦିଲ୍ଲୀ । ଅଧିକ ପଢନ୍ତୁ

ଟଙ୍କା ପାଇଁ ବନ୍ଧୁଙ୍କୁ ହତ୍ୟା ବନ୍ଧୁ
killing a friend for money

ନୂଆଦିଲ୍ଲୀ:ଦିଲ୍ଲୀର ବୁରାରୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶର ରାକେଶ କୁମାର ବୋଲି ଜଣାପଡିଛି । ଡେପୁଟି କମିଶନର ସାଗର ସିଂ କାଲସିଙ୍କ କହିବାଅନୁସାରେ, ବ୍ୟକ୍ତିଜଣଙ୍କ କିଛିଦିନ ପୂର୍ବରୁ ତାଙ୍କ ସମ୍ପର୍କୀୟଙ୍କୁ ପୁଅର ବିବାହ ଉତ୍ସବର ନିମନ୍ତ୍ରଣ କରିବାକୁ ଦିଲ୍ଲୀ ଆସିଥିଲେ । ମାତ୍ର ଶୁକ୍ରବାର ଦିନ ପ୍ରାୟ ୮.୩୦ ସମୟରେ ତାଙ୍କର ମୃତଦେହ ବୁରାରି ଛକର ମୁଖ୍ୟ ରାସ୍ତା ନିକଟରୁ ମିଳିଛି ।

ଉକ୍ତ ବ୍ୟକ୍ତିଙ୍କୁ ତାଙ୍କର ଆଧାର କାର୍ଡ ସାହାଯ୍ୟରେ ଚିହ୍ନଟ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଥିଲା । ପରିବାର ପୋଲିସକୁ ସୂଚନା ଦେଇଛନ୍ତି ଯେ, କୁମାର ପ୍ରାୟ ୫୦,୦୦୦ ନଗଦ ଟଙ୍କା ନେଇ ଦିଲ୍ଲୀ ଆସିଥିଲେ ଏବଂ ସେ ନିହାଲ ବିହାର ଅଞ୍ଚଳରେ ଜଣେ ନବୀନଙ୍କ (୩୫) ସହ ରହିଥିବେ । ଗୁରୁବାର ସନ୍ଧ୍ୟାରେ ନବୀନ ଏବଂ କୁମାର ଦ୍ବାରକା ଅଞ୍ଚଳରେ ମଦ ପିଇବା ପରେ ନବୀନଙ୍କ ପାଖକୁ ତାଙ୍କ ମାଲିକଙ୍କଠାରୁ ଏକ କଲ ପାଇଲେ ଯେ, ସଞ୍ଜୀବଙ୍କ ଗାଡିରେ କିଛି ଅସୁବିଧା ହେଉଛି ।

ଉଭୟ ୱାଜିରାବାଦରେ ପହଞ୍ଚି ସଞ୍ଜୀବଙ୍କ ଗାଡି ମରାମତି କରିଥିବା DCP କହିଛନ୍ତି । ତା'ପରେ ସଞ୍ଜୀବ ଏବଂ ନବୀନ କୁମାରଙ୍କୁ ତାଙ୍କ ଟଙ୍କା ଲୁଟିବାକୁ ଯୋଜନା କରିଥିଲେ । ସେମାନେ କୁମାରଙ୍କୁ ଆକ୍ରମଣ କରି ଛୁରୀ ଭୁଷି ହତ୍ୟା କରିଥିଲେ । ସେମାନେ କୁମାରଙ୍କଠାରୁ ନଗଦ ଟଙ୍କା ନେଇ ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ମୃତଦେହକୁ ରାସ୍ତା କଡ଼ରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ ପୋଲିସ ଉଭୟ ଅଭିଯୁକ୍ତ ନବୀନ ଏବଂ ସଞ୍ଜୀବଙ୍କୁ ଗିରଫ କରିବା ସହ ରକ୍ତ ଜୁଡୁବୁଡୁ ପୋଷାକ, କିଛି ନଗଦ ଟଙ୍କା ଏବଂ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡି ଉଦ୍ଧାର କରିଛି ।

ABOUT THE AUTHOR

...view details