ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ପ୍ରଚାର ଜାରି ରଖିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମମତା ଅଖିଳେଶଙ୍କ ପାଇଁ ଏକ ନିର୍ବାଚନୀ ନାରା ଘୋଷଣା କରିଛନ୍ତି, ଇସ ବାର ଅଖିଳେଶ ସରକାର । ମମତା କହିଛନ୍ତି, ତାଙ୍କର ଦୀର୍ଘଦିନର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା ରହିଛି । ଚଳିତ ନିର୍ବାଚନ ସ୍ଥିତିରୁ ଏହା ସ୍ପଷ୍ଟ ଅନୁମେୟ ହେଉଛି ଯେ, ରାଜ୍ୟରେ ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି କ୍ଷମତାକୁ ଫେରିବ ।
ଉତ୍ତରପ୍ରଦେଶରେ ଶାସନରେ ବିଜେପି ଥିବାବେଳେ ସପା ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ଯଦି ବଙ୍ଗରେ ତାଙ୍କ ନେତୃତ୍ବାଧୀନ ଟିଏମସି ବିଜେପିକୁ ପରାଜୟର ରାସ୍ତା ଦେଖାଇ ପାରିଲା, ତେବେ ଉତ୍ତର ପ୍ରଦେଶରେ ତାହା ମଧ୍ୟ ସମ୍ଭବ । ମମତା ନିର୍ବାଚନରେ ଅଖିଳେଶଙ୍କୁ ସହାୟତା କରିବେ ବୋଲି ପୂର୍ବରୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ସେ ସେ ଲକ୍ଷ୍ନୌରେ ପହଞ୍ଚିଥିବାବେଳେ ଅଖିଳେଶ ତାଙ୍କୁ ସ୍ବାଗତ କରିଥିଲେ ।